ଖେଳଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଅନିଶ୍ଚିତତାରେ ଆଇଏସ୍‌ଏଲ୍‌ : ଭାରତୀୟ ଫୁଟ୍‌ବଲ୍‌କୁ ନେଇ ଛେତ୍ରୀ ଚିନ୍ତିତ

ଅନିଶ୍ଚିତତାରେ ଆଇଏସ୍‌ଏଲ୍‌ :ଭାରତୀୟ ଫୁଟ୍‌ବଲ୍‌କୁ ନେଇ ଛେତ୍ରୀ ଚିନ୍ତିତ

ଭାରତବର୍ଷର ଶୀର୍ଷ ମାନ୍ୟତାପ୍ରାପ୍ତ ପେସାଦାର ଫୁଟ୍‌ବଲ୍ ଲିଗ୍ ‘ଆଇଏସ୍‌ଏଲ୍’ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ହୋଇଯାଇଛି। ସମଗ୍ର ଫୁଟ୍‌ବଲ୍ କ୍ରୀଡ଼ାମଣ୍ଡଳ ଏଥିନେଇ ଚିନ୍ତିତ, ଦୁଃଖିତ ଓ ଭୟଭୀତ। ବ୍ୟକ୍ତିଗତ ଭାବେ ମୁଁ ବି ବହୁତ ଚାପରେ ଅଛି

ନୂଆଦିଲ୍ଲୀ/ଭୁବନେଶ୍ୱର୧୭-୦୭-୨୦୨୫( ଏସ .ଏମ ) :ଭାରତବର୍ଷର ଶୀର୍ଷ ମାନ୍ୟତାପ୍ରାପ୍ତ ପେସାଦାର ଫୁଟ୍‌ବଲ୍ ଲିଗ୍ ‘ଆଇଏସ୍‌ଏଲ୍’ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ହୋଇଯାଇଛି। ସମଗ୍ର ଫୁଟ୍‌ବଲ୍ କ୍ରୀଡ଼ାମଣ୍ଡଳ ଏଥିନେଇ ଚିନ୍ତିତ, ଦୁଃଖିତ ଓ ଭୟଭୀତ। ବ୍ୟକ୍ତିଗତ ଭାବେ ମୁଁ ବି ବହୁତ ଚାପରେ ଅଛି। ଦେଶରେ ଫୁଟ୍‌ବଲ୍‌ର ଭବିଷ୍ୟତ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ନେଇ ଦିନକୁ ଶହ ଶହ ଫୋନ୍ କଲ୍ ଓ ମେସେଜ୍ ପାଉଛି। ସମସ୍ତେ ଭାରତୀୟ ଫୁଟ୍‌ବଲ୍‌ର ଭବିଷ୍ୟତ କ’ଣ ବୋଲି ପ୍ରଶ୍ନ କରୁଛନ୍ତି। ଭାରତରେ ସଂପ୍ରତି ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ‘ଫୁଟ୍‌ବଲ୍‌’ର ସାଂପ୍ରତିକ ସ୍ଥିତିକୁ ନେଇ ଘୋର ଚିନ୍ତା ଜାହିର କରି ପୂର୍ବତନ ଅଧିନାୟକ ତଥା ଭାରତ ପକ୍ଷରୁ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍ ଦେଇଥିବା ସୁନୀଲ ଛେତ୍ରୀ ଏହା କହିଛନ୍ତି।

ଆଇଏସ୍ଏଲ୍‌ରେ ବେଙ୍ଗାଲୁରୁ ଏଫ୍‌ସିର ପ୍ରତିନିଧିତ୍ବ କରୁଥିବା‌ ଛେତ୍ରୀ ନିଜ ‘ଏକ୍ସ’ ପୃଷ୍ଠାରେ ଲେଖିଛନ୍ତି, ଭାରତୀୟ ଫୁଟ୍‌ବଲ୍‌ର ସ୍ଥିତି ଅତ୍ୟନ୍ତ ଦୟନୀୟ। ମୋ ପାଖକୁ ଏଥିନେଇ ଖେଳାଳି, ପ୍ରଶିକ୍ଷକ, ଅଧିକାରୀ ଏପରିକି ପଡ଼ିଆ କର୍ମଚାରୀଙ୍କଠାରୁ ଶହ ଶହ ଫୋନ୍ କଲ୍ ଓ ମେସେଜ୍ ଆସୁଛି। ଭାରତୀୟ ଫୁଟ୍‌ବଲ୍ ସହ ସଂପର୍କ ଥିବା ପ୍ରତିଟି ବ୍ୟକ୍ତି ଏବେ ଘୋର ଅବସାଦରେ ଅଛନ୍ତି। ସୂଚନାଯୋଗ୍ୟ ଯେ ସର୍ବଭାରତୀୟ ଫୁଟବଲ୍ ମହାସଂଘ ଏବଂ ଆଇଏସ୍‌ଏଲ୍‌ର ଆୟୋଜକଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ମାଷ୍ଟର୍ସ ରାଇଟ୍‌ସ ଏଗ୍ରିମେଣ୍ଟ୍ ବା ଏମ୍‌ଆର୍‌ଏ ସ୍ବାକ୍ଷର ହୋଇ ନଥିବାରୁ ଆଇଏସ୍‌ଏଲ୍‌ର ୨୦୨୬ ସଂସ୍କରଣକୁ ସ୍ଥଗିତ କରି ଦିଆଯାଇଛି। ଆଇଏସ୍‌ଏଲ୍ ସାଧାରଣତଃ ସେପ୍ଟେମ୍ବରରୁ ଏପ୍ରିଲ୍ ମଧ୍ୟରେ ଖେଳାଯାଉଥିଲା ବେଳେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତି ଡିସେମ୍ବର ୮ ତାରିଖରେ ଶେଷ ହୋଇଯାଉଛି। ସେତେବେଳକୁ ଆଇଏସ୍‌ଏଲ୍ ତା’ର ତୃତୀୟ ମାସରେ ଥିବ। ଆୟୋଜକଙ୍କ ସହ ଚୁକ୍ତିର ନୂଆ ସର୍ତ୍ତକୁ ନେଇ କୌଣସି ଆଲୋଚନା ନକରିବାକୁ ଏଆଇଏଫ୍‌ଏଫ୍‌କୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଏହି କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *