ଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

ଧାରଣାରୁ ଉଠିଲେ ଧାରାବତୀ ଓ ବାପୁଜୀ କୁଷ୍ଠ କଲୋନିବାସୀ, ମିଳିଲା ନୂଆ ସ୍ଥାୟୀ କଲୋନି ଡିପିଆର୍‌

 ଧାରଣାରୁ ଉଠିଲେ ଧାରାବତୀ ଓ ବାପୁଜୀ କୁଷ୍ଠ କଲୋନିବାସୀ, ମିଳିଲା ନୂଆ ସ୍ଥାୟୀ କଲୋନି ଡିପିଆର୍‌

ନୂଆ ସ୍ଥାୟୀ କଲୋନି ପ୍ରତିଷ୍ଠା ପାଇଁ ଡିପିଆର୍‌ ପ୍ରସ୍ତୁତି ବିଳମ୍ବିତ ହେଉଥିବା ପ୍ରତିବାଦରେ ଆଜି ରେଳବାଇ ଜମିରେ ରହୁଥିବା ଧାରାବତୀ ଓ ବାପୁଜୀ କୁଷ୍ଠ କଲୋନି ବାସିନ୍ଦାମାନେ  ଜଟଣୀ….

ଜଟଣୀ ୧୮-୦୨-୨୦୨୬(ଏସ .ଏମ ) : ନୂଆ ସ୍ଥାୟୀ କଲୋନି ପ୍ରତିଷ୍ଠା ପାଇଁ ଡିପିଆର୍‌ ପ୍ରସ୍ତୁତି ବିଳମ୍ବିତ ହେଉଥିବା ପ୍ରତିବାଦରେ ଆଜି ରେଳବାଇ ଜମିରେ ରହୁଥିବା ଧାରାବତୀ ଓ ବାପୁଜୀ କୁଷ୍ଠ କଲୋନି ବାସିନ୍ଦାମାନେ ଜଟଣୀ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ହଟିବେ ନାହିଁ ବୋଲି ଅଡ଼ି ବସିଥିଲେ। ମାତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ପୌରପାଳିକା ଡିପିଆର୍‌ ପ୍ରସ୍ତୁତ କରି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ। କୁଷ୍ଠ କଲୋନିବାସୀଙ୍କ ଅଭିଯୋଗ ଅନୁସାରେ ସମସ୍ତ କୁଷ୍ଠ କଲୋନିବାସିନ୍ଦାଙ୍କୁ ଜମି ସହିତ ବାସଗୃହ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଏସ୍‌ଏସ୍‌ ଆଣ୍ଡ ଇପିଡି ପକ୍ଷରୁ କୁଷ୍ଠ କଲୋନି ବାସିନ୍ଦାମାନଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ଅଧିକାରୀଙ୍କୁ ଚିଠି କରାଯାଇଛି। ପାତ୍ରପଡ଼ା ମୌଜାରେ ଜମି ଚିହ୍ନଟ ହୋଇଛି। ୫କୋଟି ୯୪ ଲକ୍ଷ ଟଙ୍କାରେ କୋଠା ନିର୍ମାଣ କରାଯିବ। ରାଜସ୍ବ ବିଭାଗ ପକ୍ଷରୁ ଜମି ଚିହ୍ନଟ ହେବା ପରେ ଡିଏସ୍‌ଏସ୍‌ଓଙ୍କ କାର୍ଯ୍ୟାଳୟ ତରଫରୁ ଜଟଣୀ ପୌରପାଳିକାକୁ ଡିପିଆର୍ ପ୍ରସ୍ତୁତ କରିବା ପାଇଁ ଅକ୍ଟୋବର ମାସରେ ଚିଠି କରାଯାଇଥିଲା।ମାତ୍ର ଆଜି ପର୍ଯ୍ୟନ୍ତ ଡିପିଆର୍ ପ୍ରସ୍ତୁତ ହୋଇ ପାରିଲା ନାହିଁ। ସେମାନେ ରେଳବାଇ ଜାଗା ଉପରେ କୁଡ଼ିଆ କରି ରହୁଛନ୍ତି। ରେଳ ପ୍ରଶାସନ କୌଣସି ସମୟରେ ସେମାନଙ୍କୁ ବିସ୍ଥାପିତ କରିପାରେ। ତେଣୁ ଏହା ପୂର୍ବରୁ ସେମାନଙ୍କୁ ଥଇଥାନ କରିବା ଜରୁରି। କିନ୍ତୁ ପୌରପାଳିକା ଡିପିଆର୍‌ ପ୍ରସ୍ତୁତ କରୁନାହିଁ। ତେବେ କୁଷ୍ଠ କଲୋନିବାସୀଙ୍କ ଧାରଣା ଖବର ପାଇ ଖୋର୍ଦ୍ଧା ଜିଲ୍ଲାପାଳ ଜଟଣୀ ପୌରପାଳିକାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଡିପିଆର୍‌ ପ୍ରସ୍ତୁତ କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70