ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ପ୍ରବଳ ବର୍ଷା ଓ ଭୂସ୍ଖଳନ ହେଲା କାଳ

ପ୍ରବଳ ବର୍ଷା ଓ ଭୂସ୍ଖଳନ ହେଲା କାଳ

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଫଳରେ ମାଟି ଏବଂ ପଥର ଧସି ଆସି ଟ୍ରାକରେ ପଡିଥିଲା ଯେଉଁଥି ପାଇଁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପରେ ଉଦ୍ଧାର ଉଦ୍ୟମ ସହ ପୁନରୁଦ୍ଧାର କାମ ଜାରି ରହିଛି

ଶ୍ରୀନଗର/ଭୁବନେଶ୍ୱର୧୦-୦୭-୨୦୨୫( ଏସ .ଏମ ) : ର୍ଷା ପାଇଁ ଟ୍ରାକରୁ ଖସିଲା ଟ୍ରେନ୍ । ରେଳ ଧାରଣାରୁ ଲାଇନ୍ ଚ୍ୟୁତ ହେଲା ମାଲବାହୀ ଟ୍ରେନ । ପ୍ରବଳ ବର୍ଷା ପରେ ଟ୍ରାକ୍ ନଷ୍ଟ ହୋଇଯିବା ଫଳରେ ଏଭଳି ଅଘଟଣ ହୋଇଛି । ମାଲବାହୀ ଟ୍ରେନଟି ଜାମ୍ମୁରୁ ପଞ୍ଜାବ ଯିବାବେଳେ କାଠୁଆ ଜିଲ୍ଲା ସ୍ଥିତି ଲଖନପୁର ଠାରେ ଲାଇନଚ୍ୟୁତ ହୋଇଛି ତେବେ ଆଜି ସକାଳେ ଏଭଳି ଅଘଟଣ ଘଟିଥିବା ବେଳେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଫଳରେ ମାଟି ଏବଂ ପଥର ଧସି ଆସି ଟ୍ରାକରେ ପଡିଥିଲା ଯେଉଁଥି ପାଇଁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପରେ ଉଦ୍ଧାର ଉଦ୍ୟମ ସହ ପୁନରୁଦ୍ଧାର କାମ ଜାରି ରହିଛି । ରେଳବାଇ ଟ୍ରାକମ୍ୟାନ୍ ରାମ ବାହାଦୁର କହିଛନ୍ତି, ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା, ଯାହା ଫଳରେ ସମସ୍ତ ଭଗ୍ନାବଶେଷ ଟ୍ରାକ ଉପରେ ପଡିଥିଲା । ଏହି କାରଣରୁ ଟ୍ରେନଟି ଲାଇନଚ୍ୟୁତ ହୋଇଛି ।

ସେପଟେ ଲଗାଣ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ । ସକାଳେ ଭୂକମ୍ପରେ ଦିଲ୍ଲୀ ଥରିଥିବା ବେଳେ ବର୍ଷା ପାଇଁ ହନ୍ତସନ୍ତ ହୋଇଛନ୍ତି ଲୋକେ । ଲଗାଣ ବର୍ଷା ଫଳରେ ବଢିଛି ଯମୁନା ନଦୀର ଜଳସ୍ତର । ଫଳରେ ଆଗାମୀ ଦିନରେ ଜଳବନ୍ଦୀ ମସସ୍ୟା ଭୟଙ୍କର ହେବା ନେଇ ଆଶଙ୍କା କରାଯାଉଛି ।

ଅନ୍ୟପଟେ ହରିୟାଣାର ଗୁରୁଗ୍ରାମ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି । ଗତକାଲି ବର୍ଷାର ପରିମାଣ ଏତେ ଥିଲା ଯେ ସହର ପୂରା ଉବୁଟୁବୁ ଡାକିଥିଲା । ରାସ୍ତା, ଘାଟ, ପେଟ୍ରୋଲ ପମ୍ପ, ମନ୍ଦିର, ଅଫିସ, ବଜାର ସବୁ ବୁଡିଥିଲା । ରାସ୍ତାରେ ବାଇକ୍ ଭାସି ଯାଉଥିଲା, ଅନ୍ୟାନ୍ୟ ଗାଡି ଫସି ରହିଥିଲା । ଏକପ୍ରକାର ଗୁରୁଗ୍ରାମରେ ଲୋକେ ତ୍ରାହି ତ୍ରାହି ଡାକିଥିଲେ । ଆଉ ଆଜି ବି ଗୁରୁଗ୍ରାମର ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇ ରହିଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *