ଅପରାଧରାଜ୍ୟ

ଟ୍ରେଡିଂ ଆଳରେ ୫୪ଲକ୍ଷ ଟଙ୍କା ଠକେଇ ମାମଲା, ଜେଲ୍‌ ଗଲା ମାଲାୟଲାମ୍‌ ଅଭିନେତା ପ୍ରସାଦ ବାଲାନ୍‌

ଟ୍ରେଡିଂ ଆଳରେ ୫୪ଲକ୍ଷ ଟଙ୍କା ଠକେଇ ମାମଲା, ଜେଲ୍‌ ଗଲା ମାଲାୟଲାମ୍‌ ଅଭିନେତା ପ୍ରସାଦ ବାଲାନ୍‌

ଅନ୍ତଃରାଜ୍ୟ ସାଇବର ଠକେଇ ରୢାକେଟ୍‌ରେ ସିଧାସଳଖ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ବର ସାଇବର ଥାନା ପୁଲିସ କେରଳରୁ ଜଣେ ଅଭିନେତାକୁ ଗିରଫ କରିଛି। ଅଭିଯୁକ୍ତ ହେଲା ମାଲାୟଲାମ୍‌ ସର୍ଟ ଫିଲ୍ମ ଓ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ରରେ ନାୟକ…

ଭୁବନେଶ୍ୱର ୨୩-୦୬-୨୦୨୫(ଏସ.ଏମ. ) :  ନ୍ତଃରାଜ୍ୟ ସାଇବର ଠକେଇ ରୢାକେଟ୍‌ରେ ସିଧାସଳଖ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ବର ସାଇବର ଥାନା ପୁଲିସ କେରଳରୁ ଜଣେ ଅଭିନେତାକୁ ଗିରଫ କରିଛି। ଅଭିଯୁକ୍ତ ହେଲା ମାଲାୟଲାମ୍‌ ସର୍ଟ ଫିଲ୍ମ ଓ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରୁଥିବା ପ୍ରସାଦ ବାଲାନ୍‌। ଟ୍ରେଡିଂ ଜାଲରେ ଫସି ଭୁବନେଶ୍ବରର ଜଣେ ନିବେଶକ ସାଢ଼େ ୫୪ ଲକ୍ଷ ଟଙ୍କା ହରାଇବା ମାମଲାରେ ପ୍ରସାଦକୁ ଗିରଫ କରାଯାଇଛି। କେରଳରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଅଣାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ତା’ ନିକଟରୁ ୧୧ଟି ଡେବିଟ୍‌ କାର୍ଡ, ୭ ପାସ୍‌ବୁକ୍‌, ପାସ୍‌ପୋର୍ଟ ଓ ଚେକ୍‌ବୁକ୍‌ ଜବତ କରାଯାଇଛି। ଅଭିଯୁକ୍ତ ପ୍ରସାଦ ୧୦ଟି ରାଜ୍ୟରୁ କୋଟିକୋଟି ଟଙ୍କା ଲୁଟିଥିବା ଜଣାପଡ଼ିଛି। ରୢାକେଟ୍‌ର ମୂଳରେ ପହଞ୍ଚିବାକୁ ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି ଏବଂ ପ୍ରସାଦକୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି। 
ଠକାମିର ଶିକ‌ାର ହୋଇଥିବା ନିବେଶକ ଦୀପକ ନାୟକଙ୍କ ଅଭିଯୋଗ ଅନୁସାରେ ସୋସିଆଲ୍‌ ମିଡିଆରୁ ସେ ‘ଗୋଲ୍‌ଡ ବିଡିଂ’ ଟ୍ରେଡିଂ ସଂସ୍ଥା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଭଲ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ତାଙ୍କୁ ଉକ୍ତ ସଂସ୍ଥାରେ ନିବେଶ କରିବାକୁ କୁହାଗଲା। ଲୋଭର ବଶବର୍ତ୍ତୀ ହୋଇ ସେ ଗତବର୍ଷ ଅକ୍ଟୋବର ମାସରୁ ବିଭିନ୍ନ ପର୍ଯ୍ୟାୟରେ ମୋଟ ସାଢ଼େ ୫୪ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। କିନ୍ତୁ ଏହାପରେ ସେ ଟଙ୍କା ଉଠାଇ ପାରିନଥିଲେ। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ କରି କେରଳରେ ପହଞ୍ଚିଥିଲା। କେରଳ ପୁଲିସ ସହଯୋଗରେ ପଲାକଡ୍ ଜିଲ୍ଲା ବଲିଆକୋଡ଼ି ପଦମ୍‌ରୁ ପ୍ରସାଦକୁ ଗିରଫ କରାଯାଇଛି। ଅଭିଯୁକ୍ତ ପ୍ରସାଦ ଜଣେ ଲେଖକ ଓ ପ୍ରଯୋଜକ। ଠକେଇ ଟଙ୍କାରେ ସେ ସର୍ଟ ଫିଲ୍ମ ଓ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାଣ କରିଛି। ନାୟକ ଭାବେ ସେ ବେଶ୍ ଜଣାଶୁଣା ମଧ୍ୟ। ଆଗକୁ ସେ ବଡ଼ ପରଦା ପାଇଁ ପ୍ରସ୍ତୁତି ଚଳାଇଥିଲା। ଦିଲ୍ଲୀ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ନାଗାଲାଣ୍ଡ ଆଦି ରାଜ୍ୟରୁ ହୋଇଥିବା କୋଟିକୋଟି ଟଙ୍କାର ସାଇବର ଠକେଇରେ ପ୍ରସାଦର ଆକାଉଣ୍ଟ ବ୍ୟବହାର ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *