ଦେଶ- ବିଦେଶପାଣିପାଗ

ଦେଶର ବିଭିନ୍ନ ରାଜ୍ୟକୁ ବର୍ଷା ଆଲର୍ଟ!

ଦେଶର ବିଭିନ୍ନ ରାଜ୍ୟକୁ ବର୍ଷା ଆଲର୍ଟ!

ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଉପୁଜିବା ନେଇ ପୂର୍ବାନୁମାନ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୫-୦୬-୨୦୨୫(ଏସ .ଏମ ) : ସାରା ଦେଶରେ ଦେଖିବାକୁ ମିଳିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ । ଦେଶର ବିଭିନ୍ନ ଅଞ୍ଚଳକୁ ମୌସୁମୀ ବାୟୁ ଗତି କରୁଥିବାରୁ ବର୍ଷାର ପରିମାଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ରାଜ୍ୟକୁ ଭାରତୀୟ ପାଣିପାଗ ବିଭାଗ ଆଜି ପାଇଁ ସତର୍କ ସୂଚନା ଜାରି କରିଛି ।ମୌସୁମୀ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଜଳବନ୍ଦୀ ପରିସ୍ଥିତିର ମଧ୍ୟ ଉପୁଜିବ । ଏଥିସହ ବଜ୍ରପାତ ମଧ୍ୟ ହେବ । ଜୋରଦାର ପବନ ବହିବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ପଶ୍ଚିମବଙ୍ଗ, ଗୁଜୁରାଟ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀ ଏନସିଆରେ ପାଗ ବିଗିଡିବାର ସମ୍ଭବନା ରହିଛି ।
ଦିଲ୍ଲୀ ଏନସିଆରେ ଆକାଶ ମେଘାଚ୍ଛନ ରହିବ । ବର୍ଷା ସହ ଘଡଘଡି ଏବଂ ପବନର ଝଟକା ମଧ୍ୟ ଅନୁଭବ ହୋଇପାରେ । ସେହିପରି ପଶ୍ଚିମବଙ୍ଗରେ ୨୫ ତାରିଖରୁ ୨୭ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ହୁଗୁଳି, ଦକ୍ଷିଣ ୨୪ ପ୍ରଗଣା, ପୂର୍ବ-ପଶ୍ଚିମ ମେଦିନପୁର ଆଦି ଅଞ୍ଚଳରେ ବର୍ଷା ହେବ ।

ରାଜସ୍ଥାନକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ରାଜସ୍ଥାନର ବିଭିନ୍ନ ନଦୀରେ ବର୍ତ୍ତମାନ ବନ୍ୟା ପରିସ୍ଥିତି । ଗୁଜୁରାଟରେ ବର୍ଷା ପାଇଁ ସ୍ଥିତି ପୂରା ବେହାଲ । ସୁରଟର ଅବସ୍ଥା ବର୍ଷା ପାଇଁ ସାଙ୍ଘାତିକ ହୋଇଥିବା ବେଳେ ପୁଣି ସେଠାରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ସେହିପରି ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଚଣ୍ଡିଗଡ ସମେତ ଉତ୍ତର ଭାରତ ଏବଂ ଦକ୍ଷିଣ ଭରତକୁ ମଧ୍ୟ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି । ବର୍ଷା, ପବନ, ଘଡଘଡି ଏବଂ ଜଳବନ୍ଦୀ ସମୟରେ ସତର୍କତାର ସହ ଯାଆସ କରିବାକୁ ପରାମର୍ଶ ଦିଆଯାଇଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *