ବିଶେଷ ସ୍ତମ୍ବରାଜ୍ୟ

ରାଜ୍ୟରେ ପ୍ରଥମ: ବିଟେଲ୍‌ ଡ୍ରୋନ୍ ମଡେଲ୍‌ ପ୍ରସ୍ତୁତ କଲା ନିଷ୍ଟ୍‌

ରାଜ୍ୟରେ ପ୍ରଥମ: ବିଟେଲ୍‌ ଡ୍ରୋନ୍ ମଡେଲ୍‌ ପ୍ରସ୍ତୁତ କଲା ନିଷ୍ଟ୍‌

ରାଜ୍ୟର ପ୍ରଥମ ବିଟେଲ୍‌ (ଭଅଁର) ପ୍ରଜାତିର ଅତ୍ୟାଧୁନିକ ଡ୍ରୋନ୍‌ ତିଆରି କରିବାର ପରିକଳ୍ପନା କରିଛନ୍ତି ନିଷ୍ଟ୍‌ ବିଶ୍ବବିଦ୍ୟାଳୟର ଛାତ୍ର ଗୋଷ୍ଠୀ। ଏହି ଡ୍ରୋନ୍‌ ପ୍ରାକୃତିକ ବିପର୍ଯ୍ୟୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ବେଶ୍‌ ଉପଯୋଗୀ ହେବ।

 

ବ୍ରହ୍ମପୁର ୨୭-୦୧-୨୦୨୬(ଏସ.ଏମ ) : ରାଜ୍ୟର ପ୍ରଥମ ବିଟେଲ୍‌ (ଭଅଁର) ପ୍ରଜାତିର ଅତ୍ୟାଧୁନିକ ଡ୍ରୋନ୍‌ ତିଆରି କରିବାର ପରିକଳ୍ପନା କରିଛନ୍ତି ନିଷ୍ଟ୍‌ ବିଶ୍ବବିଦ୍ୟାଳୟର ଛାତ୍ର ଗୋଷ୍ଠୀ। ଏହି ଡ୍ରୋନ୍‌ ପ୍ରାକୃତିକ ବିପର୍ଯ୍ୟୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ବେଶ୍‌ ଉପଯୋଗୀ ହେବ। ନିଷ୍ଟ୍‌ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର୍‌ ସାଇନ୍‌ସ ବିଭାଗର ଛାତ୍ର ଆର୍ୟନ ସିଂ(୨୦)ଙ୍କ ନେତୃତ୍ବରେ ପ୍ରସ୍ତୁତ ହୋଇଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବିଟେଲ୍‌ ଡ୍ରୋନ୍‌। ବିଭାଗ ପକ୍ଷରୁ ମିଳିଥିବା ଟାସ୍କ୍‌ ଅନୁସାରେ ସୃଜନଶୀଳତାକୁ ବ୍ୟବହାର କରି ଏହାର ଡିଜିଟାଲ୍‌ ମଡେଲ୍‌ ପ୍ରସ୍ତୁତି ସରିଛି।

୧୫ହଜାର ଟଙ୍କା ଖର୍ଚ୍ଚ

ଏହାର ନିର୍ମାଣ ପାଇଁ ପ୍ରାୟ ୧୫ହଜାର ଟଙ୍କା ଖର୍ଚ୍ଚ ହେବ। ସାମରିକ ବାହିନୀ ଓ ଗୃହ ବିଭାଗର ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ କାର୍ଯ୍ୟକୁ ସରଳ କରିବା ପାଇଁ ଏହି ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଭୂସ୍ଖଳନ କିମ୍ବା କୌଣସି ଅତଡ଼ା ତଳେ ଫସି ରହିଥିବା ଲୋକଙ୍କୁ ଚିହ୍ନଟ କରିବା, ସୀମାରେ ଅନୁପ୍ରବେଶ ଉପରେ ନଜର ରଖିବା ଓ ଶତ୍ରୁପକ୍ଷଙ୍କ ଗୁପ୍ତ ତଥ୍ୟ ସଂଗ୍ରହ ଆଦି କାମରେ ଏହା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଏହି ଉଚ୍ଚକ୍ଷମତା ସମ୍ପନ୍ନ ‌ଡ୍ରୋନ୍‌ର ଏକ ଡିଜିଟାଲ୍‌ ମଡେଲ୍‌ ପ୍ରସ୍ତୁତ ସରିଛି। ‌ଆଗାମୀ ତିନିମାସରେ ସମସ୍ତ ଯନ୍ତ୍ରପାତି ନେଇ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଛାତ୍ର ଗୋଷ୍ଠୀ ଯୋଜନା ରଖିଛନ୍ତି। ଅନେକ ସମୟରେ ଡ୍ରୋନ୍‌ ଅପ୍ରତ୍ୟାଶିତ ରୂପେ ଦୁର୍ଘଟଣାର ଶିକାର ହେବା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଏଥିରେ ‘ଇଜି ଟୁ ରିଟର୍ଣ୍ଣ’ ଫିଚର୍‌ ବ୍ୟବହାର କରାଯାଇଛି। ନିକଟରେ ବିଶ୍ବବିଦ୍ୟାଳୟ ଗସ୍ତରେ ଆସିଥିବା ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏହାକୁ ଦେଖି ପ୍ରଶଂସା କରିଥିଲେ। ଡ୍ରୋନ୍‌ ତିଆରି ପାଇଁ ସହଯୋଗ ନିମନ୍ତେ ଆର୍ମି ଏଡି କଲେଜ ସହ ଚୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି। ଆର୍ୟନଙ୍କ ସମେତ ସହଯୋଗୀ ଆୟୁଷ କୁମାର, ଆରିୟନ୍ କୁମାର, ଜଗନ କୁମାର ସ୍ୱାଇଁ, ଆଶିଷ କୁମାର ଏବଂ ଆୟୁଷ୍ମାନ ପ୍ରହରାଜ ଏହି ବିଟଲ୍ ଡ୍ରୋନ୍‌ର ପରିକଳ୍ପନା କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70