ପ୍ରଥମ ଥର ଲର୍ଡସ୍ରେ ଘଣ୍ଟି ବଜାଇଲେ ସଚିନ
ପ୍ରଥମ ଥର ଲର୍ଡସ୍ରେ ଘଣ୍ଟି ବଜାଇଲେ ସଚିନ
କିଂବଦନ୍ତି ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର ପ୍ରଥମ ଥର ଲାଗି ଐତିହାସିକ ଲର୍ଡସ କ୍ରିକେଟ୍ ପଡ଼ିଆରେ ଘଣ୍ଟି ବଜାଇଛନ୍ତି। ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫିର ଗୁରୁବାର ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ଏହି ଉତ୍ସବ ପାଳନ ହୋଇଥିଲା
ଲର୍ଡସ/ନୂଆଦିଲ୍ଲୀ ୧୧-୦୭-୨୦୨୫(ଏସ .ଏମ ) : କିଂବଦନ୍ତି ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର ପ୍ରଥମ ଥର ଲାଗି ଐତିହାସିକ ଲର୍ଡସ କ୍ରିକେଟ୍ ପଡ଼ିଆରେ ଘଣ୍ଟି ବଜାଇଛନ୍ତି। ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫିର ଗୁରୁବାର ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ଏହି ଉତ୍ସବ ପାଳନ ହୋଇଥିଲା। କ୍ରିକେଟ୍ର ଘର ଭାବେ ପରିଚିତ ଏହି ପଡ଼ିଆର ସ୍ବତନ୍ତ୍ର ପରମ୍ପରାରେ ସଚିନ ୫ ମିନିଟ୍ ଧରି ଘଣ୍ଟି ବଜାଇ ନୂଆ ଇତିହାସ ରଚିଥିଲେ।
ଲର୍ଡସ ପାଭିଲିୟନ୍ର ବୋଲର୍ ବାର୍ସ ବାହାରେ ରହିଥିବା ଏହି ଘଣ୍ଟିକୁ ୨୦୦୭ରୁ କ୍ରିକେଟ୍ର ମହାନ ଖେଳାଳି, ଅଧିକାରୀ ଓ କ୍ରୀଡ଼ା କିଂବଦନ୍ତି ବଜାଇବାର ପରମ୍ପରା ରହିଛି। ହେଲେ ସଚିନ କେବେ ବି ଏହି ଉତ୍ସବରେ ଯୋଗଦେବାର ସୁଯୋଗ ପାଇ ନଥିଲେ। ଏବେ ଲର୍ଡସରେ ସଚିନ ଘଣ୍ଟି ବଜାଇବାରେ ସାର୍ ଭିଭିଆନ୍ ରିଚାର୍ଡ୍ସ, ସାର୍ ଇଆନ୍ ବୋଥାମ, ସେନ୍ ୱର୍ଣ୍ଣ, ସୁନିଲ ଗାଭାସ୍କର, ରାହୁଲ ଦ୍ରାବିଡ଼ ଓ କପିଳ ଦେବଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି।