TOP STORIESଖେଳଦେଶ- ବିଦେଶ

ପାକିସ୍ତାନ କ୍ରିକେଟ ଦଳର ଖେଳାଳିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ୍ କଲା ଭାରତ

ପାକିସ୍ତାନ କ୍ରିକେଟ ଦଳର ଖେଳାଳିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ୍ କଲା ଭାରତ

ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ନାମ ମଧ୍ୟ ସାମିଲ ଅଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୦୫-୨୦୨୫(ଏସ,ଏମ ): ଭାରତ ସରକାର ପହଲଗାମ ଆକ୍ରମଣ ପରଠାରୁ ପାକିସ୍ତାନ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଲିଛି। ଭାରତରେ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ସରକାର ନିଷିଦ୍ଧ କରିଛନ୍ତି। ଏହି କ୍ରମରେ ଭାରତରେ ପାକିସ୍ତାନ କ୍ରିକେଟ ଦଳର ଖେଳାଳିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଛି। ଏହି ଖେଳାଳିଙ୍କ ତାଲିକାରେ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ନାମ ମଧ୍ୟ ସାମିଲ ଅଛି। ଭାରତ ସରକାରଙ୍କ ଅନୁରୋଧ କ୍ରମେ, ଇନଷ୍ଟାଗ୍ରାମର ମୂଳ କମ୍ପାନି ମେଟା ଭାରତରେ ପାକିସ୍ତାନୀ ଖେଳାଳିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଆକାଉଣ୍ଟ ନିଷିଦ୍ଧ ହୋଇଥିବା ପାକିସ୍ତାନୀ ଖେଳାଳିଙ୍କ ଏହି ତାଲିକାରେ ବାବର ଆଜମ, ମହମ୍ମଦ ରିଜୱାନ, ଶାହିନ ଆଫ୍ରିଦି, ମହମ୍ମଦ ଆମିର, ନସିମ ଶାହ, ହାରିସ ରୌଫ ଏବଂ ଇମାମ ଉଲ ହକଙ୍କ ନାମ ରହିଛି।ଏହି ନିଷିଦ୍ଧ ପରେ ଭାରତର ଲୋକମାନେ ଇନଷ୍ଟାଗ୍ରାମରେ ଏହି ପାକିସ୍ତାନୀ ଖେଳାଳିଙ୍କ ପୋଷ୍ଟକୁ ଆଉ ଦେଖିପାରିବେ ନାହିଁ।କେବଳ ଏତିକି ନୁହେଁ ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ନିଷିଦ୍ଧ ହୋଇଛି । ପାକିସ୍ତାନ ସୁପରଷ୍ଟାର ଅଭିନେତ୍ରୀ ହାନିଆ ଅମିର, ମାହିରା ଖାନ, ସଜଲ ଅଲ୍ଲୀ, ସିଙ୍ଗର ଓ ଅଭିନେତା ଅଲ୍ଲୀ ଜାଫର, ସନମ ସଇଦ, ବିଲାଲ ଆବାସ, ଇକରା ଅଜିଜ, ଆଏଜା ଖାନ, ଇମରାନ ଖାନ, ଇମରାନ ଆବାସ ଆଦିଙ୍କ ଆକାଉଣ୍ଟକୁ ଭାରତରେ ବନ୍ଦ କରି ଦିଆଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *