Uncategorized

ତହବୁର ଅପେକ୍ଷାରେ ତିହାର

ତିହାରରେ ତହବୁରର ହେବ ହିସାବ-ନିକାଶ

ତହବୁର ଅପେକ୍ଷାରେ ତିହାର

 ୧୬ ବର୍ଷ ପରେ ଭାରତ ଫେରୁଛି ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୦୪-୨୦୨୫(ଏସ .ଏମ ) :  ଉ କିଛି ଘଣ୍ଟାର ଅପେକ୍ଷା ପରେ ଭାରତରେ ପହଞ୍ଚିବ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ । ୧୬ ବର୍ଷ ପରେ ଭାରତ ଫେରୁଛି ଆତଙ୍କୀ ତହବୁର ରାଣା । ଆଉ ଭାରତରେ ପାଦ ଦେବା ପରେ ତାକୁ ପ୍ରଥମେ ଔପଚାରିକ ଭାବେ ଗିରଫ କରିବ ଏନଆଇଏ ଏବଂ ପରେ ତାକୁ ତିହାର ଜେଲରେ ରଖାଯିବ । ଏଥିପାଇଁ ତିହାର ଜେଲରେ ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ସରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତିହାରରେ ରହିବା ପରେ ତହବୁର ସବୁ ହିସାବ ନିକାଶ ହେବ । ମୁମ୍ବାଇ ଆକ୍ରମଣ ପଛର ଅନ୍ୟ ଦିଗ ଉପରେ ଝାଳବୁହା ଜେରା କରି ତା ଠାରୁ ସବୁ ଉତ୍ତର ମଗାଯିବ ।ତେବେ ଦୀର୍ଘ ୧୬ ବର୍ଷ ପରେ ଏହା ଭାରତର ବଡ କୁଟନୀତି ବିଜୟ ହୋଇଛି କହିଲେ କିଛି ଭୁଲ ହେବନି । ୨୦୦୮ ନଭେମ୍ବର ୨୬ । ଦୋହଲିଥିଲା ଦେଶର ବାଣିଜ୍ୟ ସହର ମୁମ୍ବାଇ । ଆତଙ୍କୀଙ୍କ ଗୁଳିମାଡ଼ରେ ରକ୍ତପାତ ହୋଇଥିଲା ମାୟାନଗରୀ । ଆକ୍ରମଣ ମାଷ୍ଟରମାଇଣ୍ଡ ତହବୁର ରାଣାର ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ଭାରତ ସରକାର । କଡ଼ା ସୁରକ୍ଷା ଭିତରେ ଆମେରିକାରୁ ଆତଙ୍କୀର ପ୍ରତ୍ୟର୍ପଣ ପ୍ରକିୟା ଆରମ୍ଭ ହୋଇ ସାରିଛି । 

ସଂକ୍ଷେପରେ ଆତଙ୍କୀ ତହବୁର ସମ୍ପର୍କରେ 
-୨୬/୧୧ ଘଟଣାର ମାଷ୍ଟରମାଇଣ୍ଡ୍‌ ତହବୁର ରାଣା  
-ତହବୁର ପ୍ରଥମ କିଛି ସପ୍ତାହ ପାଇଁ ଏନଆଇଏ ହେପାଜତରେ ରହିବ
-ଗୃହ ମନ୍ତ୍ରଣାଳୟର ଅଧିକାରୀ ଓ ଏନଏସଏ ଡୋଭାଲ ଏହାର ତଦାରଖ କରିବେ
-ତହବୁର ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍‌
-ଆଇଏସଆଇ ଏବଂ ଲସ୍କର-ଏ-ତୈବାର ସଦସ୍ୟ ରାଣା 
 -ରାଣାଙ୍କୁ ଡେଭିଡ୍‌ କୋଲମ୍ୟାନ୍‌ ହେଡଲିର ଜଣେ ଘନିଷ୍ଠ ସହଯୋଗୀ
– ଆକ୍ରମଣ ପୂର୍ବରୁ ତହବୁର ଏବଂ ହେଡଲିଙ୍କ ମଧ୍ୟରେ ଅନେକ ବୈଠକ ହୋଇଥିଲା
 -ଗିରଫ ହେଡଲି ବୟାନରେ ରାଣା ନାଁ ନେଇଥିଲା
-ହେଡଲି ହେଉଛି ସେହି ଆତଙ୍କବାଦୀ ଯିଏ ଆକ୍ରମଣ ପୂର୍ବରୁ ମୁମ୍ବାଇ ଆସିଥିଲା
– ମୁମ୍ବାଇର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ରେକି କରିଥିଲା
-ମୁମ୍ବାଇକୁ ଆଇଏସଆଇ ଏବଂ ପାକିସ୍ତାନ ପଠାଇଥିଲା ଲସ୍କର-ଏ-ତୈବାର ଆତଙ୍କୀ
-ପ୍ରତ୍ୟର୍ପଣ ପାଇଁ ଭାରତ ଆମେରିକା ନିକଟରେ ଦୀର୍ଘଦିନ ହେବ ଦାବି କରୁଥିଲେ

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *