LatestNewsTOP STORIESରାଜନୀତିରାଜ୍ୟ

ସୁଭୁଦ୍ରା ୪ର୍ଥ କିସ୍ତି ପାଇଲେ ୩,୦୨,୦୬୫ ଜଣ ହିତାଧିକାରୀ

 ସୁଭୁଦ୍ରା ୪ର୍ଥ କିସ୍ତି ପାଇଲେ ୩,୦୨,୦୬୫ ଜଣ ହିତାଧିକାରୀ

  • ସରକାରୀ ଓ ବେସରକାରୀ ଭାବେ ଅର୍ନ୍ତଜାତୀୟ ମହିଳା ଦିବସ ପୃଥକ ପୃଥକ ଭାବେ ପାଳନ ହୋଇଛି।
  • ନବରଂଗପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଏବଂ ସୁଭଦ୍ରା ହିତାଧିକରୀଙ୍କୁ ୪ର୍ଥ କିସ୍ତି ଅର୍ଥ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି।

ନବରଙ୍ଗପୁର ୦୮-୦୩-୨୦୨୬(ଏସ .ଏମ ) :  ରକାରୀ ଓ ବେସରକାରୀ ଭାବେ ଅର୍ନ୍ତଜାତୀୟ ମହିଳା ଦିବସ ପୃଥକ ପୃଥକ ଭାବେ ପାଳନ ହୋଇଛି। ନବରଂଗପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଏବଂ ସୁଭଦ୍ରା ହିତାଧିକରୀଙ୍କୁ ୪ର୍ଥ କିସ୍ତି ଅର୍ଥ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ରାଜ୍ୟସ୍ତରର ସୁଭଦ୍ରା ୪ର୍ଥ କିସ୍ତି ଅର୍ଥ ପ୍ରଦାନ କାର୍ଯ୍ୟକ୍ରମକୁ ଅଭାସୀ ମାଧ୍ୟମରେ ପ୍ରସାର କରାଯାଇଥିଲା। ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ସମ୍ମାନୀତ ଅତିଥି ଭାବେ ସାଂସଦ ଇଂ. ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, , ସିଡିଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପିଏଆଇଟିଡିଏ ରାଜୀବ ସାହୁ, ଡିଏସଡବ୍ଲୁଓ ଦ୍ରୈପୌଦୀ କହଁର, ଡିଡବ୍ଲୁଓ ପାଲକା ରବୀନ୍ଦ୍ର , ଡିଆଇପିଆରଓ ମନୋଜ ବେହେରା, ଡିସିପିଓ ସୁରେଶ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାର ୩,୦୨,୦୬୫ଜଣ ହିତାଧିକାରୀ ମହିଳା ୪ର୍ଥ କିସ୍ତି ପାଇଛନ୍ତି।

କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର “ନାରୀ ନେତୃତ୍ୱ ଏବଂ ମହିଳା ସଶକ୍ତିକରଣରେ ଉଲ୍ଲେଖନୀୟ ଭୂମିକା ନିଭାଉଥିବା ମହିଳା ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ରଞ୍ଜିତା ସାହୁ,ମନୋରମା ମାଝି, ପ୍ରଭାତୀ ବିଷୋୟୀଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ଅଙ୍ଗନବାଡ଼ି କର୍ମୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେଭଳି ଶ୍ରେଷ୍ଠ ସିଡିପିଓ ସଂଯୁକ୍ତା ବେହେରା, ମହିଳା ସୁପରଭାଇଜର କୁନମୁନ ସେନାପତି, ଚନ୍ଦନା ମହାରଣା, ଆଙ୍ଗନବାଡ଼ି କର୍ମୀ ଗୌରୀମଣି ହରିଜନ, ଚୂମକି ହିଆଲ, ମୀରା ରାଣୀ ମଜୁମଦାର, ଜୟନ୍ତୀ ଖୋସଲା ଓ ଆଙ୍ଗନବାଡ଼ି ସହାୟିକା ରାଇବନି ଜାନି, ଦୁମୁଣି ଗୌଡ, ବିମଳା ଗଣ୍ଡଙ୍କୁ ସେବା ଓ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଇଂ. ଚନ୍ଦନା ମଲ୍ଲିକ ସଂଯୋଜନା କରିଥିଲେ ଓ ସମାଜ କଲ୍ୟାଣ ବିଭାଗର କର୍ମଚାରୀ ସହଯୋଗ କରିଥିଲେ।

‘ନାରୀ ଶକ୍ତି’ ମହିଳା ସଂଗଠନ ପକ୍ଷରୁ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମନ, ସମ୍ମାନିତ ଅତିଥି ଭାବେ ତରୁଣୀ ମାଝୀ, କୌଶଲ୍ୟା ପ୍ରଧାନୀ, ମଞ୍ଜୁଳା ମାଝୀ, ଡଃ ଅଲକା ମିଶ୍ର, ନବରଙ୍ଗପୁର ମହାବିଦ୍ୟାଳୟ ଉପାଧ୍ୟକ୍ଷା ସଙ୍ଗୀତା ତ୍ରିପାଠୀ, ଶିବାନୀ ଗୁହା, ସମାଜସେବୀ ସୁଶାନ୍ତ ଗରଡା, ଆଇନଜୀବୀ ରାମ ପ୍ରସାଦ ପାତ୍ର ପ୍ରମୁଖ ଯୋଗଦେଇଥିଲେ। 

ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସରକାରୀ ନର୍ସିଂ କଲେଜର ପ୍ରଶିକ୍ଷାର୍ଥୀ ଛାତ୍ରୀ ଏବଂ ପାରା ଲିଗାଲ ସ୍ବେଛାସେବୀ ମହିଳା ମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସହ  ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଆୟୋଜିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶାଶ୍ଵତୀ ମିଶ୍ର, ଅନ୍ୟାନ୍ୟ ଅତିଥି ଭାବେ ଅଧ୍ୟକ୍ଷା ସରକାରୀ ନର୍ସିଂ କଲେଜ ଡ.ସସ୍ମିତା ସାହୁ, ଆଇନଜୀବୀ ରାଜ କିଶୋର ନାଗ, ଚିନ୍ମୟୀ ନାୟକ ଯୋଗଦେଇ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70