TOP STORIESଦେଶ- ବିଦେଶରାଜନୀତିରାଜ୍ୟ

ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ: ୭ ସୁଡ଼ଙ୍ଗ ଖନନ ସରିଲା

ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ: ୭ ସୁଡ଼ଙ୍ଗ ଖନନ ସରିଲା

ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପର ସମସ୍ତ ସୁଡ଼ଙ୍ଗର ଖନନ କାର୍ଯ୍ୟ ଶେଷ ହୋଇଛି। ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଓ ଦଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ(ଟି୨) ଖନନ କାର୍ଯ୍ୟ ଶେଷ ହେବା ସହ ପ୍ରକଳ୍ପ ମଧ୍ୟରେ ସମସ୍ତ ୭ଟି ସୁଡ଼ଙ୍ଗର ଖନନ କାର୍ଯ୍ୟ ସରିଛି। 

ଦଶପଲ୍ଲା/ଭୁବନେଶ୍ୱର ୦୨-୦୬-୨୦୨୫ (ଏସ.ଏମ) : ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପର ସମସ୍ତ ସୁଡ଼ଙ୍ଗର ଖନନ କାର୍ଯ୍ୟ ଶେଷ ହୋଇଛି। ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଓ ଦଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ(ଟି୨) ଖନନ କାର୍ଯ୍ୟ ଶେଷ ହେବା ସହ ପ୍ରକଳ୍ପ ମଧ୍ୟରେ ସମସ୍ତ ୭ଟି ସୁଡ଼ଙ୍ଗର ଖନନ କାର୍ଯ୍ୟ ସରିଛି। ଆଧୁନିକ ରେଳପଥ ନିର୍ମାଣରେ ୧,୭୭୫ ମିଟର ଦୈର୍ଘ୍ୟ ‘ଟି୨’(ଟର୍ମିନାଲ-୨) ସୁଡଙ୍ଗ ଦୁଇ ଡିଗ୍ରି ବକ୍ର ସହ ନିର୍ମାଣ ହୋଇଛି। ଏହା ନୂତନ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତିରେ ନିର୍ମିତ ହୋଇଛି। ଏହା ନୟାଗଡ ଜିଲ୍ଲାର ଦ୍ୱିତୀୟ ଦୀର୍ଘତମ ସୁଡ଼ଙ୍ଗ ଏବଂ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ଟନେଲିଂ ପଦ୍ଧତି ବ୍ୟବହାର କରି ଏହାକୁ ନିର୍ମାଣ କରାଯାଇଛି, ଯାହାକି ଭାରତୀୟ ରେଳବାଇ ପାଇଁ ଭିତ୍ତିଭୂମି କାର୍ଯ୍ୟାନ୍ୱୟନରେ ଏକ ନୂତନ ମାନଦଣ୍ଡ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ୭୫ କିଲୋମିଟର ଦୈର୍ଘ୍ୟ ନିର୍ମାଣାଧୀନ ରେଳମାର୍ଗରେ ସମସ୍ତ ସାତଟି ସୁଡ଼ଙ୍ଗର ଖନନ କାର୍ଯ୍ୟ ଶେଷ ହୋଇଛି। ୭ଟି ଯାକ ସୁଡ଼ଙ୍ଗର ମୋଟ ଲମ୍ବ ୧୨.୭୬ କିମି ରହିଛି। ନୟାଗଡ଼ ଜିଲ୍ଲା ମଧ୍ୟରେ ‘ଟି୧’ ୮୦୦ ମିଟର ହୋଇଥିବା ବେଳେ ‘ଟି୨’ର ଲମ୍ବ ୧,୭୭୫ ମିଟର, ‘ଟି୩’ର ଲମ୍ବ ୨,୬୨୦ ମିଟର, ବୌଦ୍ଧ ଜିଲ୍ଲାରେ ‘ଟି୪’ର ଲମ୍ବ ୪,୧୮୩ ମିଟର+୭୦୦ ମିଟର ଏସ୍କେପ୍ ସୁଡ଼ଙ୍ଗ, ‘ଟି୫’ର ଲମ୍ବ ୩୧୭ ମିଟର, ‘ଟି୬’ର ଲମ୍ବ ୨୯୦.୭୫ ମିଟର, ‘ଟି୭’ର ଲମ୍ବ ୧,୯୭୫ ମିଟର ରହିଛି। ବହୁ ବାଧା ସତ୍ତ୍ୱେ ପ୍ରକଳ୍ପ ସ୍ଥିର ଓ ପ୍ରଭାବଶାଳୀ ପ୍ରଗତି ହାସଲ କରିଛି। ଏହି ୩୦୧ କିମି ରେଳ ଲାଇନ୍‌ର ବହୁ ଗୁରୁତ୍ୱପୂର୍ଣ୍ଣ ଅଂଶ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଛି। ଖୋର୍ଦ୍ଧାରୋଡ୍‌ରୁ ଦଶପଲ୍ଲା ମଧ୍ୟରେ ୧୦୬ କିମି, ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୨୦ କିମି କାମ ସରିଛି। ପୁରୁଣାକଟକରୁ ଆଢ଼େନିଗଡ଼ ପର୍ଯ୍ୟନ୍ତ ୭୫ କିମି କାମ ଜାରି ରହିଛି। ଏହି କାର୍ଯ୍ୟ ପରେ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସୁଗମ ରେଳ ସଂଯୋଗ ହେବ, ଯାହାକି ଯାତ୍ରୀ ଓ ମାଲ ପରିବହନକୁ ବ୍ୟାପକ ଲାଭ ଦେବ। ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ। ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବଜାର ପ୍ରବେଶକୁ ଉନ୍ନତ ଏବଂ ବାଣିଜ୍ୟ ଓ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବ।।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *