ଘଟଣା ଦୁର୍ଘଟଣାରାଜନୀତିରାଜ୍ୟ

ଜନସାଧାରଣଙ୍କ ଚାପରେ ସରକାର ଚେପା ହେଲେ: ଅରୁଣ ସାହୁ

ଜନସାଧାରଣଙ୍କ ଚାପରେ ସରକାର ଚେପା ହେଲେ: ଅରୁଣ ସାହୁ

ଜଗନ୍ନାଥ ପ୍ରଧାନଙ୍କ ଗିରଫ ନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ଓଡ଼ିଶା କଣ ସାରାଦେଶ ଏକ ହାଇ ଡ୍ରାମା ଦେଖିଲା। ଜନସାଧାରଣଙ୍କ ଚାପରେ ସରକାର ଚେପା ହେଲେ…

ଭୁବନେଶ୍ୱର ୦୪-୦୭-୨୦୨୫(ଏସ.ଏମ. ) :  ଗନ୍ନାଥ ପ୍ରଧାନଙ୍କ ଗିରଫ ନେଇ ବିଜେଡି ବିଧାୟକ ଅରୁଣ କୁମାର ସାହୁ ପ୍ରତିକ୍ରିୟା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ଓଡ଼ିଶା କଣ ସାରାଦେଶ ଏକ ହାଇ ଡ୍ରାମା ଦେଖିଲା। ଜନସାଧାରଣଙ୍କ ଚାପରେ ସରକାର ଚେପା ହେଲେ। ଜଣେ ଅଭିଯୁକ୍ତଙ୍କୁ ବାନ୍ଧିବାକୁ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଲା।ଜଣେ ଅଭିଯୁକ୍ତ ପାର୍ଟି ଅଫିସକୁ ଆସିଲେ ତାଙ୍କ ସଭାପତିଙ୍କ ସହିତ ଆଲୋଚନା କଲେ। କିନ୍ତୁ ଗିରଫ ହେଲେନି। ତାପରେ ନିଜ ଇଚ୍ଛାରେ ଆସି ଆତ୍ମସମର୍ପଣ କଲେ। ଆତ୍ମସମର୍ପଣ ପୂର୍ବରୁ ଜଗା ପ୍ରଧାନ ମିଡିଆକୁ ମନ୍ତବ୍ୟ ଦେଉଛନ୍ତି ଆଉ ପୁଲିସ ଦେଖୁଛି। ଏସବୁ କଥା ଦେଖିଲା ପରେ ଲାଗୁଛି ଆଇନ ଟା କୋଉଠି। ସରକାର ନୂଆ ଟ୍ରେଣ୍ଡ ସୃଷ୍ଟି କଲେ। ଏହା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ବଡ଼ ଲକ୍ଷଣ। ଦଳ ତାଙ୍କୁ ନିଲମ୍ବନ ନକଲେ ଲୋକହସା ହେବ। ଲୋକଙ୍କର ଓ ଅଫିସରମାନଙ୍କ ଚାପରେ ସରକାର ନିଷ୍ପତ୍ତି ନେଲେ। ଯାହା ସୂଚନା ରହୁଛି ଏହା ପରେ ସରକାର ବର୍ତ୍ତମାନ ବହୁ ଅଫିସରଙ୍କୁ ବଦଳି କରିବେ ଓ ବିଭିନ୍ନ କ୍ଷେତ୍ରରେ ଦଣ୍ଡ ଦେବେ। ଯଦି ଏକଥା କରିବେ ଲୋକେ ତାଙ୍କୁ କ୍ଷମା ଦେବେନି। ବୋଲି ଅରୁଣ ସାହୁ କହିଛନ୍ତି।

 

 

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *