ଦେଶ- ବିଦେଶ

‘ଚେନାବ ଚକ୍ରବ୍ୟୂହ’ ପାକିସ୍ତାନର ଆତଙ୍କୀ ମାର୍ଗକୁ ବନ୍ଦ କରିଛି

‘ଚେନାବ ଚକ୍ରବ୍ୟୂହ’ ପାକିସ୍ତାନର ଆତଙ୍କୀ ମାର୍ଗକୁ ବନ୍ଦ କରିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୬ ତାରିଖରେ ଜମ୍ମୁ-କାଶ୍ମୀରରେ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ଚେନାବ ବ୍ରିଜ୍ ଏବଂ ଅନେକ ଭିତ୍ତିଭୂମିର ଉନ୍ମୋଚନ କରିଛନ୍ତି। ଇଞ୍ଜିନିୟରିଂ ଚମତ୍କାର ଭାବରେ ପ୍ରଶଂସିତ ହୋଇଥିଲେ ମଧ୍ୟ ଏହି ଢାଞ୍ଚା ଭିତରେ ଏକ ବିରାଟ ଭୂ-ରାଜନୈତିକ ବାର୍ତ୍ତା ଲୁଚି ରହିଛି। ତାହା ହେଉଛି- ଭାରତ ଚୁପ୍‌ଚାପ୍ ଏହାର ହିମାଳୟ ସୀମାକୁ ସୁଦୃଢ଼ କରୁଛି ଏବଂ ପାକିସ୍ତାନ ଓ ଚୀନ୍ ଏଥିରେ ଖୁସି ନୁହନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୬-୨୦୨୫(ଏସ .ଏମ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୬ ତାରିଖରେ ଜମ୍ମୁ-କାଶ୍ମୀରରେ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ଚେନାବ ବ୍ରିଜ୍ ଏବଂ ଅନେକ ଭିତ୍ତିଭୂମିର ଉନ୍ମୋଚନ କରିଛନ୍ତି। ଇଞ୍ଜିନିୟରିଂ ଚମତ୍କାର ଭାବରେ ପ୍ରଶଂସିତ ହୋଇଥିଲେ ମଧ୍ୟ ଏହି ଢାଞ୍ଚା ଭିତରେ ଏକ ବିରାଟ ଭୂ-ରାଜନୈତିକ ବାର୍ତ୍ତା ଲୁଚି ରହିଛି। ତାହା ହେଉଛି- ଭାରତ ଚୁପ୍‌ଚାପ୍ ଏହାର ହିମାଳୟ ସୀମାକୁ ସୁଦୃଢ଼ କରୁଛି ଏବଂ ପାକିସ୍ତାନ ଓ ଚୀନ୍ ଏଥିରେ ଖୁସି ନୁହନ୍ତି।

୩୫୯ ମିଟର ଉଚ୍ଚ ତଥା ଆଇଫିଲ ଟାୱାରଠାରୁ ୩୫ ମିଟର ଉଚ୍ଚ ଏହି ସେତୁ ୨୭୨ କିଲୋମିଟର ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ସଂଯୋଗ (ୟୁଏସ୍‌ବିଆର୍‌ଏଲ୍‌)ର ଏକ ଅଂଶ ଏବଂ କାଶ୍ମୀର ଉପତ୍ୟକାକୁ ପ୍ରଥମ ଥର ପାଇଁ ଭାରତୀୟ ରେଳ ଗ୍ରିଡ୍ ସହିତ ସଂଯୋଗ କରୁଛି। କିନ୍ତୁ ଏହାର ମଧ୍ୟ ସାମରିକ ଓ ଆତଙ୍କବାଦ ବିରୋଧୀ ପ୍ରଭାବ ରହିଛି। ଏହି ସେତୁ ଏକ ପାହାଡ଼ିଆ ଅଞ୍ଚଳ ପୀର ପଞ୍ଜାଲ ରେଞ୍ଜ ନିକଟରେ ଅବସ୍ଥିତ, ଯାହା ଦଶନ୍ଧି ଧରି ଲସ୍କର-ଏ-ତୋଇବା ଓ ଜୈଶ-ଏ-ମହମ୍ମଦର ଆଇଏସ୍‌ଆଇ ସମର୍ଥିତ ଆତଙ୍କବାଦୀଙ୍କ ସମେତ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ପାଇଁ ପ୍ରବେଶ ପଥ ଭାବରେ କାର୍ଯ୍ୟ କରିଆସୁଥିଲା। ପୁଞ୍ଚ ଓ ରାଜୌରୀଠାରୁ ଆରମ୍ଭ କରି ପହଲଗାମ ନିକଟସ୍ଥ ଜଙ୍ଗଲ ପର୍ଯ୍ୟନ୍ତ ଏହି ରାସ୍ତାରେ ଭାରତ ଇତିହାସର ସବୁଠାରୁ କୁଖ୍ୟାତ ଆକ୍ରମଣ ଦେଖିବାକୁ ମିଳିଛି। ଏବେ ଚେନାବ ଓ ଅଞ୍ଜି ସେତୁ ନିର୍ମାଣ ସରିବା ସହ ବର୍ଷତମାମ ଏହି ଉପତ୍ୟକା ଭାରତର ସଶସ୍ତ୍ର ବାହିନୀ ପାଇଁ ଅଧିକ ଉପଲବ୍ଧ ହେଉଥିବାରୁ ଏହି ଅନୁପ୍ରବେଶ କରିଡର ଭୁଶୁଡ଼ିବା ଆଡ଼କୁ ଗତି କରୁଛି।

ଏହା କେବଳ ଏକ ସେତୁ ନୁହେଁ। ଏହା ଆମ ଶତ୍ରୁମାନଙ୍କ ପାଇଁ ଏକ କଡ଼ାବାର୍ତ୍ତା ବୋଲି ଜଣେ ଶୀର୍ଷ ପ୍ରତିରକ୍ଷା ବିଶେଷଜ୍ଞ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏହି ପୋଲ କେବଳ ପାକିସ୍ତାନକୁ ଅଟକାଇବ ନାହିଁ, ଜମ୍ମୁ-କାଶ୍ମୀର-ଲଦାଖ ଅକ୍ଷରେ ଭାରତର ଦଖଲକୁ ସୁଦୃଢ଼ କରିବା ସହ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚୀନ୍ ଆକ୍ରମଣର ମୁକାବିଲା କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସୈନ୍ୟ, ଅସ୍ତ୍ରଶସ୍ତ୍ର ଓ ସର୍ଭେଲାନ୍ସ ୟୁନିଟ୍ ବର୍ତ୍ତମାନ ନିରବଚ୍ଛିନ୍ନ ଭାବରେ ଗତି କରିପାରିବେ – ଆଉ କୌଣସି ଋତୁକାଳୀନ ବିଳମ୍ବ କିମ୍ବା ଲଜିଷ୍ଟିକ୍ ବ୍ୟବଧାନ ନାହିଁ। ସାମରିକ ରଣନୀତିଜ୍ଞଙ୍କ ଦ୍ୱାରା ‘ଚେନାବ ଚକ୍ରବୂହ’ କୁହାଯାଉଥିବା ଏହି ସେତୁ ଏକ ଭୂ-ରଣନୈତିକ ଯନ୍ତା। ୨୪ ଘଣ୍ଟିଆ ସର୍ଭେଲାନ୍ସ କ୍ୟାମେରା, କ୍ଷୟନିରୋଧୀ ଜ୍ଞାନକୌଶଳ ଓ ବିସ୍ଫୋରଣ-ପ୍ରତିରୋଧୀ ସାମଗ୍ରୀ ଥିବା ଏହି ପୋଲ ୮.୦ ତୀବ୍ରତାର ଭୂମିକମ୍ପ ଓ ଆତଙ୍କବାଦୀ ବୋମା ବିସ୍ଫୋରଣକୁ ପ୍ରତିରୋଧ କରିପାରିବ। ଏହା ଉପରେ ଘଣ୍ଟା ପ୍ରତି ୨୬୦ କିଲୋମିଟର ବେଗରେ ଟ୍ରେନ୍ ଚାଲିପାରିବ। ଏହା ୧୨୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବା ପାଇଁ ଡିଜାଇନ୍ କରାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *