ରାଜନୀତିରାଜ୍ୟ

ଭୋଟର ତାଲିକା ସଂଶୋଧନ ଉପରେ ଗୁରୁତ୍ୱ

ଭୋଟର ତାଲିକା ସଂଶୋଧନ ଉପରେ ଗୁରୁତ୍ୱ

ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ଏକାମ୍ର ହଲରେ ଭୁବନେଶ୍ୱର ବିଧାନସଭା କ୍ଷେତ୍ରର-ଏକାମ୍ର, ଉତ୍ତର, ମଧ୍ୟ ଓ ଜଟଣୀ ବିଧାନସଭା କ୍ଷେତ୍ରର ବୁଥ୍ ସ୍ତରୀୟ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ୱର ୧୧-୦୨-୨୦୨୬(ଏସ .ଏମ ) :   ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ଏକାମ୍ର ହଲରେ ଭୁବନେଶ୍ୱର ବିଧାନସଭା କ୍ଷେତ୍ରର -ଏକାମ୍ର, ଉତ୍ତର, ମଧ୍ୟ ଓ ଜଟଣୀ ବିଧାନସଭା କ୍ଷେତ୍ରର ବୁଥ୍ ସ୍ତରୀୟ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଅଧ୍ୟକ୍ଷତା କରି ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ନାମ ଯୋଡ଼ା, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବିଲୋପ, ତଥ୍ୟ ସତ୍ୟାପନ ଓ ଘରେ-ଘରେ ଯାଞ୍ଚ କାର୍ଯ୍ୟ,ତ୍ରୁଟି ଶୂନ୍ୟ ଭୋଟର ଲିଷ୍ଟ  ସମ୍ପର୍କରେ ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର ମାନଙ୍କୁ ଅବଗତ କରାଇଥିଲେ।

ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର କହିଥିଲେ ଯେ ଘର ଘର ବୁଲି ଭୋଟର ମାନଙ୍କ ତଥ୍ୟ ଯାଞ୍ଚ କରି ସ୍ୱତନ୍ତ୍ର ସଘନ ସଂଶୋଧନ ମ୍ୟାପିଂ ଶତ ପ୍ରତିଶତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ପ୍ରତିଦିନ ବୁଥ ସ୍ତରରୁ ସମୀକ୍ଷା କରି ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନଙ୍କୁ ଅଗ୍ରଗତି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।ଯେଉଁ ବୁଥ ସ୍ତରରେ କମ ପ୍ରତିଶତ ମ୍ୟାପିଂ ହୋଇଛି ସେ ଅଞ୍ଚଳରେ କିପରି ଶତପ୍ରତିଶତ ହୋଇପାରିବ ସେ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଏଲଓ ଓ ସୁପରଭାଇଜର ମାନଙ୍କୁ ପରାମର୍ଶ ଦେଇଥିଲେ।ସ୍ଥାନୀୟ ଅଞ୍ଚଳରେ ଏକ କ୍ୟାମ୍ପ କରି ଆଶା,କର୍ପୋରେଟରମାନଙ୍କ ଦ୍ୱାରା ଲୋକମାନଙ୍କୁ ସଚେତନତା କରି ସେମାନଙ୍କ ମ୍ୟାପିଂକୁ ତ୍ୱରାନ୍ୱିତକରିବା ଦିଗରେ ଆଲୋଚନା କରିଥିଲେ।

WhatsApp Image 2026-02-11 at 17.04.27

ଏସଆଇଆର ସମ୍ଭନ୍ଧରେ ଅଧିକରୁ ଅଧିକ ଭୋଟର ମାନଙ୍କ ମଧ୍ୟରେ ସଚେତନତା ,ଇସିଆଇ ନେଟ ଆପ ଡାଉନଲୋଡ କରି ବୁକ ଏ କଲ ଉଇଥ ବିଏଲଓ ମାଧ୍ୟମରେ  ଭୋଟର ମାନେ କିପରି ନିଜର  ମ୍ୟାପିଂ ଓ ନିଜର ଭୋଟର ତାଲିକା ବିଷୟରେ ସନ୍ଦେହ ଦୂର କରିବା ବିଷୟରେ ସଚେତନତାବୃଦ୍ଧି କରିବା ଉପରେ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଅଧିକାରୀମାନେ ବିଏଲଓମାନଙ୍କୁ ସତର୍କତା, ପାରଦର୍ଶିତା ଓ ନିଷ୍ପକ୍ଷତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନିର୍ବାଚନ କାର୍ଯ୍ୟରେ କୌଣସି ତ୍ରୁଟି ନ ହେବା ପାଇଁ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଜୋର ଦିଆଯାଇଥିଲା।

ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନଙ୍କ ସମେତ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଡେ଼ପୁଟି ସିଇଓ ଡ଼. ଲଷ୍ମୀ ପ୍ରସାଦ ସାହୁ ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70