TOP STORIESଦେଶ- ବିଦେଶ

ମାସୁଦ ଅଜହର ପରିବାର ଶେଷ

ମାସୁଦ ଅଜହର ପରିବାର ଶେଷ

ଭାରତ ପକ୍ଷରୁ ପିଓକେରେ କରାଯାଇଥିବା ଅପରେସନ ସିନ୍ଦୂରରେ ମାସୁଦ ଅଜହରର ସମ୍ପୂର୍ଣ୍ଣ ପରିବାର ନିଶ୍ଚିହ୍ନ ହୋଇଯାଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର୦୭.୦୫.୨୦୨୫ ( ଏସ .ଏମ ) : ଭାରତ ପାକିସ୍ତାନକୁ ଏକ ଶକ୍ତ ଝଟକା ଦେଇଛି। ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତ ଏହି ଅଭିଯାନର ନାମ ଅପରେସନ ସିନ୍ଦୂର ଦେଇଛି। ଭାରତୀୟ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି। ଭାରତ ପକ୍ଷରୁ ପିଓକେରେ କରାଯାଇଥିବା ଅପରେସନ ସିନ୍ଦୂରରେ ମାସୁଦ ଅଜହରର ସମ୍ପୂର୍ଣ୍ଣ ପରିବାର ନିଶ୍ଚିହ୍ନ ହୋଇଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଭାରତ ମାସୁଦ ଅଜହରର ଘର ଉପରେ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରିପୋର୍ଟରେ କୁହାଯାଉଛି ମାସୁଦ ପରିବାରର ୧୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏନେଇ ମାସୁଦ ଅଜହର ମନ୍ତବ୍ୟ ଦେଇଛି ଯେ, ମୋ ପରିବାରର ୧୦ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରୁ ଅନୁମାନ କରାଯାଉଛି ଆକ୍ରମଣରେ ମାସୁଦ ଅଜହର ନିହତ ହୋଇନହିଁ। ମାସୁଦ କହିଛି ଏୟାର ଷ୍ଟ୍ରାଇ‌କ୍‌ରେ ମୁଁ ମଧ୍ୟ ମରି ଯାଇଥାନ୍ତି। ମୋ ଭାଇ ଭଉଣୀଙ୍କ ସମେତ ଆମର ପରିବାର ଶେଷ ହୋଇ ଯାଇଛି।କର୍ଣ୍ଣେଲ ସୋଫିଆ କୁରେଶି ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଅପରେସନର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ସେ କହିଛନ୍ତି ଯେ, ରାତି ୧:୦୫ ରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା। ଏହି ଅପରେସନରେ ୯ଟି ସ୍ଥାନରେ ଆକ୍ରମଣ କରାଯାଇଥିଲା। ଏହି ରାତି ୧.୦୫ ରୁ ୧.୩୦ ପର୍ଯ୍ୟନ୍ତ ୨୫ ମିନିଟ୍ ଧରି ଚାଲିଥିଲା।ଗୁଇନ୍ଦା ସୂଚନା ଆଧାରରେ ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀମାନଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ପାକିସ୍ତାନ ଏବଂ ପିଓକେ ଉଭୟ ଉପରେ ଆକ୍ରମଣ କରାଯାଇଥିଲା। ଆମେ ସାଧାରଣ ଲୋକଙ୍କର କୌଣସି କ୍ଷତି କରିନାହୁଁ। ସର୍ବପ୍ରଥମେ, ସୱାଇ ନାଲା ଶିବିରକୁ ଟାର୍ଗେଟ କରାଯାଇଥିଲା। ଆମେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଇବାର ଶିବିରଗୁଡ଼ିକୁ ଟାର୍ଗେଟ କରିଥିଲୁ। ୯ଟି ସ୍ଥାନରେ ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା। ପାକିସ୍ତାନର ଯେଉଁ ସ୍ଥାନରେ ଆକ୍ରମଣ ହୋଇଥିଲା ତାହା ହେଉଛି ସିଆଲକୋଟ। ସେଠାକାର ସରଜଲ ଶିବିର ଉପରେ ଆକ୍ରମଣ ହୋଇଥିଲା। ସେଠାରେ ଏକ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ଶିବିର ଥିଲା ବୋଲି ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *