ଦେଶ- ବିଦେଶରାଜନୀତି

ଆମେରିକାରେ ଭୁଟ୍ଟୋଙ୍କୁ ତେଜସ୍ୱୀ ସୂର୍ଯ୍ୟଙ୍କ ଝଟ୍‌କା

ଆମେରିକାରେ ଭୁଟ୍ଟୋଙ୍କୁ ତେଜସ୍ୱୀ ସୂର୍ଯ୍ୟଙ୍କ ଝଟ୍‌କା

 ବିଶ୍ବକୁ ପାକ୍‌ ଯୋଗାଉଛି ଆତଙ୍କବାଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୬-୨୦୨୫ (ଏସ .ଏମ ) :  ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କୁ ଟାର୍ଗେଟ୍ କରି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଆମେରିକାରେ କଡ଼ା ଭାଷଣ ଦେଇଛନ୍ତି। ସେ ସାରା ବିଶ୍ବରେ ପାକିସ୍ତାନର ଆତଙ୍କବାଦୀ ସମର୍ଥନ ନେଇ ଅପଯଶ ଓ ଚୀନ୍ ଉପରେ ସାମରିକ ନିର୍ଭରଶୀଳତାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଶ୍ବକୁ ଭାରତ ଦେଉଛି ବୈଷୟିକ ପ୍ରଯୁକ୍ତିବିତ୍ ଓ ପାକିସ୍ତାନ ଦେଉଛି ଆତଙ୍କବାଦୀ। ସୂର୍ଯ୍ୟ କହିଛନ୍ତି ଯେ, ଯେଉଁ ଦେଶରେ ଭାରତର ମହାମହା ରଥୀ ଅଛନ୍ତି, ସେହି ଦେଶରେ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ବି ଅଛନ୍ତି। ସେ କହିଛନ୍ତି, ରାମଜି ୟୁସୁଫ ୧୯୯୩ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ବୋମା ବିସ୍ଫୋରଣରେ ସାମିଲ ଥିଲା। ୨୬/୧୧ ଷଡ଼ଯନ୍ତ୍ର ଅଭିଯୋଗରେ ଡେଭିଡ୍ କୋଲମ୍ୟାନ୍ ହେଡଲିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ପାକିସ୍ତାନ ସହ ଜଡ଼ିତ ନାଁ। ଅପରପକ୍ଷେ ଏବେ ଆମେରିକାରେ ଇନ୍ଦ୍ରା ନୁୟୀ, ସୁନ୍ଦର ପିଚାଇ, ଅଜୟ ବଙ୍ଗା, ସତ୍ୟ ନଡେଲା, କାଶ ପଟେଲ ଭଳି ପାଞ୍ଚ ଜଣ ଭାରତୀୟ ବି ଅଛନ୍ତି। ମୋତେ ସେମାନଙ୍କ ପରିଚୟ ଦେବାର ଆବଶ୍ୟକତା ନାହିଁ। ଆମେରିକାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ହିଁ ପାର୍ଥକ୍ୟ। ଭୁଟ୍ଟୋଙ୍କ ଦୁଇଦିନିଆ ଗସ୍ତ ପାକିସ୍ତାନର ଏହି ପ୍ରମାଣିତ ଟ୍ରାକ୍ ରେକର୍ଡକୁ ଧୋଇ ଦେବ ନାହିଁ।

ସୂର୍ଯ୍ୟ ଏତିକିରେ ଅଟକି ନ ଥିଲେ। ସେ କହିଥିଲେ, ନିମ୍ନମାନର ଚୀନ୍ ଅସ୍ତ୍ରଶସ୍ତ୍ରରେ ନିଜକୁ ସଜ୍ଜିତ କରି ପାକିସ୍ତାନ ବିଦେଶରେ ଭିକ୍ଟିମ୍ କାର୍ଡ ଖେଳୁଛି। ପାକିସ୍ତାନର ୮୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ଚୀନ୍‌ରୁ ଆସୁଥିବା ବେଳେ ଭାରତର ପ୍ରତିରକ୍ଷା ଆମଦାନି ବିବିଧ ଓ ସ୍ୱଦେଶୀ ଭାବରେ ବୃଦ୍ଧି ପାଉଛି। ଆମ ପାଖରେ ସାମରିକ ହାର୍ଡୱେର ଅଛି ଯାହା ଆମେ ଆମେରିକାଠାରୁ, ଫ୍ରାନ୍ସରୁ ଓ ଇସ୍ରାଏଲଠାରୁ କିଣିଥିଲୁ ଏବଂ ଅବଶିଷ୍ଟ ନିଜ ଦେଶରେ ତିଆରି କରିଥିଲୁ। ପାକିସ୍ତାନକୁ ଶାନ୍ତି ଚାହୁଥିବା ରାଷ୍ଟ୍ର ଭାବରେ ଚିତ୍ରଣ କରିବାକୁ ଭୁଟ୍ଟୋଙ୍କ ପ୍ରୟାସକୁ ଖାରଜ କରି ସୂର୍ଯ୍ୟ କହିଛନ୍ତି, ଏହା ଏକ ଶୈତାନ ଦେଶ। ଯେଉଁ ଦେଶ ଫିଲ୍ଡ ଜେନେରାଲଙ୍କୁ ଫିଲ୍ଡ ମାର୍ଶାଲ କରି ନକଲି ହିରୋ ସୃଷ୍ଟି କରିବାକୁ ଚେଷ୍ଟା କରୁଛି, ସେମାନେ ଜାଣନ୍ତି ନାହିଁ ପ୍ରକୃତ ନେତାମାନେ କେମିତି ଦେଖାଯାଆନ୍ତି। ସୂର୍ଯ୍ୟ ଆହୁରି ଦାବି କରିଛନ୍ତି ଯେ ସେମାନଙ୍କ ଗସ୍ତ ସମୟରେ ନିକଟରେ ହୋଇଥିବା ସମସ୍ତ କୂଟନୈତିକ ବୈଠକରେ ପାକିସ୍ତାନୀ ଉଦ୍ଦେଶ୍ୟ ପ୍ରତି ଆଦୌ ସହାନୁଭୂତି ମିଳିନାହିଁ ବରଂ ଭାରତର ଆଭିମୁଖ୍ୟକୁ ସମସ୍ତେ ସମର୍ଥନ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *