ଅପରାଧଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ତେଲେଙ୍ଗାନାରେ ଅଭାବନୀୟ ଘଟଣା

ତେଲେଙ୍ଗାନାରେ ଅଭାବନୀୟ ଘଟଣା

ରେଳ ଧାରଣାରେ କାର୍‌ ଚଳାଇଲେ ମହିଳା

ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୬-୨୦୨୫(ଏସ .ଏମ ) : ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ଏକ ‌‌ରେଳଧାରଣା ଉପରେ ଆଜି ଜଣେ ମହିଳା କାର୍‌ ଚଳାଇ ଆତଙ୍କ ସୃଷ୍ଟି କରିଛନ୍ତି। ଉତ୍ତରପ୍ରଦେଶର ଜଣେ ୩୪ ବର୍ଷୀୟା ମହିଳାଙ୍କର ଏଭଳି ବେପରୁଆ କାର୍ଯ୍ୟ ପାଇଁ ଆଜି ଅନେକ ଟ୍ରେନ୍‌ ବିଳମ୍ବ ହୋଇଥିବା ବେଳେ ୧୫ଟି ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି। ଶଙ୍କରପାଲ୍ଲି ନିକଟରେ ଆଜି ଘଟିଥିବା ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି। ୧୩ ସେକେଣ୍ଡର ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ଏକ କିଆ ସୋନେଟ୍‌ କାର୍‌ ରେଳ ଧାରଣା ଉପରେ ଚଳାଉଛନ୍ତି। ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ସ୍ଥାନୀୟ ଲୋକ, ରେଳବାଇ କର୍ମଚାରୀ ଏବଂ ପୁଲିସ ଉକ୍ତ ମହିଳାଙ୍କ କାର୍‌କୁ ଅଟକାଇ ତାଙ୍କୁ କାର୍‌ରୁ କାଢ଼ିବାକୁ ଚେଷ୍ଟା କରିଛନ୍ତି। ଲୋକମାନେ ତାଙ୍କୁ କାର୍‌ରୁ କାଢ଼ିବାପରେ ପୁଲିସ ମହିଳାଙ୍କ ହାତରେ ହାତକଡ଼ି ପକାଇଥିଲା। ‘ମୋ ହାତ ଖୋଲିଦିଅ’ ବୋଲି ମହିଳା ଜଣଙ୍କ ବଡ଼ ପାଟିରେ ଚିତ୍କାର କରୁଥିବା ଶୁଣିବାକୁ ମିଳିଛି। ମହିଳାଙ୍କୁ ପୁଲିସ ହାଜତକୁ ନେଇଛି। ଉକ୍ତ ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳା ଜଣଙ୍କ ଏକ ବହୁରାଷ୍ଟ୍ରୀୟ କମ୍ପାନିରେ କାମ କରନ୍ତି ଏବଂ ସେ ଉତ୍ତରପ୍ରଦେଶର। ଗାଡ଼ିରୁ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ଏବଂ ପାନ କାର୍ଡ ମିଳିଛି। ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ କି ଏହା ପଛରେ ଅନ୍ୟ କିଛି କାରଣ ଥିଲା ତାହା ଜଣାପଡ଼ିନି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *