ଘଟଣା ଦୁର୍ଘଟଣାରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଅଖିଳ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ

ଅଖିଳ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ

ଭଦ୍ରକ/ଭୁବନେଶ୍ୱର ୦୯-୦୭-୨୦୨୫(ଏସ.ଏମ.) :  ମୋଟର ଯାନ ଆଇନ-୨୦୧୯ ବାତିଲ୍ କରିବା, ଡ୍ରାଇଭରମାନଙ୍କୁ ସ୍ଥାୟୀ ଶ୍ରମିକର ମାନ୍ୟତା ଦେବା, ଇଛୁକ ଡ୍ରାଇଭର ମାନଙ୍କୁ ବିନାସୁଧରେ ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବା, ସମସ୍ତ ଡ୍ରାଇଭରନଙ୍କୁ ଇଏସଆଇରେ ଅନ୍ତର୍ଭୁକ୍ତ କରିବା, ଡ୍ରାଇଭରମାନଙ୍କୁ ମାସିକ ପେନସନ ପ୍ରଦାନ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ଡବଲ୍ ଇଞ୍ଜିନ୍ ସରକାର ଜାତୀୟ ସଂପତ୍ତି ବିକ୍ରି ବଂଦ କରିବା, ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା ଦାବି ନେଇ ନିଖିଳ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଭଦ୍ରକ ବନ୍ତ ଛକ ନିକଟସ୍ଥ ଜାତୀୟ ରାଜପଥ-୧୬କୁ ସକାଳ ୮:୦୦ ଘଟିକାରୁ ଗୋଟିଏ ଦିନ ପାଇଁ ବନ୍ଦ ରଖାଯାଇଛି।ଡ୍ରାଇଭର ମହାସଂଘର ଆନ୍ଦୋଳନ ପାଇଁ ୧୬ ନମ୍ବର ଜାତୀୟ ରାଜପଥରେ ଶହଶହ ଯାନବାହନ ଅଟକି ରହିଛି। ଏହି ବଂଦ ଆନ୍ଦୋଳନରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅଲ୍ଓଡିଶା ଡ୍ରାଇଭର ମହାସଂଘର ଭଦ୍ରକ ଜିଲ୍ଲା ସଭାପତି ଅଜୟ ଚାନ୍ଦ, ସଂଘର ଅନ୍ୟତମ ନେତା ଅଭିରାମ ବେହେରା, ମାନସ ସାହୁ, ଗୋପୀନାଥ ସାହୁ, କାଲୁ ଖାନ୍ ପ୍ରମୁଖ ନେତୃତ୍ବ ନେଇଥିଲେ।  ସର୍ବଭାରତୀୟ ସାଧାରଣ ଧର୍ମଘଟରେ ନିଖିଳ ଓଡ଼ିଶା ଡ୍ରାଇଭର ମହାସଂଘ ସାମିଲ ହେବ ବୋଲି ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସଭାପତି ଅଜୟ ଚାନ୍ଦ ଆନ୍ଦୋଳନ ସ୍ଥଳରେ ଘୋଷଣା କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *