LatestNewsଅପରାଧରାଜ୍ୟ

ସାଲିଆସାହିରେ ଭଙ୍ଗାଗଲା ମଦଭାଟି

ସାଲିଆସାହିରେ ଭଙ୍ଗାଗଲା ମଦଭାଟି…

ଲାଗିବ ଅଭ୍ୟାସଗତ ଅପରାଧ ଦଫା, ମିଳିବନି ସରକାରୀ ସୁବିଧା ସୁଯୋଗ

ଗତକାଲି ସାଲିଆସାହିରେ ଠାବ କରାଯାଇଥିବା ଦେଶୀ ମଦଭାଟିକୁ ଆଜି ମାଟିରେ ମିଶାଇଛି ଅବକାରୀ ବିଭାଗ। ଏହାସହିତ ଗତକାଲି ଚଢ଼ଉ ବେଳେ ଫେରାର    ହୋଇଯାଇଥିବା ଦୁଇ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।

ଭୁବନେଶ୍ୱର ୨୯-୦୯-୨୦୨୫(ଏସ.ଏମ ) : ତକାଲି ସାଲିଆସାହିରେ ଠାବ କରାଯାଇଥିବା ଦେଶୀ ମଦଭାଟିକୁ ଆଜି ମାଟିରେ ମିଶାଇଛି ଅବକାରୀ ବିଭାଗ। ଏହାସହିତ ଗତକାଲି ଚଢ଼ଉ ବେଳେ ଫେରାର ହୋଇଯାଇଥିବା ଦୁଇ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଯେଉଁମାନେ ବାରମ୍ବାର ଏଭଳି ଅପରାଧ କରି ଗିରଫ ହେଉଛନ୍ତି ସେମାନଙ୍କ ବିରୋଧରେ ଅଭ୍ୟାସଗତ ଅପରାଧୀ ଦଫା ଲଗାଇବାକୁ ଅବକାରୀ ବିଭାଗ ପକ୍ଷରୁ ଯୋଜନା କରାଯାଉଛି। ଏହାସହିତ ଅଭିଯୁକ୍ତମାନଙ୍କୁ ଯେଉଁ ସରକାରୀ ସୁବିଧା ସୁଯୋଗ ମିଳୁଛି ତାହାକୁ ମଧ୍ୟ କାଟିବାକୁ ବିଭାଗ ପକ୍ଷରୁ ସରକାରଙ୍କୁ ‌ଚିଠି ଲେଖାଯିବ ବୋଲି ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ କହିଛନ୍ତି।ସୂଚନା ଅନୁସାରେ ଗତକାଲି ଅପରେସନ୍ ପ୍ରହାରରେ ସାଲିଆସାହିର ନୀଳକଣ୍ଠନଗରରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ସରକାରୀ ଜାଗାରେ ଭାଟି ତିଆରି କରାଯାଇ ଦେଶୀ ମଦ ତିଆରି କରାଯାଉଥିବା ଜଣାପଡ଼ିଥିଲା। ଭାଟିରୁ ୧୬ ହଜାରୁ ଅଧିକ ‌ପୋଚ ନଷ୍ଟ କରାଯିବା ସହିତ ୬ ହଜାର ଦେଶୀ ମଦ ଜବତ କରାଯାଇଥିଲା। ଏହି ସବୁ ମଦ ପାର୍ବଣ ପୂର୍ବରୁ ଚାଲାଣ କରାଯାଇଥା’ନ୍ତା ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ଗତକାଲି ୪ ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ପୁଣି ସେଠାରେ ଚଢ଼ଉ କରାଯାଇ ୨୫୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ତେଣୁ ଅବକାରୀ ବିଭାଗ,‌ ବିଏମ୍‌ସି ଓ କମିସନରେଟ୍ ପୁଲିସ ସହାୟତାରେ ଦୁଇଟି ଭାଟିକୁ ଭଙ୍ଗାଯାଇଛି। ‌ଯିଏବି ସରକାରୀ ଜାଗାରେ ଭାଟି କରି ମଦ ତିଆରି କରିବ ତାହାକୁ ଭାଙ୍ଗି ଦିଆଯିବ। ସୂଚନାଯୋଗ୍ୟ ଯେ  ବାରମ୍ବାର ଗିରଫ ହେବା ପରେ ମଧ୍ୟ ମଦ ବ୍ୟବସାୟୀମାନେ ଜେଲରୁ ଫେରି ପୁଣି ମଦ ତିଆରି କରି ବିକ୍ରି କରୁଛନ୍ତି। ତେଣୁ ଯେଉଁମାନେ ବାରମ୍ବାର ଏଭଳି ଅପରାଧ କରି ଗିରଫ ହେଉଛନ୍ତି ସେମାନଙ୍କ ବିରୋଧରେ ଅଭ୍ୟାସଗତ ଅପରାଧୀ ଦଫା ଲଗାଇବାକୁ ଅବକାରୀ ବିଭାଗ ପକ୍ଷରୁ ଯୋଜନା କରାଯାଉଛି ବୋଲି ଶ୍ରୀ ପଟେଳ କହିଛନ୍ତି।ପଟେଲ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70