ଦେଶ- ବିଦେଶରାଜ୍ୟସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ହୃଦ୍‌ଘାତଜନିତ ମୃତ୍ୟୁ ସହ କୋଭିଡ୍ ଟିକାର ସମ୍ପର୍କ ନାହିଁ

ହୃଦ୍‌ଘାତଜନିତ ମୃତ୍ୟୁ ସହ କୋଭିଡ୍ ଟିକାର ସମ୍ପର୍କ ନାହିଁ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର କହିଛି ଯେ, କୋଭିଡ୍-୧୯ ଟିକା ଓ ହୃଦ୍‌ଘାତଜନିତ ହଠାତ୍ ମୃତ୍ୟୁସଂଖ୍ୟା ବୃଦ୍ଧି ମଧ୍ୟରେ କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ/ଭୁବନେଶ୍ୱର୦୩-୦୭-୨୦୨୫( ଏସ .ଏମ ) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର କହିଛି ଯେ, କୋଭିଡ୍-୧୯ ଟିକା ଓ ହୃଦ୍‌ଘାତଜନିତ ହଠାତ୍ ମୃତ୍ୟୁସଂଖ୍ୟା ବୃଦ୍ଧି ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍‌) ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଦ୍ୱାରା ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ହଠାତ୍ ମୃତ୍ୟୁକୁ ନେଇ କରାଯାଇଥିବା ବ୍ୟାପକ ଅଧ୍ୟୟନକୁ ଉଦାହରଣ ଦେଇ ମନ୍ତ୍ରଣାଳୟ ଏହି ଦାବି କରିଛି। ଆଇସିଏମ୍‌ଆର୍‌ ଓ ଏମ୍ସ ଦ୍ୱାରା କୋଭିଡ୍ ପରେ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ଉପରେ ବ୍ୟାପକ ଅଧ୍ୟୟନରୁ କୋଭିଡ୍-୧୯ ଟିକା ଓ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ନିଶ୍ଚିତ ହୋଇଛି।

ଆଇସିଏମ୍ଆର୍ ଓ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି)ର ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତରେ କୋଭିଡ୍-୧୯ ଟିକା ସୁରକ୍ଷିତ ଓ ପ୍ରଭାବଶାଳୀ ଏବଂ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ଅତ୍ୟନ୍ତ ବିରଳ ଉଦାହରଣ ରହିଛି। ବିବୃତିରେ ସ୍ପଷ୍ଟ କରାଯାଇଛି ଯେ ଜେନେଟିକ୍ସ, ଜୀବନଶୈଳୀ, ପୂର୍ବରୁ ଥିବା ସ୍ବାସ୍ଥ୍ୟ ସମସ୍ୟା ଓ କୋଭିଡ୍‌ ପରବର୍ତ୍ତୀ ଜଟିଳତା ସମେତ ବିଭିନ୍ନ କାରଣରୁ ହଠାତ୍ ହୃଦ୍‌ଘାତଜନିତ ମୃତ୍ୟୁ ହୋଇପାରେ। କୋଭିଡ୍ ଟିକାକରଣକୁ ହଠାତ୍ ମୃତ୍ୟୁ ସହ ଯୋଡ଼ିବା ବିଭ୍ରାନ୍ତିକର ଏବଂ ବୈଜ୍ଞାନିକ ତଥ୍ୟ ଦ୍ୱାରା ସମର୍ଥିତ ନୁହେଁ। ୨୦୨୦ ପରଠାରୁ ହୃଦ୍‌ଘାତରେ ଅନେକ ଯୁବକଙ୍କ ହଠାତ୍ ମୃତ୍ୟୁ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ଏବଂ ଅଧିକାଂଶ ଏହାକୁ କୋଭିଡ୍ ଟିକା ସହ ଯୋଡ଼ିଛନ୍ତି। ଏହି ଅଧ୍ୟୟନ କଳ୍ପନାଜଳ୍ପନାର ଅନ୍ତ ଘଟାଇବ ବୋଲି ଆଶା କରାଯାଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *