ଘଟଣା ଦୁର୍ଘଟଣାରାଜ୍ୟ

ମୁମ୍ବାଇରେ କୋଠା ଭୁଶୁଡ଼ିବା ଘଟଣା: ୬ ମୃତକଙ୍କ ମଧ୍ୟରେ ଗଞ୍ଜାମର ୩

ମୁମ୍ବାଇରେ କୋଠା ଭୁଶୁଡ଼ିବା ଘଟଣା: ୬ ମୃତକଙ୍କ ମଧ୍ୟରେ ଗଞ୍ଜାମର ୩

ପୁରୁଷୋତ୍ତମପୁର/ଭୁବନେଶ୍ୱର ୨୨-୦୫-୨୦୨୫(ଏସ.ଏମ ) :  ହାରାଷ୍ଟ୍ରର ଥାନେ ନିକଟ କଲ୍ୟାଣ ଅଞ୍ଚଳରେ ଗତକାଲି ଏକ ପୁରୁଣା କୋଠା ଭୁଶୁଡ଼ି ଜଣେ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ଚାଙ୍ଗୁଡ଼ିପଦର ନୂଆଗାଁର ଗୋଟିଏ ପରିବାରର ମାଆ ଓ ଦୁଇ ଝିଅ ରହିଛନ୍ତି। ସେମାନେ ହେଲେ ମାଆ ପ୍ରମିଳା ସାହୁ, ଝିଅ ସୁଜାତା ପାଢ଼ୀ ଓ ସୁନିତା ସାହୁ। ହଠାତ୍‌ କୋଠା ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅତି ପୁରୁଣା ହୋଇଥିବାରୁ ପ୍ରଶାସନ ସେହି କୋଠାକୁ ବିପଜ୍ଜନକ ଘୋଷଣା କରିଥିଲେ। ବର୍ଷା ଋତୁ ପୂର୍ବରୁ ଏହାକୁ ଖାଲି କରାଯିବାକୁ ନୋଟିସ୍‌ ମଧ୍ୟ ଜାରି କରାଯାଇଥିଲା। ତଥାପି ସେଠାରେ ଲୋକ ରହି ଆସୁଥିଲେ। ଯାହା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି କୁହାଯାଉଛି।

ସାବିତ୍ରୀ ଭାର ନେଇ ଯାଇଥିଲେ, ଦୁଇଝିଅଙ୍କ ସହ ଚାଲିଗଲେ ମା’

ମିଳିଥିବା ସୂଚନା ଅନୁସାରେ, ସୁଜାତା ଓ ସୁନିତା ବାହାଘର ପରେ ନିଜ ପରିବାର ସହିତ କଲ୍ୟାଣରେ ଉକ୍ତ କୋଠାରେ ରହୁଥିଲେ। ଯେଉଁ କୋଠାରେ ଦୁର୍ଘଟଣା ଘଟିଥିଲା, ସେଠାରେ ଉଭୟ ଭଉଣୀ ପରିବାର ସହ ରହୁଥିଲେ। ଉଭୟଙ୍କ ସ୍ବାମୀ ପୃଥକ କମ୍ପାନିରେ କାମ କରନ୍ତି। ଆଗକୁ ସାବିତ୍ରୀ ଅମାବାସ୍ୟା ଥିବାରୁ ମାଆ ପ୍ରମିଳା ଦୁଇଝିଅଙ୍କ ପାଖକୁ ଯାଇଥିଲେ। ସାବିତ୍ରୀ ଭାର ଦେଇ କିଛିଦିନ ରହି ବୁଲାବୁଲି କରି ‌ଘରକୁ ଫେରିଥା’ନ୍ତେ। ଗତକାଲି ଅପରାହ୍ଣରେ ସେମାନେ ଘରେ ବସି କଥା ହେଉଥିବା ବେଳେ କୋଠା ଛାତ ଭୁଶୁଡ଼ି ପଡ଼ିଥିଲା। ଆଜି ଏହି ଘଟଣା ପ୍ରଚାର ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *