ରାଜ୍ୟସମସ୍ୟା ଭିତ୍ତିକ ଖବର

(ସିଭିପି)ପକ୍ଷରୁ ସୌମ୍ୟାଶ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି

(ସିଭିପି)ପକ୍ଷରୁ ସୌମ୍ୟାଶ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି

ନିଆଳୀ ବ୍ଲକ ଦେବୀକନ୍ଦଳ ଦ୍ୱିପାଞ୍ଚଳ ଡାକଘର ପଡିଆ ରେ ସ୍ୱେଛାସେବୀ ସଂଗଠନ ଛାତ୍ର ଯୁବ ବିକାଶ ପରିଷଦ (ସିଭିପି)ପକ୍ଷରୁ ସୌମ୍ୟାଶ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି

ନିଆଳୀ ୧୬-୦୭-୨୦୨୫ (ଏସ .ଏମ ) :(ଦ୍ୱିଜବର ମହାପାତ୍ର) ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀ  ସୌମ୍ୟାଶ୍ରୀ ବିଶି ଆତ୍ମାହୂତି ଉଦ୍ୟମ କରି ଏମ୍ସ ରେ ମୃତ୍ୟୁବରଣ କରିବା ପରେ ସମଗ୍ର ରାଜ୍ୟ ଓ ଦେଶରେ ହଇ ଚଇ ସୃଷ୍ଟିହୋଇଛି । ନିଆଳୀ ବ୍ଲକ ଦେବୀକନ୍ଦଳ ଦ୍ୱିପାଞ୍ଚଳ ଡାକଘର ପଡିଆ ରେ ସ୍ୱେଛାସେବୀ ସଂଗଠନ ଛାତ୍ର ଯୁବ ବିକାଶ ପରିଷଦ (ସିଭିପି)ପକ୍ଷରୁ  ସୌମ୍ୟାଶ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।ଏହି ଅବସରରେ ପରିଷଦର କାର୍ଯ୍ୟକର୍ତ୍ତା,ଶୁଭେଛୁ ଓ କମ୍ପୁଟର ଏଜୁକେସନର ଛାତ୍ରଛାତ୍ରୀ ମାନେ ଏକାଠି ହୋଇ  ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ।ପରିଷଦର ସଂଯୋଜକ ସଂଗ୍ରାମ ବାରିକ ଓ ଗୁରୁଜୀ ଜୀବନ କୃଷ୍ଣ ରାଉତଙ୍କ ସଂଯୋଜନାରେ ଅନୁଷଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଆଡଭୋକେଟ ସରୋଜ କୁମାର ସ୍ୱାଇଁ ,ପ୍ରାକ୍ତନ ଶିକ୍ଷା ଅନୁନୀରୀକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ମହାପାତ୍ର,ଚିଦାନନ୍ଦ ଦାସ,ବିଶ୍ୱନାଥ ମହାପାତ୍ର,ଇନ୍ଦ୍ରଜିତ ସାହୁ,ରାହୁଲ ସେଠୀ,ରୋଜାଲିନି ରାଉତ ,ସତ୍ୟଭାମା ପଟନାୟକ ଓ ଅନଙ୍ଗ ପ୍ରସାଦ ମହାପାତ୍ର ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଏହି ଅମାନବୀୟ ଘଟଣା ସହ ସଂପୃକ୍ତ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡବିଧାନ ନିମନ୍ତେ ଦାବୀ କରାଯାଇଛି ।ପରିଷଦର ସହ ସଂପାଦକ ସ୍ୱାମୀ ଓମକାର ଜେନା ସଂଯୋଜନା କରିଥିଲେ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *