TOP STORIESଦେଶ- ବିଦେଶ

ଏନ୍‌କାଉଣ୍ଟର୍‌ରେ ଜଣେ ଲସ୍କର ଆତଙ୍କୀ ନିହତ

ଏନ୍‌କାଉଣ୍ଟର୍‌ରେ ଜଣେ ଲସ୍କର ଆତଙ୍କୀ ନିହତ

ମଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଜିନପଥର କେଲର ସୋପିଆନାର ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ହୋଇଥିବା ଏନ୍‌କାଉଣ୍ଟ୍‌ରରେ ଲସ୍କର-ଏ-ତୈବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୩-୦୫-୨୦୨୫(ଏସ .ଏସ ) : ଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଜିନପଥର କେଲର ସୋପିଆନାର ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ହୋଇଥିବା ଏନ୍‌କାଉଣ୍ଟ୍‌ରରେ ଲସ୍କର-ଏ-ତୈବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି।ସୂତ୍ର ଅନୁଯାୟୀ, ଜଣେ ନିହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଲସ୍କର ଆତଙ୍କବାଦୀ ଫସି ରହିଥିବା ଅନୁମାନ କରାଯାଉଛି। ଫସି ରହିଥିବା ଆତଙ୍କବାଦୀ ଏବଂ ସୁରକ୍ଷା ସଂସ୍ଥା ମଧ୍ୟରେ ଗୁଳି ବିନିମୟ ଏବେ ବି ଚାଲିଛି।ଉଲ୍ଲେଖଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ‘ପରେସନ ସିନ୍ଦୂର’ ଆରମ୍ଭ କରିବା ପରେ ତାଙ୍କର ପ୍ରଥମ ସାର୍ବଜନୀନ ଭାଷଣରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଚେତାବନୀ ଦେଇଛନ୍ତି ଯେ ଭାରତ ପାକିସ୍ତାନ ବିରୋଧରେ କେବଳ “ବିରାମ” ଦେଇଛି। ସୀମା ପାରରୁ ଅନ୍ୟ କୌଣସି ଆତଙ୍କବାଦୀ ଆକ୍ରମଣ ହେଲେ ଭାରତ କଡ଼ା ଜବାବ ଦେବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *