ଦେଶ- ବିଦେଶରାଜନୀତିସମସ୍ୟା ଭିତ୍ତିକ ଖବର

୧୨ ଦେଶର ନାଗରିକଙ୍କ ଉପରେ କଟକଣା ଲଗାଇଲା ଆମେରିକା

୧୨ ଦେଶର ନାଗରିକଙ୍କ ଉପରେ କଟକଣା ଲଗାଇଲା ଆମେରିକା

ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘୋଷଣାପତ୍ର ଜାରି କରିଛି ଟ୍ରମ୍ପ ପ୍ରଶାସନ । ତେବେ ଆମେରିକାକୁ ବିଦେଶୀ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି

ଓ୍ଵାସିଂଟନ ଡିସି/ନୂଆଦିଲ୍ଲୀ ୦୫-୦୬-୨୦୨୫(ଏସ .ଏମ ) : ବିଦେଶୀ ନାଗରିକଙ୍କ ଉପରେ କଟକଣା ଲଗାଇଲା ଆମେରିକା । ୧୨ ଦେଶର ନାଗରିକଙ୍କ ପାଇଁ ଆମେରିକାରେ ନୋ ଏଣ୍ଟ୍ରି । ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକା ପ୍ରବେଶ ଉପରେ କଟକଣା ଲଗାଇଲେ ଟ୍ରମ୍ପ ପ୍ରଶାସନ ।

ଆଫଗାନିସ୍ତାନ, ମିଆଁମାର, କଙ୍ଗୋ, ଇରାନ, ଲିବିଆ, ସୋମାଲିଆ, ସୁଦାନ, ୟେମେନ, ହୈତି, ଇରିଟ୍ରିଆ, ଚାଡ଼, ଇକ୍ଵାଟୋରିଆଲ୍ ଗିନି ଉପରେ ଲାଗିଲା କଟକଣା । ଏଥିସହ ଅନ୍ୟ ୭ ଦେଶର ନାଗରିକଙ୍କ ଉପରେ ଆଶିଂକ କଟକଣା ଲଗାଯାଇଛି ।ତେବେ ଆମେରିକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘୋଷଣାପତ୍ର ଜାରି କରିଛି ଟ୍ରମ୍ପ ପ୍ରଶାସନ । ତେବେ ଆମେରିକାକୁ ବିଦେଶୀ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ବିଶ୍ବରେ ଆତଙ୍କବାଦ ବଢି ଚାଲିଥିବା ବେଳେ ଏହାର ମୂଳପୋଛ ପାଇଁ ସବୁ ବଡ଼ ବଡ଼ ଦେଶ ଏକାଠି ହେବାର ଆବଶ୍ୟକତା ରହିଛି ।

ନିକଟରେ ଭାରତ ଅପରେସନ ସିନ୍ଦୂର ଏବଂ ବିଶ୍ବରୁ ଆତଙ୍କବାଦର ମୂଳପୋଛ ପାଇଁ ବିଭିନ୍ନ ଦେଶ ବୁଲି ଏହି ପ୍ରସଙ୍ଗରେ ସ୍ବର ଉଠାଇଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *