ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଶୁଣିଛନ୍ତି ବିସ୍ଫୋରଣ ଶବ୍ଦ
ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଶୁଣିଛନ୍ତି ବିସ୍ଫୋରଣ ଶବ୍ଦ
ଶ୍ରୀନଗର ଆକାଶରେ ପାକିସ୍ତାନ ଡ୍ରୋନ୍
ଶ୍ରୀନଗର/ଭୁବନେଶ୍ୱର୧୧.୦୫.୨୦୨୫(ଏସ .ଏମ ) : ସୀମାରେ ପୁଣି ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ଶ୍ରୀନଗରେ ପାକିସ୍ତାନ ପଟୁ ଡ୍ରୋନ ଆକ୍ରମଣ ହୋଇଥିବା ସୂଚନା । ଶ୍ରୀନଗର ଲାଲଚୌକ ସହ ବିଭିନ୍ନ ସ୍ଥାନରେ ଡ୍ରୋନ ଆକ୍ରମଣ ହୋଇଥିବା ସୂଚନା ମିଳିଥିବା ବେଳେ ଖୋଦ୍ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ବିସ୍ଫୋରଣ ଶବ୍ଦ ଶୁଣିଥିବା କହିଛନ୍ତି ଏବଂ ଅସ୍ତ୍ରବିରତି ନେଇ ପ୍ରଶ୍ନ ଉଠାଇଛନ୍ତି । ଭାରତ-ପାକିସ୍ତାନ ଅସ୍ତ୍ରବିରତି ନେଇ ହୋଇଥିବା ସହମତି କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଓମାର ।ସେପଟେ ଶ୍ରୀନଗରରେ ୭୦ରୁ ଅଧିକ ଡ୍ରୋନ ଉଡୁଥିବା କୁହାଯାଉଥିବା ବେଳେ ପାକିସ୍ତାନ ଡ୍ରୋନ ଆକ୍ରମଣକୁ ପଣ୍ଡ କରିଛନ୍ତି ଭାରତୀୟ ଯବାନ ଆଉ ସମସ୍ତ ଡ୍ରୋନକୁ ଖାସାଇ ଦେଇଛନ୍ତି ।