LatestTOP STORIESଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଗୁପ୍ତଚର ଅଭି‌ଯୋଗରେ ଅନ୍ୟ ଜଣେ ୟୁଟ୍ୟୁବର୍‌ ଗିରଫ

ଗୁପ୍ତଚର ଅଭି‌ଯୋଗରେ ଅନ୍ୟ ଜଣେ ୟୁଟ୍ୟୁବର୍‌ ଗିରଫ

ଭାରତରେ ରହି ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅନେକ ଜଣଙ୍କୁ ପୂର୍ବରୁ ପୁଲିସ୍‌ ଗିରଫ କରିଛି। ସେମାନଙ୍କ ମଧ୍ୟରେ କିଛି ୟୁଟ୍ୟୁବର୍‌ ବି ଅଛନ୍ତି। ନିକଟରେ ମଧ୍ୟ ପଞ୍ଜାବର ଜଣେ ୟୁଟ୍ୟୁବର୍‌ଙ୍କୁ ଗୁପ୍ତଚର ସନ୍ଦେହରେ ପୁଲିସ୍‌ ଗିରଫ କରିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୦୬-୨୦୨୫(ଏସ .ଏମ ) : ଭାରତରେ ରହି ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅନେକ ଜଣଙ୍କୁ ପୂର୍ବରୁ ପୁଲିସ୍‌ ଗିରଫ କରିଛି। ସେମାନଙ୍କ ମଧ୍ୟରେ କିଛି ୟୁଟ୍ୟୁବର୍‌ ବି ଅଛନ୍ତି। ନିକଟରେ ମଧ୍ୟ ପଞ୍ଜାବର ଜଣେ ୟୁଟ୍ୟୁବର୍‌ଙ୍କୁ ଗୁପ୍ତଚର ସନ୍ଦେହରେ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ଅଧିକାରୀମାନେ କହିଛନ୍ତି ଯେ ବୁଧବାର ଦିନ ପଞ୍ଜାବ ପୁଲିସ ଆଉ ଜଣେ ୟୁଟ୍ୟୁବର ଜସବୀର ସିଂହଙ୍କୁ ଗିରଫ କରିଛି। ଯିଏକି “ଜାନ ମହଲ” ଚ୍ୟାନେଲ ଚଳାଉଛନ୍ତି ଏବଂ ତାଙ୍କର ୧.୧ ମିଲିୟନ୍‌ରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି।ରୂପନଗର ଜିଲ୍ଲାର ମହଲାନ ଗ୍ରାମର ବାସିନ୍ଦା ସିଂହଙ୍କୁ ଗୁପ୍ତଚର ସୂଚନା ଆଧାରରେ ମୋହାଲିର ଷ୍ଟେଟ୍ ସ୍ପେଶାଲ୍ ଅପରେସନ୍ସ ସେଲ୍ ଦ୍ୱାରା ହେପାଜତକୁ ନିଆଯାଇଛି।ହରିଆଣାର ଜ୍ୟୋତି ମାଲହୋତ୍ରାଙ୍କ ପରେ ଜସବୀର ସିଂହ ହେଉଛନ୍ତି ଦ୍ୱିତୀୟ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍‌। ଯିଏକି ଗତ କିଛି ସପ୍ତାହ ମଧ୍ୟରେ ଗିରଫ ହୋଇଛନ୍ତି। ପଞ୍ଜାବ ପୁଲିସ ଅନୁଯାୟୀ, ଜସବୀର ସିଂହ ପାକିସ୍ତାନୀ ଗୁପ୍ତଚର ଅଧିକାରୀ ଶାକିର ଓରଫ ଜୁଟ୍ ରନ୍ଧାୱାଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିଥିଲେ। ଯିଏକି ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପାଇଁ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି।ସିଂହ ଏହସାନ-ଉର-ରହିମ ଓରଫ ଡାନିଶଙ୍କ ସହିତ ମଧ୍ୟ ସମ୍ପର୍କ ବଜାୟ ରଖିଥିଲେ। ଯିଏ ଜଣେ ପାକିସ୍ତାନୀ ନାଗରିକ ଏବଂ ଦିଲ୍ଲୀରେ ପାକିସ୍ତାନ ହାଇକମିସନର ପୂର୍ବତନ ଅଧିକାରୀ ଥିଲେ। ଯାହାଙ୍କୁ ପୂର୍ବରୁ ଗୁପ୍ତଚର ଅଭିଯୋଗରେ ବହିଷ୍କାର କରାଯାଇଥିଲା।ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ଇଲେକ୍ଟ୍ରୋନିକ୍ ଡିଭାଇସଗୁଡ଼ିକର ଫରେନସିକ୍ ବିଶ୍ଳେଷଣରୁ ଅନେକ ପାକିସ୍ତାନ-ଭିତ୍ତିକ ଯୋଗାଯୋଗ ନମ୍ବର ପ୍ରକାଶ ପାଇଛି, ଯାହା ଏବେ ତଦନ୍ତାଧୀନ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *