ଆଜି ଆଇପିଏଲ୍ର ଶେଷ ମ୍ୟାଚ୍
ଆଜି ଆଇପିଏଲ୍ର ଶେଷ ମ୍ୟାଚ୍
ଚଳିତ ଆଇପିଏଲରେ ପଞ୍ଜାବ ଆଉ ବେଙ୍ଗାଲୁରୁ ବେଶ ଶକ୍ତିଶାଳୀ ଦଳ । ଏହି ଦୁଇ ଦଳ ପାଖରେ ଦୃଢ଼ ବ୍ୟାଟିଂ ଲାଇନ ଅପ ଆଉ ଦୁର୍ଦ୍ଧର୍ଷ ବୋଲର ରହିଛନ୍ତି । ତେଣୁ ଆଜିର ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୦୬-୨୦୨୫(ଏସ .ଏମ ) : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ର ଆଜି ଶେଷ ମ୍ୟାଚ୍। ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହୋଇଥିଲା, ପ୍ରାୟ ଅଢ଼େଇ ମାସ ପରେ ଏବେ ଏହା ଫାଇନାଲ ପର୍ଯ୍ୟାୟରେ ପହଂଚି ସାରିଛି। ଲିଗ୍ ପର୍ଯ୍ୟାୟ ଏବଂ ପ୍ଲେଅଫ୍ ମ୍ୟାଚ୍ ର ଚ୍ୟାଲେଞ୍ଜକୁ ଅତିକ୍ରମ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ୍ ଟାଇଟଲ୍ ମୁକାବିଲାରେ ପ୍ରବେଶ କରିଛନ୍ତି। ଫାଇନାଲ ମ୍ୟାଚ୍ ଜୁନ ୩ରେ (ଆଜି) ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।ଚଳିତ ଆଇପିଏଲରେ ପଞ୍ଜାବ ଆଉ ବେଙ୍ଗାଲୁରୁ ବେଶ ଶକ୍ତିଶାଳୀ ଦଳ । ଏହି ଦୁଇ ଦଳ ପାଖରେ ଦୃଢ଼ ବ୍ୟାଟିଂ ଲାଇନ ଅପ ଆଉ ଦୁର୍ଦ୍ଧର୍ଷ ବୋଲର ରହିଛନ୍ତି । ତେଣୁ ଆଜିର ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଉଭୟ ଦଳ ଚଳିତ ଆଇପିଏଲରେ ପରସ୍ପରକୁ ୨ଥର ଭେଟିଛନ୍ତି ଯେଉଁଥିରେ ପଞ୍ଜାବ ଥରେ ଆଉ ବେଙ୍ଗାଲୁରୁ ଥରେ ବିଜୟୀ ହୋଇଛି । ସେହିପରି ଉଭୟ ଦଳ ଆଇପିଏଲରେ ମୋଟ ୩୬ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଉଭୟ ୧୮ଥର ଲେଖାଏଁ ବିଜୟୀ ହୋଇଛନ୍ତି । କହିବାକୁ ଗଲେ ଉଭୟ ଦଳଙ୍କ ପଲ୍ଲା ସମାନ ରହିଛି । ଆଉ ଶକ୍ତି ବି ସମାନ । କେହି କାହାଠାରୁ କମ୍ ନୁହନ୍ତି । ତେଣୁ ଦେଖିବା ବାକି ରହିଲା ଆଜିର ମ୍ୟାଚରେ କିଏ ପିନ୍ଧୁଛି ଆଇପିଏଲର ପ୍ରଥମ ତାଜ୍ ।ଗତ ଋତୁରେ କେକେଆର୍କୁ ବିଜେତା କରିଥିବା ଶ୍ରେୟସ ଆୟରଙ୍କ ପାଇଁ କିନ୍ତୁ ହ୍ୟାଟ୍ରିକ୍ ଟ୍ବେଣ୍ଟି-୨୦ ଟ୍ରଫି ଜିତିବା ଅଧିନାୟକର ଗୌରବ ମିଳିପାରିବ। ଦିଲ୍ଲୀ କ୍ୟାପିଟାଲ୍ସ, କେକେଆର୍ ପରେ ତୃତୀୟ ଦଳକୁ ଫାଇନାଲ୍ ନେବାର ବିରଳ ସଫଳତା ବି ପାଇଛନ୍ତି। ପଞ୍ଜାବ କିଙ୍ଗ୍ସ ୧୧ ବର୍ଷ ପରେ ଫାଇନାଲ୍ ଖେଳିବାକୁ ଯାଉଛି। ଲିଗ୍ ଟପ୍ପର ହେବାର ଆତ୍ମବିଶ୍ବାସ ଓ କ୍ବାଲିଫାୟାର-୨ରେ ୫ ଥର ବିଜେତା ମୁମ୍ବାଇକୁ ପରାସ୍ତ କରିବା ପରେ ଆୟରଙ୍କ ଦଳର ଆତ୍ମବିଶ୍ବାସ ବି ଆକାଶଛୁଆଁ ରହିଛି।