TOP STORIESରାଜନୀତିରାଜ୍ୟ

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଏନେଇ କୌଣସି ସାଲିସ କରାଯିବ ନାହିଁ: ରାଜସ୍ବ ମନ୍ତ୍ରୀ

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଏନେଇ କୌଣସି ସାଲିସ କରାଯିବ ନାହିଁ: ରାଜସ୍ବ ମନ୍ତ୍ରୀ

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏଥିସହ କୌଣସି ସାଲିସ କରାଯିବ ନାହିଁ। ଆଜି କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଭୁବନେଶ୍ୱର ୦୬-୦୬-୨୦୨୫ (ଏସ .ଏମ ) :  କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏଥିସହ କୌଣସି ସାଲିସ କରାଯିବ ନାହିଁ। ଆଜି କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ ଆହୁରି କହିଛନ୍ତି ବିଭିନ୍ନ ବିଭଗକୁ ମାସକ ମଧ୍ୟରେ କାଟିଆ ସଂପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।କେରାରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅଧୀନସ୍ଥ କୋଟିଆ ଗ୍ରାମସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ, ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା ପହଞ୍ଚାଇବା, ଓଡ଼ିଆ ଅସ୍ମିତାରେ ବାନ୍ଧି ରଖିବା ପାଇଁ ସେମାନଙ୍କ ମଧ୍ୟରେ ଓଡ଼ିଶାର ଭାଷା, ସଂସ୍କୃତି,ସାହିତ୍ୟ, ପରମ୍ପରା, ପର୍ବପର୍ବାଣୀର ପ୍ରଚାରପ୍ରସାର କରିବା ଲାଗି ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ଏଥିପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ୧୬ଜଣିଆ କମିଟି ଗଠିତ ହୋଇଥିଲା।ସୂଚନାଯୋଗ୍ୟ,କେରାରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅଧୀନସ୍ଥ କୋଟିଆ ଗ୍ରାମସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ, ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା ପହଞ୍ଚାଇବା, ଓଡ଼ିଆ ଅସ୍ମିତାରେ ବାନ୍ଧି ରଖିବା ପାଇଁ ସେମାନଙ୍କ ମଧ୍ୟରେ ଓଡ଼ିଶାର ଭାଷା, ସଂସ୍କୃତି,ସାହିତ୍ୟ, ପରମ୍ପରା, ପର୍ବପର୍ବାଣୀର ପ୍ରଚାରପ୍ରସାର କରିବା ଲାଗି ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ଏଥିପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ୧୬ଜଣିଆ କମିଟି ଗଠିତ ହୋଇଥିଲା।ଏହି କମିଟିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଆବାହକ ସଦସ୍ୟ ରହିଥିବାବେଳେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ବିଭାଗ ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ଆର୍‌ଡିସି, ଦକ୍ଷିଣ ପଶ୍ଚିମ ରେଞ୍ଜ୍ ଡିଆଇଜି, କୋରାପୁଟ ଜିଲ୍ଲାପାଳ ଏବଂ ଏସ୍‌ପି ସଦସ୍ୟ ରହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *