ରାଜ୍ୟଶିକ୍ଷା

ଆଚାର୍ଯ୍ୟବିହାର ହେବ ଆଇଟି ହବ୍

ଆଚାର୍ଯ୍ୟବିହାର ହେବ ଆଇଟି ହବ୍

ଆଚାର୍ଯ୍ୟ ବିହାରରେ ଥିବା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌)ର ପୁରୁଣା କୋଠାକୁ ଭାଙ୍ଗି ସେଠାରେ ଏକ ଅତ୍ୟାଧୁନିକ ଟେକ୍ନୋଲୋଜି ବିଜନେସ୍‌ ଟାୱାର ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି

ଭୁବନେଶ୍ବର ୨୮-୦୫-୨୦୨୫(ଏସ .ଏମ ) : ଚାର୍ଯ୍ୟ ବିହାରରେ ଥିବା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌)ର ପୁରୁଣା କୋଠାକୁ ଭାଙ୍ଗି ସେଠାରେ ଏକ ଅତ୍ୟାଧୁନିକ ଟେକ୍ନୋଲୋଜି ବିଜନେସ୍‌ ଟାୱାର ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗଗୁଡ଼ିକଠାରୁ ଏକ୍ସପ୍ରେସନ୍ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଆହ୍ବାନ କରାଯାଇଛି। ସେହି ସଂସ୍ଥା ନୂଆ ଟାୱାର ନିର୍ମାଣ କରିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ନୂଆ ଟେକ୍ନୋଲୋଜି ବିଜନେସ୍ ଟାୱାର ନିର୍ମାଣ କରିବାରେ ପ୍ରାୟ ୨୦୦ କୋଟି ଟଙ୍କା ନିବେଶ କରାଯିବ। ପ୍ରଯୁକ୍ତି ଦୁନିଆରେ ପରିଚାଳିତ ହେଉଥିବା କମ୍ପାନିଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ କୋଠା ନିର୍ମାଣ କରାଯିବ। ତିନି ଲକ୍ଷ ବର୍ଗଫୁଟ ସ୍ଥାନରେ ଏହି କୋଟା ନିର୍ମାଣ କରିବା ଯୋଜନା ରହିଛି। ସେହି କୋଠାକୁ ଉଭୟ ଓକାକ୍ ଓ ଆଇଟି କମ୍ପାନିଗୁଡ଼ିକ ବ୍ୟବହାର କରିବା ଲାଗି ଉପଲବ୍ଧ କରାଯିବ।୧୯୮୫ରେ ନିର୍ମାଣ କରାଯାଇଥିବା ଓକାକ୍ ପୂର୍ବରୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ପରିଚାଳିତ ହେଉଥିଲା। କିନ୍ତୁ ୨୦୦୩ଠାରୁ ତାହା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଅଧୀନରେ ପରିଚାଳିତ ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରୀ ବିଭାଗଗୁଡ଼ିକର କମ୍ପ୍ୟୁଟରୀକରଣ ଲାଗି ଗଠନ କରାଯାଇଥିବା ଓକାକ୍‌ର କାର୍ଯ୍ୟ ପରିସର ୨୦୦୦ ମସିହା ପରେ ବ୍ୟାପକ ହୋଇଥିଲା। ସୂଚନା ପ୍ରଯୁକ୍ତି ଦୁନିଆରେ ହୋଇଥିବା ଅଗ୍ରଗତି ଅନୁସାରେ ଏହାର କାର୍ଯ୍ୟ ପରିସୀମା ବଢ଼ିଥିଲା। ଧୀରେ ଧୀରେ ଆଚାର୍ଯ୍ୟ ବିହାର ଅଞ୍ଚଳ ସହରର ଏକ ପ୍ରମୁଖ ଆଇଟି ହବ୍ ଭାବେ ଉଭା ହେବାରେ ଲାଗିଛି। ପୂର୍ବରୁ ଓକାକ୍ ପରିସରରେ ଏକ ସାତ ମହଲା ଅତ୍ୟାଧୁନିକ କୋଠା ରହିଛି, ଯେଉଁଥିରେ ଆଇଟି, ଆଇଟି ସମ୍ପର୍କିତ କମ୍ପାନି ଓ ଇଏସ୍‌ଡିଏମ୍ କମ୍ପାନିଗୁଡ଼ିକ କାର୍ଯ୍ୟ କରୁଛନ୍ତି। ସେହିପରି, ମହାରାଜା ଟକିଜ୍ ପାର୍ଶ୍ବରେ ‘ଓଡ଼ିଶା ଟେକ୍ନୋଲୋଜି ସେଣ୍ଟର’ ସ୍ଥାପନ କରାଯାଇଛି। ସେହି ଅତ୍ୟାଧୁନିକ ପରିସରରେ ଆକ୍ସେଞ୍ଚର, କଗ୍ନିଜାଣ୍ଟ ଭଳି ବିଶ୍ବସ୍ତରୀୟ କମ୍ପାନି କାର୍ଯ୍ୟ କରୁଛନ୍ତି। ଓଡ଼ିଶା ଟେକ୍ନୋଲୋଜି ସେଣ୍ଟର୍‌କୁ ୫୧ ହଜାର ବର୍ଗଫୁଟରେ ନିର୍ମାଣ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଏଥିରେ ଆଉ ୨୯ହଜାର ବର୍ଗଫୁଟ ଯୋଡ଼ିବା ଯୋଜନା ରହିଛି। ଓକାକ୍‌ର ପୁରୁଣା କୋଠା ଭାଙ୍ଗି ସେଠାରେ ନୂଆ ଟାୱାର ସ୍ଥାପନ କରାଯିବା ପରେ ଆଚାର୍ଯ୍ୟ ବିହାର ଅଞ୍ଚଳ ଏକ ପ୍ରମୁଖ ଆଇଟି ହବ୍‌ରେ ପରିଣତ ହେବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *