LatestNewsTOP STORIESରାଜ୍ୟ

୬ଟି ପ୍ରକଳ୍ପକୁ ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟିର ସୁପାରିସ

୬ଟି ପ୍ରକଳ୍ପକୁ ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟିର ସୁପାରିସ…

ରାଜ୍ୟରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ଏହି କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟାର ସମୟୋପଯୋଗୀ ସମାଧାନ ପାଇଁ ଆଜି ରାଜ୍ୟ ବନ୍ୟପ୍ରାଣୀ ପରିଷଦର  ସ୍ଥାୟୀ କମିଟିର ୧୨ତମ ବୈଠକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ୱର ୨୦-୦୩-୨୦୨୬( ଏସ.ଏମ ) : ରାଜ୍ୟରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ଏହି କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟାର ସମୟୋପଯୋଗୀ ସମାଧାନ ପାଇଁ ଆଜି ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟିର ୧୨ତମ ବୈଠକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୬ଟି ବିକାଶମୂଳକ ପ୍ରକଳ୍ପକୁ ସୁପାରିସ କରାଯାଇଛି।

ଅନୁଷ୍ଠିତ ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରେ‌ ମୋଟ ୬ଟି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ସେଥିମଧ୍ୟରୁ ତିନିଟି ପ୍ରସ୍ତାବ ଅନୁଗୁଳ ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତାବିତ ମୁଖ୍ୟ ଜଳସେଚନ ପ୍ରକଳ୍ପ ସହିତ ଜଡ଼ିତ ଥିଲା। ଏହି ଜଳସେଚନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଚାଷୀମାନେ ନିଶ୍ଚିତ ଜଳସେଚନ ସୁବିଧା ପାଇବା ସହ ଏହା ଗ୍ରାମୀଣ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାସହ ସାତକୋଶିଆ, ଶିମିଳିପାଳ ଏବଂ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ଅନ୍ୟ ତିନିଟି ପାନୀୟ ଜଳ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବନ୍ୟପ୍ରାଣୀ ପରିଷଦର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ଏହି ପ୍ରସ୍ତାବଗୁଡ଼ିକୁ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ବନ୍ୟପ୍ରାଣୀ ପରିଷଦ ନିକଟକୁ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ପ୍ରେରଣ କରାଯିବ। ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହିତ ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରିବ।ଏହି ବୈଠକରେ ବିଧାୟକ (ଭଟଲି) ଇରାଶିଷ ଆଚାର୍ଯ୍ୟ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡ କେ. ମୁରୁଗେସନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝାଙ୍କ ସମେତ ପରିଷଦର ଅନ୍ୟାନ୍ୟ କମିଟି ସଦସ୍ୟମାନେ ଉପସ୍ଥିତଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70