ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା
ଦୁର୍ଘଟଣାରେ ଦୁଇ ହାଇୱା ଡ୍ରାଇଭର ମୃତ
ଜଗତସିଂହପୁର/ଭୁବନେଶ୍ୱର ୦୪.୦୫.୨୦୨୫(ଏସ.ଏମ ) : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ଘଟିଛି। ଏଠାରେ ହାଇଓ୍ବାକୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍। ଦୁଇଜଣ ହାଇଓ୍ବା ଡ୍ରାଇଭର ମୃତ। ଦୁଇ ମୃତକ ହେଲେ ଅସ୍ତରଙ୍ଗର ରତ୍ନାକର ସ୍ବାଇଁ ଓ ଷଣ୍ଢକୁଦର ଚନ୍ଦନ ଜେନା।ଦୁଇ ଡ୍ରାଇଭର ଏକ ବ୍ରେକ୍ ଡାଉନ୍ ହାଇଓ୍ବାର ମରାମତି କାମ କରୁଥିଲେ । ଏହି ସମୟରେ ଏକ ଟ୍ରକ୍ମା ସେମାନଙ୍କ ଉପରକୁ ମାଡ଼ିଯାଇଥିଲା। ଏହି ଅଭାବନୀୟ ଘଟଣା। ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ବନ୍ଦର ନିଷିଦ୍ଧାଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ରାତି ତିନିଟାରୁ ପ୍ଲଟକୁ ପଣ୍ୟ ପରିବହନ ସମ୍ପୁର୍ଣ୍ଣ ବନ୍ଦ ରହିଛି। ହାଇଓ୍ବା ଡ୍ରାଇଭରମାନେ ବନ୍ଦରର ୧,୨,୩ ଓ ୪ ନମ୍ବର ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି।
