ଦେଶ- ବିଦେଶବାଣିଜ୍ୟରାଜ୍ୟ

ଏମ୍‌ସରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ଆରମ୍ଭ: ରୋବୋଟିକ୍‌ ହିପ୍‌ ପ୍ରତିରୋପଣ ଖୁବ୍‌ଶୀଘ୍ର

ଏମ୍‌ସରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ଆରମ୍ଭ: ରୋବୋଟିକ୍‌ ହିପ୍‌ ପ୍ରତିରୋପଣ ଖୁବ୍‌ଶୀଘ୍ର

ଏମ୍‌ସ ଭୁବନେଶ୍ୱରରେ ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ ବର୍ଷୀୟା ମହିଳାଙ୍କର ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ ବେଶ୍‌ ସରଳ ଭାବେ ସମ୍ପନ୍ନ ହୋଇଛି।

ଭୁବନେଶ୍ୱର ୨୬-୦୪-୨୦୨୫(ଏସ.ଏମ ) :  ମ୍‌ସ ଭୁବନେଶ୍ୱରରେ ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ ବର୍ଷୀୟା ମହିଳାଙ୍କର ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ ବେଶ୍‌ ସରଳ ଭାବେ ସମ୍ପନ୍ନ ହୋଇଛି। ଅସ୍ତ୍ରୋପଚାର ପରେ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମାତ୍ର ୪୮ ଘଣ୍ଟା ପରେ ସେ ସ୍ବାଭାବିକ ଭାବେ ଚଲାବୁଲା କରିପାରିବେ ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି। ଏହି ସୁବିଧା ଫଳରେ ଏମ୍‌ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି।କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଶ୍ୱାସ କହିଛନ୍ତି, ବର୍ତ୍ତମାନ ସମୟରେ ରୋବୋଟିକ୍‌ ଅସ୍ତ୍ରୋପଚାରର ଗୁରୁତ୍ବ ବଢ଼ିଛି। ଘରୋଇ କ୍ଷେତ୍ରରେ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବ୍ୟୟବହୁଳ ହୋଇଥିବାରୁ ଏମ୍‌ସରେ ଏଭଳି ସୁବିଧା ସମାଜର ସବୁ ବର୍ଗଙ୍କ ପାଇଁ ଲାଭଦାୟକ ହେବ ବୋଲି ମତ ଦେଇଛନ୍ତି। ଏହି ପ୍ରଯୁକ୍ତିବିଦ୍ୟା ମାନବକୃତ ତ୍ରୁଟିର ବିପଦକୁ କମ୍‌ କରିବା ସହିତ ଜଟିଳ ଅସ୍ତ୍ରୋପଚାର ‌କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିଛି ବୋଲି ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ଡା. ବିଷ୍ଣୁପ୍ରସାଦ ପାତ୍ର କହିଛନ୍ତି। ସେ କହିଲେ, ଆୟୁଷ୍ମାନ ଭାରତ ଯୋଜନା ଦ୍ବାରା ଯୋଗ୍ୟ ରୋଗୀମାନଙ୍କର ମାଗଣା ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ଚିକିତ୍ସା ସୁବିଧାକୁ ଆହୁରି ବିସ୍ତାର କରିଛି। ଏହି ରୋବୋଟିକ୍‌ ଅସ୍ତ୍ରୋପଚାର ପ୍ରାୟ ୮୦ ମିନିଟ୍ ସମୟ ନେଇଥିଲା। ଆଗକୁ ଏହି ସମୟ ଆହୁରି କମିବ। ସେହିପରି ଖୁବ୍‌ଶୀଘ୍ର ଏମ୍‌ସରେ ରୋବୋଟିକ୍‌ ହିପ୍‌ ଅସ୍ତ୍ରୋପଚାର ସୁବିଧା ମଧ୍ୟ ଆରମ୍ଭ କରାଯିବ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି। ଆଜି ଏନେଇ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ବିଶ୍ୱାସ ଓ ଡା. ପାତ୍ରଙ୍କ ସହିତ ମେଡିକାଲ ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ା, ଡା.ସୁଜିତ ତ୍ରିପାଠୀ, ଡା. ଗୁରୁଦୀପ ଦାସ, ଡା.ମେଗାନାଥ ଭି ପାୱାର ପ୍ରମୁଖ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *