Businessଦେଶ- ବିଦେଶରାଜନୀତିରାଜ୍ୟ

ଶ୍ରୀମନ୍ଦିରରେ ଲାଗିବ ‘ଆଣ୍ଟି ଡ୍ରୋନ୍‌ ଟେକ୍ନୋଲୋଜି’

ଶ୍ରୀମନ୍ଦିରରେ ଲାଗିବ ‘ଆଣ୍ଟି ଡ୍ରୋନ୍‌  ଟେକ୍ନୋଲୋଜି’

ଶ୍ରୀମନ୍ଦିର ଉପରେ କି ପାଖରେ ଆଉ ଉଡି ପାରିବନି ଡ୍ରୋନ୍। ଉଡ଼ିବା ପୂର୍ବରୁ ଅଚଳ ହୋଇଯିବ ଡ୍ରୋନ୍‌ ସେନ୍‌ସର୍। ଶ୍ରୀମନ୍ଦିର ଉପରେ ଓ ଚତୁଃପାର୍ଶ୍ବରେ ନିର୍ଦ୍ଦିଷ୍ଟ ପରିଧିରେ ଡ୍ରୋନ୍‌ ଉଡ଼ିବାରେ ଲାଗିବ କଟକଣା। ଏଥିପାଇଁ ରାଜ୍ୟ ସରକାର ଆଣ୍ଟି ଡ୍ରୋନ୍‌ ବ୍ୟବସ୍ଥା ଆପଣାଇବା ଉପରେ ଚିନ୍ତା କରୁଛନ୍ତି।

ଭୁବନେଶ୍ୱର ୨୪-୦୫-୨୦୨୫(ଏସ.ଏମ ) : ଶ୍ରୀମନ୍ଦିର ଉପରେ କି ପାଖରେ ଆଉ ଉଡି ପାରିବନି ଡ୍ରୋନ୍। ଉଡ଼ିବା ପୂର୍ବରୁ ଅଚଳ ହୋଇଯିବ ଡ୍ରୋନ୍‌ ସେନ୍‌ସର୍। ଶ୍ରୀମନ୍ଦିର ଉପରେ ଓ ଚତୁଃପାର୍ଶ୍ବରେ ନିର୍ଦ୍ଦିଷ୍ଟ ପରିଧିରେ ଡ୍ରୋନ୍‌ ଉଡ଼ିବାରେ ଲାଗିବ କଟକଣା। ଏଥିପାଇଁ ରାଜ୍ୟ ସରକାର ଆଣ୍ଟି ଡ୍ରୋନ୍‌ ବ୍ୟବସ୍ଥା ଆପଣାଇବା ଉପରେ ଚିନ୍ତା କରୁଛନ୍ତି। ଏ ବାବଦରେ ସ୍ବତନ୍ତ୍ର ବ୍ୟୟବରାଦ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ବିଶେଷ କରି ପାକିସ୍ତାନ ଆତଙ୍କବାଦୀ ସଂଗଠନ ସହ ସଂପର୍କ ରଖି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ନିକଟରେ ପୁରୀ ଆସିବା ସହ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇଥିବା ଘଟଣା ପଦାକୁ ଆସିବା ପରେ ସରକାର ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତ୍ବର ସହ ବିଚାର କରୁଛନ୍ତି।

ଶ୍ରୀମନ୍ଦିର ଉପରେ ଓ ନିଷିଦ୍ଧାଞ୍ଚଳରେ ଉଡ଼ୁଥିବା ଡ୍ରୋନ୍‌ କେଉଁଠୁ ଆସୁଛି, କିଏ ଏହାକୁ ଉଡ଼ାଉଛି, ତାର ସାମାନ୍ୟତମ ଟେର୍‌ ପାଉନି ପୁଲିସ। ଏଥିପାଇଁ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ଡ୍ରୋନ୍‌ ଉଡ଼ାଇ ଲୋକେ ଥାନାରୁ ସହଜରେ ଖସି ଯାଉଥିଲେ। ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ସହ ଆଣ୍ଟି ଡ୍ରୋନ୍‌ ବ୍ୟବସ୍ଥା କରିବାକୁ ଦାବି ହୋଇ ଆସୁଥିଲା। ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଡ୍ରୋନ୍‌କୁ ଜଗିବା ଓ ଧରିବାର ଏକମାତ୍ର ବାଟ ହେଉଛି ‘ଆଣ୍ଟି ଡ୍ରୋନ୍‌ ସିଷ୍ଟମ’ ବ୍ୟବସ୍ଥା ବୋଲି ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଏହା ପରେ ରାଜ୍ୟ ସରକାର ଆଣ୍ଟି ଡ୍ରୋନ୍‌ ବ୍ୟବସ୍ଥା ଉପରେ ଚିନ୍ତନ ଆରମ୍ଭ କରିଛନ୍ତି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଆଣ୍ଟି ଡ୍ରୋନ୍‌ ଟେକ୍ନୋଲୋଜି ବିଷୟରେ ଆଲୋଚନା ହୋଇଛି ଓ ସରକାର ଏ ବାବଦରେ ଆବଶ୍ୟକ ଅର୍ଥ ଯୋଗାଡ଼ କରୁଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ନେଇ ସେଭଳି କୌଣସି କଟକଣା ନାହିଁ। ଯେହେତୁ ଶ୍ରୀମନ୍ଦିରର କେହି ଫଟୋ ଉତ୍ତୋଳନ କରି ପାରିବେନି ଓ ଏହା ଆଇନ ବିରୋଧୀ, ସେଥିପାଇଁ ଆମେ ଡ୍ରୋନ୍‌କୁ ଜଗୁଛୁ। ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିଛି ବୋଲି ୨୦୧୮ ମସିହାରେ ଗୁଇନ୍ଦା ଏଜେନ୍ସିଗୁଡ଼ିକ ପକ୍ଷରୁ କୁହାଯାଇଥିଲା। ଏହାପରଠାରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବାରେ କଟକଣା ଲାଗିଛି। ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଭୁବନେଶ୍ବର ବିମାନବନ୍ଦରରେ ରହିଛି। କେହି ଡ୍ରୋନ୍‌ ଉଡ଼ାଇଲେ, ଏହାର ସେନ୍‌ସର୍‌ ଆପେ ଅଚଳ ହୋଇଯିବ ବୋଲି ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *