କାନ୍ଥ ପାଚେରୀ ପଡ଼ି ଦୁଇ ଜଣ ବୃଦ୍ଧଙ୍କ ମୃତ୍ୟୁ, ଅନ୍ୟ ୨ଜଣ ଗୁରୁତର
କାନ୍ଥ ପାଚେରୀ ପଡ଼ି ଦୁଇ ଜଣ ବୃଦ୍ଧଙ୍କ ମୃତ୍ୟୁ, ଅନ୍ୟ ୨ଜଣ ଗୁରୁତର
- କାନ୍ଥ ପାଚେରୀ ପଡ଼ି ଦୁଇ ଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।
- ଏଥିରେ ଦୁଇ ଜଣ ମହିଳା ଆହତ ହୋଇଛନ୍ତି।
- ଭୁବନେଶ୍ବର ୪୪ ନମ୍ବର ୱାର୍ଡ ଭୋଇସାହିରେ ଡ୍ରେନ୍ ନିର୍ମାଣ ପାଇଁ କାମ ଚାଲିଥିଲା
- ବେଳେ ମାଟି ଅତଡ଼ା ଖସିବାରୁ ଏହି ଅଘଟଣ ଘଟିଛି।
ଭୁବନେଶ୍ୱର ୨୪-୦୨-୨୦୨୬(ଏସ .ଏମ ) : କାନ୍ଥ ପାଚେରୀ ପଡ଼ି ଦୁଇ ଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଥିରେ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ଭୁବନେଶ୍ବର ୪୪ ନମ୍ବର ୱାର୍ଡ ଭୋଇସାହିରେ ଡ୍ରେନ୍ ନିର୍ମାଣ ପାଇଁ କାମ ଚାଲିଥିଲା ବେଳେ ମାଟି ଅତଡ଼ା ଖସିବାରୁ ଏହି ଅଘଟଣ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତାହତମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ଅପରାହ୍ଣରେ ଭୁବନେଶ୍ବର ୪୪ ନମ୍ବର ୱାର୍ଡ ଭୋଇସାହିରେ ଡ୍ରେନ୍ ନିର୍ମାଣ ପାଇଁ କାମ ଚାଲିଥିଲା। ଏହି କାମରେ ଭୁବନେଶ୍ବରର ତାରିଣୀ ବସ୍ତି ବାସିନ୍ଦା କିଛି ଶ୍ରମିକ କାମ କରୁଥିଲେ। ସନ୍ଧ୍ୟା ସମୟରେ ନିର୍ମାଣ ଚାଲିଥିଲା ବେଳେ ଏକ ଅଘଟଣ ଘଟିଥିଲା। ମାଟି ଅତଡ଼ା ଖସିପଡ଼ିବାରୁ ଘଟଣାସ୍ଥଳରେ ୨ଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ସେଠାରୁ ୨ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଉଦ୍ଧାର କରିଛି। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
