ଦୁର୍ନୀତିରାଜ୍ୟ

ହୋଲ୍ଡିଂ ଟିକସ ଫାଙ୍କି ଧରିବ ଜିଆଇଏସ‌୍ ସର୍ଭେ: ୨.୫୦ଲକ୍ଷରୁ ଅଧିକ ଘର, ୧.୩୦ ଲକ୍ଷ ଦେଉଛନ୍ତି ଟିକସ

ହୋଲ୍ଡିଂ ଟିକସ ଫାଙ୍କି ଧରିବ ଜିଆଇଏସ‌୍ ସର୍ଭେ: ୨.୫୦ଲକ୍ଷରୁ ଅଧିକ ଘର, ୧.୩୦ ଲକ୍ଷ ଦେଉଛନ୍ତି ଟିକସ

  • ବ୍ୟକ୍ତିଗତ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଆଉ କେହି ହୋଲ୍ଡିଂ ଟିକସ ଫାଙ୍କି ପାରିବେନି।
  • ଘର ଅନୁଯାୟୀ ଟିକସ ଦେବାକୁ ପଡ଼ିବ। ଠକିଲେ, ଧରାପଡ଼ିବେ ଓ ତଣ୍ଡ ଗଣିବେ।
  • ବିଏମ୍‌ସି ଏଥିପାଇଁ ଜିଆଇଏସ୍‌(ଜିଓଲୋଜିକାଲ୍‌ ଇନ୍‌ଫର୍ମେସନ୍‌ ସିଷ୍ଟମ) ସର୍ଭେ ଆରମ୍ଭ କରିବାକୁ ଯାଉଛି।

ଭୁବନେଶ୍ୱର ୧୧-୦୨-୨୦୨୬(ଏସ .ଏମ ) : ବ୍ୟକ୍ତିଗତ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଆଉ କେହି ହୋଲ୍ଡିଂ ଟିକସ ଫାଙ୍କି ପାରିବେନି। ଘର ଅନୁଯାୟୀ ଟିକସ ଦେବାକୁ ପଡ଼ିବ। ଠକିଲେ, ଧରାପଡ଼ିବେ ଓ ତଣ୍ଡ ଗଣିବେ। ବିଏମ୍‌ସି ଏଥିପାଇଁ ଜିଆଇଏସ୍‌(ଜିଓଲୋଜିକାଲ୍‌ ଇନ୍‌ଫର୍ମେସନ୍‌ ସିଷ୍ଟମ) ସର୍ଭେ ଆରମ୍ଭ କରିବାକୁ ଯାଉଛି। ଏହି କାମ ପାଇଁ ଠିକାସଂସ୍ଥା ଚୟନ ସରିଛି। ଆଜି ଏ ଉପରେ କର୍ପୋରେଟର୍‌ଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏହି ଜିଆଇଏସ୍‌ ଭିିତ୍ତିକ ପ୍ରପର୍ଟି ଆସେସମେଣ୍ଟ ସର୍ଭେରେ ପ୍ରକଳ୍ପର ସଂପୂର୍ଣ୍ଣ ରୂପରେଖ ପ୍ରଦର୍ଶିତ ହେ‌ାଇଛି। ବର୍ତ୍ତମାନ ବିଏମ୍‌ସି ଅଞ୍ଚଳରେ ୨ଲକ୍ଷ ୫୦ହଜାରରୁ ଅଧିକ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ରହିଛି। କିନ୍ତୁ ହୋଲ୍ଡିଂ ଟିକସ ମାତ୍ର ୫୦ରୁ ୬୦ ପ୍ରତିଶତ ଆସୁଛି। ମାସିକ ପ୍ରାୟ ସାଢ଼େ ୪ କୋଟିରୁ ସାଢ଼େ ୫ କୋଟି ଟଙ୍କା ଯାଏଁ ଟିକସ ଆଦାୟ ହେଉଛି। ପ୍ରାୟ ୧ଲକ୍ଷ ୩୦ହଜାର ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ହୋଲ୍ଡିଂ ଟିକସ ଦେଉନାହାନ୍ତି। ୱାର୍ଡ ଅଫିସର ଓ ଅନ୍ୟମାନଙ୍କୁ ସର୍ଭେ କରି ବାକି ରହିଥିବା ଘର, ବ୍ୟବସାୟିକ ପ୍ରତିଷ୍ଠାନ ଆଦିର ତାଲିକା ଦେବାକୁ କୁହାଯାଉଥିଲେ ବି କେହି ମନଧ୍ୟାନ ଦେଉନାହାନ୍ତି। ଏଣୁ ବିଏମ୍‌ସିକୁ ହୋଲ୍ଡିଂ ଟିକସରେ ବହୁ କ୍ଷତି ସହିବାକୁ ପଡ଼ୁଛି। ଅପରପକ୍ଷେ ହୋଲ୍ଡିଂ ଟିକସ ଯେଉଁମାନେ ଦେଉଛନ୍ତି, ସେମାନେ ବି ବ୍ୟାପକ ହେରଫେର କରୁଛନ୍ତି। ଏବେ ସୁଦ୍ଧା ଲୋକବଳ ଲଗାଇ ବିଏମ୍‌ସି ହୋଲ୍ଡିଂ ଟିକସଦାତାଙ୍କ ହିସାବ କରି ଆସୁଥିଲା। ଯେଉଁ ଅଧିକାରୀ, କର୍ମଚାରୀମାନେ ଏହି କାମରେ ନିୟୋଜିତ ହେଉଥିଲେ, ସେମାନେ ଯେଉଁ ରିପୋର୍ଟ ଦେଉଥିଲେ, ସେହି ଆଧାରରେ ହୋଲ୍ଡିଂ ଟିକସ ଧାର୍ଯ୍ୟ ହେଉଥିଲା। କାହାର ଯଦି ୫୦୦ ବର୍ଗଫୁଟ ଜାଗାରେ ଘର ଅଛି ବୋଲି ଦର୍ଶାଯାଇଥାଏ, ସେ ସେହି ୫ଶହ ବର୍ଗଫୁଟ ଜାଗାର ହୋଲ୍ଡିଂ ଟିକସ ଭରୁଥିଲା। ସେ ୧ହଜାର ବର୍ଗଫୁଟ ଜାଗା ହେଉ କି ଏହାଠାରୁ ଅଧିକ ଥାଉ, କିନ୍ତୁ ସଂପୃକ୍ତ କର୍ମଚାରୀ ଯାହା ତଥ୍ୟ ଦେଉଥିଲେ, ସେହି ଆଧାରରେ ହୋଲ୍‌ଡିଂ ଟିକସ ଆଦାୟ ହେଉଥିଲା। ଏହାର ସୁଯୋଗ ନେଇ କରଦାତାଙ୍କ ସର୍ଭେ ଓ ତାଲିକା ପ୍ରସ୍ତୁତ କରୁଥିବା ଅଧିକାରୀ, କର୍ମଚାରୀମାନେ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହେଉଥିଲା। ତେଣୁ ରାଜସ୍ବ ବୃଦ୍ଧି କରିବାକୁ ବିଏମ୍‌ସିର ଜିଆଇଏସ୍‌ ସର୍ଭେ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।ସ୍ପାରୋ ସଫ୍ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାକୁ ଏହି କାମ ଦିଆଯାଇଛି। ବିଏମ୍‌ସି ଡେପୁଟି କମିସନର୍‌ ଅଜୟ କୁମାର ମହାନ୍ତି କହିଛନ୍ତି, ଆମ ପାଖରେ ମାନବସମ୍ବଳର ଅଭାବ ରହିଛି। ଏଣୁ ଜିଆଇଏସ୍‌ ସର୍ଭେ ମାନବସମ୍ବଳ ସମସ୍ୟା ଦୂର କରିବ। ଏହାଦ୍ବାରା କାହାର କେତେ ଜାଗାରେ ଘର ରହିଛି, ଜାଣି ପାରିବୁ। ସର୍ଭେରେ ଫଟୋ, ମାପ, ସବୁର ତଥ୍ୟ ଆମ ପାଖରେ ରହିବ। ଯଦ୍ବାରା ଏକ ତ୍ରୁଟିଶୂନ୍ୟ ହୋଲ୍ଡିଂ ଟିକସ ଡାଟା ପ୍ରସ୍ତୁତ ହୋଇପାରିବ। ସେପଟେ ସଂପୃକ୍ତ ଠିକାସଂସ୍ଥାକୁ ବିଏମ୍‌ସି କୌଣସି ଅତିରିକ୍ତ ଟଙ୍କା ଦେବନି। ସର୍ଭେ ଅନୁଯାୟୀ ସଂପୃକ୍ତ ସଂସ୍ଥା ଟଙ୍କା ପାଇବ। ଯେତିକି ଅଧିକ ହୋଲ୍ଡିଂ ଟିକସ ଆଦାୟ ହେବ, ସେତିକି ଟିକସର ପ୍ରାୟ ୭ରୁ ୮ ପ୍ରତିଶତ ଅର୍ଥ ସଂପୃକ୍ତ ସଂସ୍ଥା ନେବ। ସର୍ଭେରେ ଯଦି ବର୍ତ୍ତମାନ ଆଦାୟ ହେଉଥିବା ଘରସଂଖ୍ୟା, ହୋଲ୍ଡିଂ ଟିକସ ପରିମାଣ ସହ ସର୍ଭେ ତଥ୍ୟ ସମାନ ରହେ ଅବା କମେ, ସଂପୃକ୍ତ ସଂସ୍ଥା କୌଣସି ଟଙ୍କା ପାଇବନି। ଘର ସଂଖ୍ୟା ଓ ହୋଲ୍ଡିଂ ଟିକସ ବୃଦ୍ଧି ହେଲେ ହିଁ ସଂପୃକ୍ତ ସଂସ୍ଥା ଟଙ୍କା ପାଇବ। ଅନ୍ୟପକ୍ଷରେ ଯଦି କୌଣସିଠାରେ ଘରର ଆକାରପ୍ରକାରରେ ଠକାମି ଧରାପଡ଼େ, ତାହାର ତଥ୍ୟ ଅନୁସନ୍ଧାନ କରାଯିବ, ଆବଶ୍ୟକ ପଡ଼ିଲେ, ସର୍ଭେ କରିଥିବା ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70