Drinksରାଜ୍ୟ

ବି.ଏମ.ସି ର ଜଳସେବା ଶିବିର: ଶୋଷ ବେଳେ ପାଣି ମିଳୁନି

ବି.ଏମ.ସି ର ଜଳସେବା ଶିବିର: ଶୋଷ ବେଳେ ପାଣି ମିଳୁନି

ରାମଚନ୍ଦ୍ର ପଣ୍ଡା ପଣା ସଂକ୍ରାନ୍ତି ପାଇଁ କିଣାକିଣି କରିବାକୁ ମାର୍କେଟ ବିଲ୍ଡିଂ ଆସିଥିଲେ। ଅପରାହ୍ନ ୧ଟାରେ ଟାଣ ଖରା  ସହ୍ୟ କରି ନପାରି ଥଣ୍ଡା ପାଣି ମୁନ୍ଦେ ପିଇବାକୁ ମାର୍କେଟ ପରିସରରେ ଥିବା ଵାଟର ଏଟିଏମ୍‌ ନିକଟକୁ ଗଲେ।

ଭୁବନେଶ୍ୱର ୧୨-୦୪-୨୦୨୫(ଏସ. ଏମ ) :  ରାମଚନ୍ଦ୍ର ପଣ୍ଡା ପଣା ସଂକ୍ରାନ୍ତି ପାଇଁ କିଣାକିଣି କରିବାକୁ ମାର୍କେଟ ବିଲ୍ଡିଂ ଆସିଥିଲେ। ଅପରାହ୍ନ ୧ଟାରେ ଟାଣ ଖରା ସହ୍ୟ କରି ନପାରି ଥଣ୍ଡା ପାଣି ମୁନ୍ଦେ ପିଇବାକୁ ମାର୍କେଟ ପରିସରରେ ଥିବା ଵାଟର ଏଟିଏମ୍‌ ନିକଟକୁ ଗଲେ। ହେଲେ ଦେଖିଲା ବେଳକୁ ତାହା ଅଚଳ। ପୁଣି ଆଉ ଟିକେ ବାଟ ଚାଲିଲା ପରେ ବିଏମ୍‌ସି ଚିତ୍ର ଥିବା ଜଳସେବା ଶିବିର ନିକଟରେ ପହଞ୍ଚିଲେ। କିନ୍ତୁ ସେଠି ଦେଖିଲା ବେଳକୁ ଶିବିର ଭଙ୍ଗା ଓ ଲୋକ କେହି ନାହାନ୍ତି। ଯଦିଓ ମାଠିଆ ଅଛି ହେଲେ ଘୋଡ଼ଣୀ ଖୋଲି ଦେଖିଲା ବେଳକୁ ସେଥିରେ ଧୂଳି ଭାସୁଛି। ତେଣୁ ବାଧ୍ୟ ହୋଇ ପାଖରେ ଥିବା ଦୋକାନରୁ ପାଣି କିଣି ପିଇଲେ।ଏକ ନମ୍ୱର ମାର୍କେଟରୁ କମଳା ନେହେରୁ କଲେଜ ଯିବା ପାଇଁ ରାସ୍ତାରେ ଥିବା ଜଳସେବା ଶିବିରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଶିବିର ଖାଲି ପଡ଼ିଥିବା ବେଳେ ମାଠିଆଟି ବାହାରେ ଥୁଆ ହୋଇଛି। ସେହିପରି କଳ୍ପନାରେ ଥିବା ଜଳସେବା ଶିବିରରେ ଯଦିଓ ମାଠିଆ ଭିତରେ ଅଛି, କିନ୍ତୁ ଦେବା ପାଇଁ କେହି ନାହାନ୍ତି। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଏହି ସ୍ଥାନଗୁଡ଼ିକ ବ୍ୟତୀତ ରାଜଧାନୀର ଅଧିକାଂଶ ଜଳସେବା ଶିବିରରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଅପରାହ୍ନ ୧୨ଟା ପରେ ଶିବିର ଦାୟିତ୍ୱରେ ଥିବା ସ୍ୱେଚ୍ଛାସେବୀ ପଳେଇ ଯାଉଛନ୍ତି। ଫଳରେ ଲୋକମାନେ ନିରାଶ ହୋଇ ଫେରୁଛନ୍ତି।ବିଏମ୍‌ସି ପକ୍ଷରୁ ଗତ ମାର୍ଚ୍ଚ ମାସରେ ହୋଇଥିବା ବୈଠକରେ ଜନଗହଳିପୂର୍ଣ୍ଣ ସ୍ଥାନ, ବସ୍‌ଷ୍ଟାଣ୍ଡ, ବିଭିନ୍ନ ଛକ, ବଜାର, ହାଟ ଆଦିରେ ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ଵାର୍ଡରେ ଦୁଇଟି ଲେଖାଏଁ ଜଳସେବା ଶିବିର କରାଯାଇ ଅପରାହ୍ନ ପର୍ଯ୍ୟନ୍ତ ଜଳ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏହା ପାଳନ ହେଉନାହିଁ। ଗୋଟିଏ ପଟେ ରାଜଧାନୀର ପ୍ରମୁଖ ଛକଗୁଡ଼ିକରେ ଵାଟର ଏଟିଏମ୍‌ ଓ ଜଳ କିଓସ୍କ ଅଚଳ ହୋଇ ପଡ଼ିରହିଥିବା ବେଳେ ଜଳସେବା ଶିବିର ଆଉ ଲୋକଙ୍କ ସେବାରେ ଆସିପାରୁନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *