ଦେଶ- ବିଦେଶବାଣିଜ୍ୟରାଜ୍ୟ

ଗହଳି ସମୟରେ ସାଧାରଣ ଭଡ଼ାର ଦୁଇଗୁଣ ଭଡ଼ା ଆଦାୟ କରିପାରିବେ: ଓଲା, ଉବର

ଗହଳି ସମୟରେ ସାଧାରଣ ଭଡ଼ାର ଦୁଇଗୁଣ ଭଡ଼ା ଆଦାୟ କରିପାରିବେ: ଓଲା, ଉବର

ଏଣିକି ଓଲା, ଉବର, ରାପିଡୋ ପରି କମ୍ପାନି ଗହଳି ସମୟରେ ବେସ ଫେୟାର ବା ସାଧାରଣ ଭଡ଼ାର ଦୁଇଗୁଣ ଭଡ଼ା ଆଦାୟ କରିପାରିବେ । ଏନେଇ ସରକାର ନିୟମାବଳୀୟରେ କେତେକ ପରିବର୍ତ୍ତନ କରି ଅନୁମତି ଦେଇଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର୦୨-୦୭-୨୦୨୫( ଏସ .ଏମ ) : ଣିକି ଓଲା, ଉବର, ରାପିଡୋ ପରି କମ୍ପାନି ଗହଳି ସମୟରେ ବେସ ଫେୟାର ବା ସାଧାରଣ ଭଡ଼ାର ଦୁଇଗୁଣ ଭଡ଼ା ଆଦାୟ କରିପାରିବେ । ଏନେଇ ସରକାର ନିୟମାବଳୀୟରେ କେତେକ ପରିବର୍ତ୍ତନ କରି ଅନୁମତି ଦେଇଛନ୍ତି । ଏ ନେଇ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନର ପ୍ରଚଳିତ ଭଡ଼ା ଅନୁସାରେ ରାଇଡ୍ ହେଲିଙ୍ଗ ପ୍ଲାଟଫର୍ମମାନେ (ଓଲା, ଉବର, ରାପିଡୋ, ଇନଡ୍ରାଇଭ୍ ଇତ୍ୟାଦି ) ପିକ୍ ଆଓ୍ବାର ବା ଗହଳି ସମୟରେ ବେସ୍ ଫେୟାର ବା ମୂଳ ଭଡ଼ାର ଦେଢଗୁଣ ଚାର୍ଜ କରୁଛନ୍ତି । ସରକାରଙ୍କ ଅନୁମତି ପରେ ଏବେ ଗହଳି ବା ଅତ୍ୟଧିକ ଚାହିଦା ସମୟରେ ଦୁଇଗୁଣ ଭଡ଼ା ଯାତ୍ରୀମାନଙ୍କଠାରୁ ଆଦାୟ କରିପାରିବେ ।

ତିନି ମାସ ମଧ୍ୟରେ ଗାଇଡଲାଇନ ଜାରି କରିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ଏହା ସହ ରାଜ୍ୟ ସରକାରମାନେ ବେସ୍ ପ୍ରାଇସ ଓ କେଉଁ ଯାନ (କାର, ଅଟୋରିକ୍ସା ଓ ବାଇକ) ପାଇଁ କଣ ବେସ ପ୍ରାଇସ ରହିବ ତାହା ନିର୍ଦ୍ଧାରଣ କରିପାରିବେ । ସେହିପରି ରାଇଡ୍ ବାତିଲ କଲେ ଭଡ଼ାର ୧୦ ପ୍ରତିଶତ ଯାତ୍ରୀମାନଙ୍କଠାରୁ ଆଦାୟ କରାଯିବ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *