HELTHLatestTOP STORIESଘଟଣା ଦୁର୍ଘଟଣାପାଣିପାଗରାଜ୍ୟସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ଆଜି ବି ଓଡ଼ିଶାରେ ଅସମ୍ଭାଳ ତାତି

ଆଜି ବି ଓଡ଼ିଶାରେ ଅସମ୍ଭାଳ ତାତି

 ସକାଳ ୧୦ଟା ବେଳକୁ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର ୧୨ – ୦୫ – ୨୦୨୫ (ଏସ .ଏମ ) : ତକାଲି ଭଳି ଆଜି ବି ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ପଶ୍ଚିମ, ପୂର୍ବ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ସୁଦ୍ଧା ଝାରସୁଗୁଡ଼ା ହେଉଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଏଣେ ସମ୍ବଲପୁର ଓ ହୀରାକୁଦରେ ୩୪.୪, ବାଲେଶ୍ବର ଓ କେନ୍ଦୁଝରରେ ୩୨.୨, ଚାନ୍ଦବାଲି ଓ ପୁରୀରେ ୩୨.୬, ରାଉରକେଲାରେ ୩୩.୬, ଭୁବନେଶ୍ବରରେ ୩୨.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।ପୂର୍ବ ଓଡ଼ିଶାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଏହି କାରଣରୁ ଘରେ ରହି ହେଉନି କି ବାହାରକୁ ବାହାରି ହେଉନି। ଏଣେ ଆସନ୍ତା ୧୫ ତାରିଖ ଯାଏ ଖରାରୁ ଆଶ୍ବସ୍ତି ମିଳିବନି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *