ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଉତ୍ତରାଖଣ୍ଡର ପିଥୋରାଗଡ଼ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି

ଉତ୍ତରାଖଣ୍ଡର ପିଥୋରାଗଡ଼ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି

୧୩ ଜଣ ଲୋକଙ୍କ ନେଇ ଯାଉଥିବା ଏକ ଗାଡ଼ି ୩୦୦ ମିଟର ନିମ୍ନରେ ଥିବା ଏକ ନଦୀରେ ଖସିପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି ଓ ୪ ଜଣ ଆହତ ହୋଇଛନ୍ତି

ପିଥୋରାଗଡ଼/ନୂଆଦିଲ୍ଲୀ ୧୬-୦୭-୨୦୨୫ (ଏସ .ଏମ ) : ତ୍ତରାଖଣ୍ଡର ପିଥୋରାଗଡ଼ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସଂଧ୍ୟା ୫ଟା ସମୟରେ ୧୩ ଜଣ ଲୋକଙ୍କ ନେଇ ଯାଉଥିବା ଏକ ଗାଡ଼ି ୩୦୦ ମିଟର ନିମ୍ନରେ ଥିବା ଏକ ନଦୀରେ ଖସିପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି ଓ ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କିଛି ସ୍କୁଲ ପିଲା ମଧ୍ୟ ଅଛନ୍ତି ।ପିଥୋରାଗଡ଼ ଏସପି ରେଖା ଯାଦବ ସୂଚନା ଦେଇଛନ୍ତି ଯେ ମୁୱାନି ସହରର ସୁନି ସେତୁ ନିକଟରେ ୧୩ ଜଣଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଠିକ ସମୟରେ ଉପଯୁକ୍ତ ଏବଂ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *