ଘଟଣା ଦୁର୍ଘଟଣାରାଜ୍ୟ

ରାଜପଥ-ରେଳଧାରଣାରେ ହାତୀପଲ; ଲୋକଙ୍କ ପାଇଁ ସତର୍କ ଘଣ୍ଟି

 ରାଜପଥ-ରେଳଧାରଣାରେ ହାତୀପଲ; ଲୋକଙ୍କ ପାଇଁ ସତର୍କ ଘଣ୍ଟି

ହାତୀପଲ ପଦାରେ ବୁଲୁଛନ୍ତି। ଜଙ୍ଗଲରୁ ବାହାରି ଆସି ଜାତୀୟ ରାଜପଥ ଏବଂ ରେଳପଥ ଉପରେ ବୁଲୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଏବଂ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।

ଯୋଡ଼ା  ୧୩-୦୨-୨୦୨୬(ଏସ ,ଏମ ) : ହାତୀପଲ ପଦାରେ ବୁଲୁଛନ୍ତି। ଜଙ୍ଗଲରୁ ବାହାରି ଆସି ଜାତୀୟ ରାଜପଥ ଏବଂ ରେଳପଥ ଉପରେ ବୁଲୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଏବଂ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଅନ୍ତର୍ଗତ ବନ୍ଧୁଆବେଡ଼ାଠାରେ ହାତୀପଲ ରେଳଧାରଣାକୁ ଚାଲି ଆସିବାରୁ ଏକ ମାଲ୍‌ବାହୀ ଟ୍ରେନ୍‌ ଅଟକି ରହିଥିଲା। ଯୋଡ଼ା ବନପାଳ ତ୍ରିନାଥ ଜେନାଙ୍କ ସୂଚନା ଅନୁଯାୟୀ, ଯୋଡ଼ା ସେକ୍ସନର ଗୁରୁବେଡ଼ା ଜଙ୍ଗଲରେ ୯ଟି ହାତୀ ଓ ମହାପର୍ବତ ଅଞ୍ଚଳରେ ୧୫ଟି ହାତୀ ବୁଲୁଛନ୍ତି। ସକାଳେ ହାତୀପଲ ବନ୍ଧୁଆବେଡ଼ା ନିକଟରେ ରେଳଧାରଣା ଅତିକ୍ରମ କରୁଥିଲେ। ଏହି ସମୟରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ର ଲୋକୋପାଇଲଟ୍‌ ସୌଭାଗ୍ୟବଶତଃ ଦେଖିପାରିବାରୁ ଟ୍ରେନ୍‌ ଅଟକାଇ ଦେଇଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ହାତୀପଲ ରେଳଧାରଣା ପାର ହୋଇ ନିକଟସ୍ଥ ଜଙ୍ଗଲକୁ ଚାଲିଯିବା ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲା। ଏହି ଅଞ୍ଚଳ ହାତୀ କରିଡର ହୋଇଥିବାରୁ ଏପରି ଘଟଣା ପୂର୍ବରୁ ମଧ୍ୟ ଘଟିଛି। ହାତୀପଲଙ୍କ ଗତିବିଧି ଉପରେ ବନ ବିଭାଗ କର୍ମଚାରୀମାନେ ନଜର ରଖିଛନ୍ତି। ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ବନପାଳ ଶ୍ରୀ ଜେନା ପ୍ରକାଶ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କୁତ୍ରା ଥାନା ସମ୍ମୁଖରେ ଗୁରୁବାର ଦିନତମାମ ହାତୀପଲ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିଥିଲା। ବନବିଭାଗର ଉଦ୍ୟମରେ ରାତିରେ ହାତୀମାନେ ପୁଣି ତାଙ୍କ ପୂର୍ବ ଠିକଣାକୁ ଫେରିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୬ଟା ସମୟରେ ୨୨ ଟିକିଆ ହାତୀପଲ ପଞ୍ଚରା ପଟୁ ଆସି ୧୦ ନମ୍ବର ରାଜ୍ୟ ରାଜପଥ ଅତିକ୍ରମ କରୁଥିଲେ। ଏଥିରୁ ୧୬ଟି ହାତୀ ରାସ୍ତା ପାର କରିଥିବାବେଳେ ୬ଟି ହାତୀ ଥାନା ନିକଟରେ ରହିଯାଇଥିଲେ।ହାତୀ ଦେଖିବା ପାଇଁ ସ୍ଥାନୀୟଲୋକ ଭିଡ଼ ଜମାଇଥିବାରୁ ସେମାନେ ଭୟଭୀତ ହୋଇ ରାସ୍ତାପାର କରିପାରୁନଥିଲେ। ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସେଠାରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ। ବନକର୍ମଚାରୀଙ୍କ ଉଦ୍ୟମରେ ଦିନ ପ୍ରାୟ ୧୨ଟା ସମୟରେ ଅବଶିଷ୍ଟ ୬ଟି ହାତୀ ରାଜପଥ ପାରହୋଇ ଚୁନିପଡ଼ା ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ। ପରେ ୨ଟି ହାତୀ ପୁଣି ଫେରି ଥାନା ନିକଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହିଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ରାଜ୍ୟ ରାଜପଥ ବନ୍ଦ କରାଯାଇଥିଲା। ଶହଶହ ଗାଡ଼ିମୋଟର ଅଟକି ରହିଥିଲା। ପରେ ସୁନ୍ଦରଗଡ଼ ଏସିଏଫ୍ ରାଜକୁମାର ସେଠୀ ଓ ବଡ଼ଗାଁ ଡେପୁଟି ରେଞ୍ଜର ଅମୂଲ୍ୟ କୁମାର ସେନାପତି ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତିରେ ସେମାନଙ୍କୁ ଘଉଡ଼ାଇବାରେ ସଫଳ ହୋଇଥିଲେ। ବର୍ତ୍ତମାନ ସମସ୍ତ ୨୨ଟି ହାତୀ ପଞ୍ଚରା ପଞ୍ଚାୟତ ଅନ୍ତର୍ଗତ ଲମଟି ଜଙ୍ଗଲରେ ଥିବା ଜଣାପଡ଼ିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70