ରାଜନୀତିରାଜ୍ୟ

‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି: ଉପମୁଖ୍ୟମନ୍ତ୍ରୀ

‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ।

ଭୁବନେଶ୍ୱର ୧୧-୦୨-୨୦୨୬(ଏସ .ଏମ ) :  ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ। ଏହି ଅବସରରେ ପରିବାର କଲ୍ୟାଣ, ସ୍ୱାସ୍ଥ୍ୟ ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଓ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, ଏବଂ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆୟୋଗର ବାର୍ଷିକ ରିପୋର୍ଟ, ନ୍ୟୁଜଲେଟର ‘ବିଜୟିନୀ’, ପାସପୋର୍ଟ ଟୁ ଓମେନ ଏମପାୱାରମେଣ୍ଟ’ (Passport to Women Empowerment),ଏବଂ ନୂତନ ୱେବସାଇଟ୍ ଉନ୍ମୋଚିତ ହୋଇଥିଲା। ଏହା ସହିତ ସଫଳ ମିଳନ ହୋଇଥିବା ଦମ୍ପତିଙ୍କୁ ନେଇ ଏକ ସଂକଳନ ‘ପୁନର୍ମିଳନ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର କେବଳ ମହିଳା ବିକାଶ ନୁହେଁ, ବରଂ ‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି। ମହିଳାଙ୍କ ବିରୋଧରେ ହେଉଥିବା ହିଂସା, ଅପରାଧ ଏବଂ ଲିଙ୍ଗଗତ ବୈଷମ୍ୟକୁ ସମ୍ପୂର୍ଣ୍ଣ ରୂପେ ଦୂର କରି ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତୱାରୋପ କରିଥିଲେ।

 ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷ ମାନଙ୍କୁ ପ୍ରତିଷ୍ଠା ଦିବସ ଅବସରରେ ଫୁଲତୋଡ଼ା ବଦଳରେ  ଫଳ ଚାଙ୍ଗୁଡ଼ି ବ୍ୟବହାର କରିବାର ଚିନ୍ତାଧାରାକୁ ଉପମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଏହାକୁ ଏକ ସୃଜନଶୀଳ ପଦକ୍ଷେପ ବୋଲି କହିଥିଲେ। ତୃଣମୂଳ ସ୍ତରରେ ଅପପୁଷ୍ଟି ବିରୋଧରେ ଲଢ଼େଇ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଫଳ ବଣ୍ଟନ କରିବାକୁ ସେ କରିଥିବା ଆହ୍ୱାନକୁ ମନେ ପକାଇଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ସଠିକ୍ ପୋଷଣ ଏକ ସାମୂହିକ ଦାୟିତ୍ୱ। ଓଡ଼ିଶା ରାଜ୍ୟ ମହିଳା ଆୟୋଗର କାର୍ଯ୍ୟକୁ ପ୍ରଶଂସା କରି ସେ ମହିଳାମାନଙ୍କୁ ନିଜ ଆଖିରୁ ଲୁହ ପୋଛି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ଆହ୍ୱାନ କରିଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ରାଜ୍ୟ ସରକାର ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଅନେକ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାହେଉଛି ।

ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଏକ ସୁସ୍ଥ ରାଷ୍ଟ୍ରର ଗଠନ ଏକ ସୁସ୍ଥ ରାଜ୍ୟରୁ ହିଁ ଆରମ୍ଭ ହୋଇଥାଏ ଏବଂ ମହିଳାମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦ୍ୱାରା ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ସେ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପ, ବିଶେଷ କରି ‘ଖୁସି’ ଯୋଜନା ଅଧୀନରେ କିଶୋରୀମାନଙ୍କୁ ମାଗଣା ସାନିଟାରୀ ନାପକିନ ପ୍ରଦାନ କରାଯାଉଥିବା ବିଷୟରେ ଆଲୋକପାତ କରିଥିଲେ।ଏଥିସହ  କୃମି ମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ଏବଂ ୨୦ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାଙ୍କୁ ଔଷଧ ବଣ୍ଟନ କରାଯାଉଛି। ଏହି ଅବସରରେ ରାଜ୍ୟ ମହିଳା କମିଶନର ସଦସ୍ୟମାନଙ୍କୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ଜାରି ରଖିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସେ ଆହ୍ୱାନ ଦେଇଥିଲେ। 

ଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରରେ ପ୍ରଶିକ୍ଷଣ  ନେଇ ଅନ୍ତର୍ଜାତୀୟ ସ୍ଥରରେ ଆମ ରାଜ୍ୟର ଛାତ୍ରୀ ମାନେ ଦକ୍ଷତା ପ୍ରଦର୍ଶନ କରି ଗୌରବ ଆଣିଛନ୍ତି ବୋଲି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବକ୍ତବ୍ୟ ରଖିଥିଲେ । ଏହା ସହ ରାଜ୍ୟ ମହିଳା କମିଶନର ପ୍ରତିଷ୍ଠା ଦିବସରେ ସୁସ୍ଥ, ସୁରକ୍ଷିତ ଏବଂ ସଶକ୍ତ ସମାଜ ଗଠନରେ ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ।

ସମାବେଶକୁ ସମ୍ବୋଧନ କରି ଅଧ୍ୟକ୍ଷା ଶୋଭନା ମହାନ୍ତି ମହିଳାଙ୍କ ବିରୋଧରେ ଲିଙ୍ଗଭିତ୍ତିକ ହିଂସା ଓ ଅପରାଧ ସମ୍ବନ୍ଧୀୟ ସମସ୍ୟା ସମାଧାନରେ ଆୟୋଗର ଉଲ୍ଲେଖନୀୟ ସଫଳତା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆୟୋଗ ଗୃହ ହିଂସା, ବିବାହ ସମ୍ବନ୍ଧୀୟ ବିବାଦ, ଯୌତୁକ ସମସ୍ୟା ଓ ଯୌତୁକ ଜନିତ ମୃତ୍ୟୁ , ଆତ୍ମହତ୍ୟା ଓ ବ୍ୟକ୍ତିଗତ ଓ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ଘଟଣା ସମ୍ପର୍କିତ ମାମଲାଗୁଡ଼ିକୁ ଏକ ସୁସଂଗଠିତ ଓ ନିୟମିତ ଅଭିଯୋଗ ନିରାକରଣ ପ୍ରଣାଳୀ ମାଧ୍ୟମରେ ସମାଧାନ କରୁଛି ବୋଲି ମତପ୍ରକାଶ କରିଥିଲେ।  

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70