LatestNewsTOP STORIESଅପରାଧଘଟଣା ଦୁର୍ଘଟଣାରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଆଦିବାସୀ ନାବାଳିକାକୁ ଅସଦାଚାରଣ ଘଟଣା: ୯ ଆହତ, ୪ଗୁରୁତର

ଆଦିବାସୀ ନାବାଳିକାକୁ ଅସଦାଚାରଣ ଘଟଣା: ୯ ଆହତ, ୪ଗୁରୁତର

  • ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକର ଉନ୍ମାଦ।
  • ରାସ୍ତା ମଝିରେ ଆଦିବାସୀ ନାବାଳିକାକୁ କଲା ଅସଦାଚାରଣ।
  • ପୀଡ଼ିତାଙ୍କ ଗ୍ରାମବାସୀ ଯୁବକର ଘର ସାମ୍ନାରେ କଲେ ଲଙ୍କାକାଣ୍ଡ।

ରାଇରଙ୍ଗପୁର/ବହଳଦା ୧୩-୦୩-୨୦୨୬(ଏସ .ଏମ ) : ୟୂରଭଞ୍ଜଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକର ଉନ୍ମାଦ। ରାସ୍ତା ମଝିରେ ଆଦିବାସୀ ନାବାଳିକାକୁ କଲା ଅସଦାଚାରଣ। ପୀଡ଼ିତାଙ୍କ ଗ୍ରାମବାସୀ ଯୁବକର ଘର ସାମ୍ନାରେ କଲେ ଲଙ୍କାକାଣ୍ଡ। ନାବାଳିକାକୁ ନ୍ୟାୟ ଦାବିରେ ପୀଡ଼ିତାଙ୍କୁ ଧରି ଅଭିଯୁକ୍ତଙ୍କ ଗ୍ରାମରେ ଶତାଧିକ ଗ୍ରାମବାସୀ ଜଗିବସିଥିଲେ ରାତିସାରା। ଘଟଣା ଘଟାଇଥିବା ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ ବିଂଝୁଆ ଗ୍ରାମର। ଘଟଣାକୁ ନେଇ ଗ୍ରାମରେ ତିରିଂ ଥାନା ପୁଲିସ, ଝରାଡିହି ଫାଣ୍ଡି ପୁଲିସ ଓ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିଥିବା ଦେଖିବାକୁ ମିଳିଛି। ପୁଲିସ ଗ୍ରାମବାସୀଙ୍କ କଥା ନମାନିବାରୁ ଶତାଧିକ ଗ୍ରାମବାସୀ ପୀଡ଼ିତାଙ୍କୁ ୭କି.ମି ଖଟରେ ବୋହି ଚିକିତ୍ସା ପାଇଁ ବହଳଦା ଡାକ୍ତରଖାନାକୁ ନେଇଯିବାର ଦୃଶ୍ୟ ସାମନାକୁ ଆସିଛି। ତେବେ ଗ୍ରାମବାସୀଙ୍କ ଗୋଟିଏ ଜିଦ୍ ଅଭିଯୁକ୍ତ ଯୁବକ ଜଣକ ଗ୍ରାମବାସୀଙ୍କ ସମ୍ମୁଖରେ ଆସି କ୍ଷମା ପ୍ରାର୍ଥନା କରୁ। ଶେଷରେ ଗ୍ରାମବାସୀ ପୀଡ଼ିତାଙ୍କୁ ଚିକିତ୍ସାଳୟକୁ ନ ନେଇ ବହଳଦା ମୁର୍ମୁ ଛୋକକୁ ନେଇ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ସାଧାରଣ ପଥଚାରୀ, ଯାନବାହାନ ଚଳାଚଳରେ ବିଶେଷ ପ୍ରଭାବ ପଡ଼ିଛି।

ତେବେ ଆଇନ୍ ଶୃଙ୍ଖଳା ସମ୍ଭାଳିବାରେ ରାଇରଙ୍ଗପୁର ଜିଲ୍ଲା ପୁଲିସ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଜାତୀୟ ରାଜପଥ ଅବରୋଧ ସମୟରେ ବୁଝାମଣା କରିବାକୁ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା, ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବୀରେନ୍ଦ୍ର ସେନାପତି, ତିରିଙ୍ଗ ଥାନାଧିକାରୀ ପ୍ରଶାନ୍ତ ଜେନା, ବହଳଦା ଥାନା ଅଧିକାରୀ ଭାସ୍କର ପ୍ରଧାନ, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁ, ବାଦାମପାହାଡ଼ ଥାନା ଅଧିକାରୀ କେ.କେ ହେମ୍ବ୍ରମ୍ ଏବଂ ବାରିପଦାରୁ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ଆସିଥିବା ସତ୍ତେ ଶୃଙ୍ଖଳା ଅଣାୟତ୍ତରେ ରହିଛି। ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ ରହିଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।

ଆହତ ହୋଇଥିବା ପୁଲିସ କର୍ମଚାରୀମାନେ ହେଲେ ପ୍ରଶାନ୍ତ ମହାନ୍ତ, ଶୁଭେନ୍ଦୁ ଗିରି, ରାଜା ସାହେବ ସେଠୀ, ଜ୍ୟୋତି ରଞ୍ଜନ ସ୍ଵାଇଁ, ଚିତ୍ତ ରଞ୍ଜନ ସେଠୀ, ଭାଗୀରଥ ପାତ୍ର,ଜ୍ଞାନରଞ୍ଜନ ସାନ୍ତରା, ପଙ୍କଜ ଦାସ, ଦେବଦତ୍ତ ମହାନ୍ତ, ଆଲୋକ କୁମାର ସିଂଙ୍କ ସମେତ ତିନି ଜଣ ମହିଳା ପୁଲିସ କର୍ମଚାରୀ ଏବଂ ବହଳଦା ତହସିଲ ଲଦାରଙ୍କ ଗାଡିକୁ ପଥରେ ଛେଚି ସମ୍ପୂର୍ଣ୍ଣ ଭାଙ୍ଗି ଦେବା ସହିତ ବଲେରୋକୁ ଓଲୋଟାଇ ଦେଇଛନ୍ତି ଉତ୍ୟକ୍ତ ଗ୍ରାମବାସୀ। ରିପୋର୍ଟ ଲେଖା ହେବା ସୁଦ୍ଧା ରାସ୍ତା ଅବରୋଧ ଜାରି ରହିଛି। ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଚଳାଚଳ ବନ୍ଦ ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70