କର୍ମୀ ବସିଛନ୍ତି ଅନାଇ ଦିଲ୍ଲୀରେ ଡ଼ିଲ କରିଦେଲେ କହ୍ନେଇ:ଶ୍ରୀମୟୀ ମିଶ୍ର
କର୍ମୀ ବସିଛନ୍ତି ଅନାଇ ଦିଲ୍ଲୀରେ ଡ଼ିଲ କରିଦେଲେ କହ୍ନେଇ:ଶ୍ରୀମୟୀ ମିଶ୍ର
- ଜୟ ଢୋଲକିଆ ବିଜେପିରେ ମିଶିବା ପ୍ରସଙ୍ଗରେ ଭିନ୍ନ ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର।
- ସେ ପୁଣି ଥରେ ଭଣ୍ଡସନ୍ନ୍ୟାସୀଙ୍କୁ କଟାକ୍ଷ କରିବା ସହ ଦଳର ନେତା ଓ କର୍ମୀମାନଙ୍କୁ ପରୋକ୍ଷ ଭାବେ ଚେତାବନୀ ଦେଇଛନ୍ତି।
- ଶ୍ରୀମୟୀ ମିଶ୍ର ନିଜ ଫେସ୍ବୁକ୍ରେ କିଛି ଧାଡ଼ି ଲେଖିଛନ୍ତି।
ଭୁବନେଶ୍ୱର ୧୧-୧୦-୨୦୨୫(ଏସ.ଏମ. ) : ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ , ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଭିନ୍ନ ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର। ସେ ପୁଣି ଥରେ ଭଣ୍ଡସନ୍ନ୍ୟାସୀଙ୍କୁ କଟାକ୍ଷ କରିବା ସହ ଦଳର ନେତା ଓ କର୍ମୀମାନଙ୍କୁ ପରୋକ୍ଷ ଭାବେ ଚେତାବନୀ ଦେଇଛନ୍ତି।
