ଘଟଣା ଦୁର୍ଘଟଣାଦେଶ- ବିଦେଶ

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦୁର୍ଘଟଣା ବାବଦରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ, ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ, ମନ୍ତ୍ରାଳୟର ସଚିବ ସମୀର କୁମାର ସିହ୍ନା ସାମ୍ବାଦିକ ସମ୍ମିଳନୀରେ ଦୁର୍ଘଟଣା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୦୬-୨୦୨୫(ଏସ .ଏମ ) :ହମଦାବାଦ ବିମାନ ଦୁର୍ଘଟଣାର ୨ ଦିନ ପରେ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦୁର୍ଘଟଣା ବାବଦରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ, ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ, ମନ୍ତ୍ରାଳୟର ସଚିବ ସମୀର କୁମାର ସିହ୍ନା ସାମ୍ବାଦିକ ସମ୍ମିଳନୀରେ ଦୁର୍ଘଟଣା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇଛନ୍ତି। ସଚିବ ସିହ୍ନା କହିଛନ୍ତି, ୨୪୨ ଯାତ୍ରୀ ଓ ବିମାନ କର୍ମଚାରୀଙ୍କୁ ଧରି ଏଆଇ-୧୭୧ ବିମାନ ୧୨ ତାରିଖ ଅପରାହ୍ନ ୧.୩୯ରେ ଉଡ଼ାଣ ଆରମ୍ଭ କରିଥିଲା ଏବଂ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହା ତଳକୁ ଖସିବା ଆରମ୍ଭ କରିଥିଲା। ଫ୍ଲାଇଟ୍‌ କ୍ୟାପଟେନ୍‌ ସୁମିତ ସଭରୱାଲ ଯାହାଙ୍କର ୮,୨୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା ସେ ତୁରନ୍ତ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ୍‌)କୁ ବିପଦସୂଚକ ‘ମେ ଡେ’ କଲ୍ କରିଥିଲେ। ଅପରାହ୍ନ ୧.୩୯ରେ ପାଇଲଟ୍‌ ଅହମଦାବାଦ ଏଟିସିକୁ ‘ମେ ଡେ’ କଲ୍‌ କରିବା ପରେ ଏଟିସି ପକ୍ଷରୁ ତୁରନ୍ତ ବିମାନ ସହ ଯୋଗାଯୋଗ କରାଯାଇଥିଲା। କିନ୍ତୁ ପାଇଲଟ୍‌ଙ୍କ ପକ୍ଷରୁ ଆଉ କୌଣସି ଉତ୍ତର ମିଳିନଥିଲା। ଏହାର ଠିକ୍‌ ୧ ମିନିଟ୍‌ ପରେ ବିମାନଟି ଜନବହୁଳ ମେଘାନୀ ନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର କ୍ୟାପଟେନ୍‌ ସୁମିତ ସଭରୱାଲ ଥିଲେ ଅଭିଜ୍ଞତାସଂପନ୍ନ ପାଇଲଟ୍‌ ଓ ଫାଷ୍ଟ ଅଫିସର ଥିଲେ କ୍ଲାଇଭ୍‌ ସୁନ୍ଦର। ଦୁର୍ଘଟଣାରୁ ଜଣେ ମାତ୍ର ଯାତ୍ରୀ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିଲେ, ଯାହା ଏକ ଚମତ୍କାର ବୋଲି କୁହାଯାଉଛି। ବିମାନଟି ଯେଉଁ ମେଡିକାଲ କଲେଜ୍‌ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେଠାରେ ୨୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ମୃତ୍ୟୁସଂଖ୍ୟା ୨୭୪କୁ ବୃଦ୍ଧି

ଅହମଦାବାଦ ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏନ୍‌ଏସ୍‌ଜି ପକ୍ଷରୁ ବିମାନର ଲାଞ୍ଜରୁ ଜଣେ ଏୟାର୍‌ ହୋଷ୍ଟେସ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣାଜନିତ ମୋଟ୍‌ ମୃତ୍ୟୁସଂଖ୍ୟା ୨୭୪କୁ ବୃଦ୍ଧି ପାଇଛି। ଲଣ୍ଡନ ଅଭିମୁଖେ ଉଡ଼ାଣ କରୁଥିବା ବିମାନରେ ୨୩୦ ଯାତ୍ରୀ ଏବଂ ୨ ପାଇଲଟ୍‌ ଓ ୧୦ ବିମାନ କର୍ମଚାରୀ ଥିଲେ। ବିମାନରେ ମୋଟ୍‌ ୨୪୨ ଜଣଙ୍କ ମଧ୍ୟରୁ କେବଳ ଜଣେ ବଞ୍ଚି ଯାଇଛନ୍ତି। ବିମାନରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣା ସ୍ଥଳରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ୪ ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ଚିକିତ୍ସିତ ହେଉଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *