ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜୀବନ ସଜା

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜୀବନ ସଜା

ଯାଜପୁର ରୋଡ ଥାନା ପାନାସିୟା ଅଂଚଳର ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସେକ ମୋହିତକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଯାଜପୁର ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ ବିଜୟ କୁମାର ଜେନା ଏହି ରାୟ ଶୁଣାଇଛନ୍ତି।

ଯାଜପୁର/ଭୁବନେଶ୍ୱର ୩୧-୦୫-୨୦୨୫(ଏସ .ଏମ ) :  ଯାଜପୁର ରୋଡ ଥାନା ପାନାସିୟା ଅଂଚଳର ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସେକ ମୋହିତକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଯାଜପୁର ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ ବିଜୟ କୁମାର ଜେନା ଏହି ରାୟ ଶୁଣାଇଛନ୍ତି। ସୂଚନା ମୁତାବକ, ଆଦିବାସୀ ସମ୍ପ୍ରଦାୟର ୫ ବର୍ଷର ନାବାଳିକାଜଣକ କିଛି କାଚ ବୋତଲ ସଂଗ୍ରହ କରି ଯାଜପୁର ରୋଡ ସ୍ଥିତ ଫେରୋକ୍ରମ ପ୍ଲାଣ୍ଟ ପାଖ କବାଡ଼ିଆ ଦୋକାନକୁ ବିକ୍ରି କରିବାକୁ ଯାଇଥିଲେ। ଏକୁଟିଆ ଥିବାର ସୁଯୋଗ ପାଇ କବାଡ଼ିଆ ଦୋକାନ ମାଲିକ ଜଣକ ନାବାଳିକା ସହ ଅତି ନୃଶଂସ ଭାବେ ଦୁଷ୍କର୍ମ କରିଥିଲା। ପରେ ରକ୍ତସ୍ରାବ ଦେଖି ପ୍ରମାଣ ନଷ୍ଟ କରିବାକୁ ଯାଇ ତା ତଣ୍ଟି ଚିପି ନରରାକ୍ଷାସ ଭଳି ହତ୍ୟା କରିଥିଲା। ଆହୁରି ମଧ୍ୟ ସେହି ଶବକୁ ଏକ ଅଖାରେ ପୁରାଇ ଯାଜପୁର ରୋଡ ସ୍ଥିତ ରେଲଲାଇନ ରେ ଫୋପାଡ଼ି ଦେଇଥିଲା। ଏନେଇ ପରେ ନାବାଳିକାର ମା ଥାନାରେ ଅଭିଯୋଗ କରିଥିଲେ।ଆଜି ଯାଜପୁର ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ ବିଜୟ କୁମାର ଜେନା ୩୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଆଧାର କରି ଅଭିଯୁକ୍ତ ସେକ ମୋହିତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଶହଜାର ଟଙ୍କା ଜରିମାନା ଓ ଅନାଦେୟ ହେଲେ ୬ ମାସ ଜେଲଦଣ୍ଡ ପ୍ରଦାନ କରିଛନ୍ତି। ଆଇନ ପ୍ରାଧିକରଣ ବିଭାଗ ପକ୍ଷରୁ ମୃତ ନାବାଳିକାଙ୍କ ମାଆଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *