ରାଜ୍ୟ

ଶ୍ରୀଅଲାରନାଥଙ୍କ ଅଣସର ଉତ୍ସବର ତୃତୀୟ ଦିନ

ଶ୍ରୀଅଲାରନାଥଙ୍କ ଅଣସର ଉତ୍ସବର ତୃତୀୟ ଦିନ

ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଆଜି ତୃତୀୟ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିଛି। ଆଜି ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ଉପରେ ସମ୍ପୁର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିଛି

ବ୍ରହ୍ମଗିରି/ଭୁବନେଶ୍ୱର୧୫-୦୬-୨୦୨୫( ଏସ .ଏମ ) : ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଆଜି ତୃତୀୟ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିଛି। ଆଜି ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ଉପରେ ସମ୍ପୁର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିଛି। ଭୋର୍‌ ଚାରିଟାରେ ଦ୍ବାର ଫିଟାବେଳକୁ ଶ୍ରଦ୍ଧାଳୁଙ୍କ ଭିଡ଼ ବ୍ୟାରିକେ୍‌ରେ ଲାଗି ଯାଇଥିଲା। ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ଗୋପାଳ ବଲ୍ଲଭ, ସୂର୍ଯ୍ୟପୂଜା ଓ ରୋଷହୋମ ନୀତି ବଢ଼ି ସକାଳ ୬ଟାରୁ ମଧ୍ୟ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହୋଇଛି।

ମଧ୍ୟ୍ୟାହ୍ନ ବେଳକୁ ଶ୍ରଦ୍ଧାଳୁଙ୍କ ଭିଡ଼ ରତ୍ନସିଂହାସନ ଠାରୁ ଲମ୍ବି ଚନ୍ଦନ ଚକଡ଼ା ଦେଇ ଅଲାରପୁର ଗାଁ ଭିତର ପର୍ଯ୍ୟନ୍ତ ଲମ୍ବିଥିଲା। ଦିନ ଗୋଟାଏରେ ମନ୍ଦିର ଶୋଧ କରାଯାଇ ସକାଳ ଧୂପ ଓ ପରେ ଦ୍ବିପ୍ରହର ଧୂପ ନୀତି ବଢ଼ି ପୁଣି ଥରେ ଅପରାହ୍ନ ସାଢ଼େ ଦୁଇଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ଅସହ୍ୟ ଗୁଳୁଗୁଳିକୁ ଖାତିର ନ କରି ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି। ଦିନ ତମାମ ଆଜି ଶୃଙ୍ଖଳିତ ଭାବରେ ଶ୍ରଦ୍ଧାଳୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଶ୍ରୀଜିଉଙ୍କ ନୀତିକାନ୍ତି ସଠିକ ଭାବରେ ନିର୍ଘଣ୍ଟ ସମୟ ଅନୁଯାୟୀ ଚାଲିଛି। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଥିବା ଜଣାପଡ଼ିଛି। ଆସନ୍ତାକାଲି ରବିବାର ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହେବ ବୋଲି ପ୍ରଶାସନ ଆକଳନ କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *