ଘଟଣା ଦୁର୍ଘଟଣାରାଜନୀତିରାଜ୍ୟ

କଂଗ୍ରେସ ନେତାମାନେ ରଙ୍ଗୀନ ଚଷମା ପିନ୍ଧିଛନ୍ତି: ଆଇନମନ୍ତ୍ରୀ

କଂଗ୍ରେସ ନେତାମାନେ ରଙ୍ଗୀନ ଚଷମା ପିନ୍ଧିଛନ୍ତି: ଆଇନମନ୍ତ୍ରୀ

  • କଂଗ୍ରେସ ନେତାମାନେ ରଙ୍ଗୀନ ଚଷମା ପିନ୍ଧିଛନ୍ତି, ତେଣୁ ଠିକସେ ଦେଖା ଯାଉନାହିଁ।
  • ନହେଲେ ଓଡ଼ିଶାରେ କିଭଳି ଅରାଜକତା ସୃଷ୍ଟି ହେବ ।
  • ସେଥିପାଇଁ କଂଗ୍ରେସ ନିଜକୁ ପ୍ରସ୍ତୁତ କରୁଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି ।

ଭୁବନେଶ୍ୱର ୦୯-୧୦-୨୦୨୫(ଏସ.ଏମ .) :ସଆଇ ନିଯୁକ୍ତିରେ ଦୁର୍ନୀତି ଖବର ସାମ୍ନାକୁ ଆସିବା ମାତ୍ରେ ସରକାରୀ ତତ୍ପରତା ପ୍ରକାଶ ପାଇଛି । ଘଟଣାରେ ସମ୍ପୃକ୍ତଙ୍କ ବିରୋଧରେ ତୁରନ୍ତ ଆକ୍ସନ ନିଆଯାଇଛି। ଘଟଣାରେ ସମ୍ପୃକ୍ତ ମୁଖ୍ୟ ତଥା ଜିଲ୍ଲା ସ୍ତରର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାକୁ ସ୍ୱଚ୍ଛତା ଓ ସକ୍ଷମତାର ସହ କରାଯାଉଛି। ସରକାର କୌଣସି ଠାରେ ତ୍ରୁଟି କରିନାହାନ୍ତି। କୌଣସି ଘଟଣାର ପରବର୍ତ୍ତୀ ସମୟରେ ସରକାରଙ୍କ ପ୍ରତିକ୍ରିୟା କଣ ରହିଛି, ତାହାକୁ ଆଧାର କରି ତର୍ଜମା କରାଯାଏ।କଂଗ୍ରେସ ନେତାମାନେ ରଙ୍ଗୀନ ଚଷମା ପିନ୍ଧିଛନ୍ତି, ତେଣୁ ଠିକସେ ଦେଖା ଯାଉନାହିଁ। ନହେଲେ ଓଡ଼ିଶାରେ କିଭଳି ଅରାଜକତା ସୃଷ୍ଟି ହେବ, ସେଥିପାଇଁ କଂଗ୍ରେସ ନିଜକୁ ପ୍ରସ୍ତୁତ କରୁଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି।
ଯାହା ପଦକ୍ଷେପ ନିଆଯିବା କଥା, ନିଆଚାଲିଛି। ଆଗାମୀ ଦିନରେ ମଧ୍ୟ ନିଆଯିବ। ଆମେ ପୂର୍ବ ସରକାର ଭଳି ବେକାରୀ ଯୁବବର୍ଗମାନଙ୍କୁ କଳିଙ୍ଗ ଷ୍ଟାଡିୟମକୁ ଡାକି ଆଦାୟ କରୁନୁ। ଏସଆଇ ନିଯୁକ୍ତିରେ ଦୁର୍ନୀତି ଯେଉଁମାନଙ୍କ ନାଁ ଆସିବ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୌଣସି ମତେ ଛଡାଯିବ ନାହିଁ। ଏ କଥାର ଆଶ୍ୱାସନା ସରକାର ଓଡିଶାବାସୀଙ୍କୁ ଦେଉଛନ୍ତି। ଏଭଳି ଘଟଣା ଆଗକୁ ଯେମିତି ନଘଟିବ, ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70