LatestNewsPoliticsଘଟଣା ଦୁର୍ଘଟଣାରାଜନୀତିରାଜ୍ୟ

ମେଧା ପାଟେକରଙ୍କୁ ଅଟକାଇଲା ପୁଲିସ

ମେଧା ପାଟେକରଙ୍କୁ ଅଟକାଇଲା ପୁଲିସ

ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ ଯାଉଥିବା ବେଳେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କୁ ରାୟଗଡା ରେଳ ଷ୍ଟେସନରେ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି…

ରାୟଗଡା/ଭୁବନେଶ୍ୱର ୦୫-୦୬-୨୦୨୫(ଏସ.ଏମ ) :  ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ ଯାଉଥିବା ବେଳେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କୁ ରାୟଗଡା ରେଳ ଷ୍ଟେସନରେ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ଆଜି ମେଧା ପାଟେକର କାଶୀପୁର ବ୍ଲକର ସୁଙ୍ଗେର ହାଟପଦାରେ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା।ହେଲେ ସଭାସ୍ଥଳକୁ ଯିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ନେଇଛି। ରାୟଗଡା ପୁଲିସ ମେଧା ପାଟେକରଙ୍କୁ ଏକ ନିର୍ଜନ ସ୍ଥାନରେ ରଖି ସଭାକୁ ନଯିବା ପାଇଁ ବୁଝାସୁଝା କରୁଛି। କାଶୀପୁର ବ୍ଲକର ସିଜିମାଳି ଖଣି ଖନନକୁ ବିରୋଧ କରି ଅଞ୍ଚଳର ଲୋକେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ପୂର୍ବରୁ ଅନେକ ଥର ଖଣି ଖନନକୁ ନେଇ ଅଞ୍ଚଳରେ ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଆଦିବାସୀ ଆନ୍ଦୋଳନ କାରୀଙ୍କୁ ପୁଲିସ ଗିରଫ ମଧ୍ଯ କରିଛି।
ତେବେ ଆଜି ବିଶ୍ବ ପରିବେଶ ଦିବସ ଅବସରରେ ସୁଙ୍ଗେର ହାଟପଦାରେ ମା’ ମାଟି ମାଳି ସୁରକ୍ଷା କମିଟି ପକ୍ଷରୁ ବିଶାଳ ସମାବେଶ ଆୟୋଜନ ହେବାର ଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ କୃଷକ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ସମନ୍ବୟର ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଯୋଗ ଦେବାର ଥିଲା। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ। ପୁଲିସ ମେଧାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୁଲିସ କାଶୀପୁର ଅଞ୍ଚଳରେ ବ୍ୟାପକ ପୁଲିସ ମୃତୟନ ହୋଇ ଥିବା ସୂଚନା ମିଳିଛି। ସୁଙ୍ଗେର ଅଞ୍ଚଳରେ ପୁଲିସ ୧୪୪ ଧାରା ଜାରି କରିଥିବା ଜଣାପଡିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *