ଦେଶ- ବିଦେଶ

‘ଅପରେସନ୍‌ ସିନ୍ଦୂର’ ଜରିଆରେ ପାକ୍‌ର ଆଉ ଏକ ଧ୍ବଂଶ ସ୍ଥାନର ଚିତ୍ର ସାମ୍ନାକୁ ଆସିଲା

‘ଅପରେସନ୍‌ ସିନ୍ଦୂର’ ଜରିଆରେ ପାକ୍‌ର ଆଉ ଏକ ଧ୍ବଂଶ ସ୍ଥାନର ଚିତ୍ର ସାମ୍ନାକୁ ଆସିଲା

ଭାରତୀୟ ଯବାନ। ପୂର୍ବରୁ ଅନେକ ସାଟେଲାଇଟ୍‌ ଚିତ୍ର ଜରିଆରେ ଆମେ ତାହାର ପ୍ରମାଣ ପାଇ ସାରିଥିବା ବେଳେ ପୁଣି ନୂଆ ଏକ ଚିତ୍ର ସାମ୍ନାକୁ ଆସିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୦୫-୨୦୨୫(ଏସ .ଏମ ) : ‘ଅପରେସନ୍‌ ସିନ୍ଦୂର’ ଜରିଆରେ ପାକିସ୍ତାନର ଅନେକ ଅଞ୍ଚଳକୁ ଟାର୍ଗେଟ କରି ଧ୍ବଂଶ କରିଛନ୍ତି ଆମ ଭାରତୀୟ ଯବାନ। ପୂର୍ବରୁ ଅନେକ ସାଟେଲାଇଟ୍‌ ଚିତ୍ର ଜରିଆରେ ଆମେ ତାହାର ପ୍ରମାଣ ପାଇ ସାରିଥିବା ବେଳେ ମେ ୨୩ ତାରିଖରେ ନୂଆ ଏକ ଚିତ୍ର ସାମ୍ନାକୁ ଆସିଛି। ୨୩ ମଇରେ ମିଳିଥିବା ସଦ୍ୟତମ ସାଟେଲାଇଟ୍ ଚିତ୍ରରେ ଭାରତୀୟ ସେନାର ଆକ୍ରମଣ ସମୟରେ ମୁରିଦରେ ପାକିସ୍ତାନ ବାୟୁସେନା ଘାଟିର କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଦି ଇଣ୍ଟେଲ୍ ଲ୍ୟାବ୍‌ର ଜିଓ-ଇଣ୍ଟାଲିଜେନ୍ସ ଗବେଷକ ଡାମିଏନ୍ ସାଇମନ୍‌ଙ୍କ ଦ୍ୱାରା ସେୟାର କରାଯାଇଥିବା ଚିତ୍ରଗୁଡ଼ିକ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ହୋଇଥିବା କ୍ଷତିକୁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି।”ଏହି ରିପୋର୍ଟ ପାକିସ୍ତାନର ମୁରିଦ ଏୟାରବେସ୍‌ରେ ହୋଇଥିବା କ୍ଷତିକୁ ଦର୍ଶାଉଛି। 

ଭାରତୀୟ ବାୟୁସେନାର ଆକ୍ରମଣରେ ଏକ କମାଣ୍ଡ୍ ଏବଂ ନିୟନ୍ତ୍ରଣ କୋଠାର ସାଂରଚନିକ କ୍ଷତି ହୋଇଛି, ଛାତର ଏକ ଅଂଶ ମଧ୍ୟ ଭୁଶୁଡ଼ି ପଡ଼ିଛି, ଯାହା ଆଭ୍ୟନ୍ତରୀଣ କ୍ଷତି ଘଟାଇପାରେ,” ବୋଲି ସାଇମନ୍ ‘ଏକ୍ସ’ ରେ ଲେଖିଛନ୍ତି।ଭାରତୀୟ ସଶସ୍ତ୍ର ବାହିନୀ ପଞ୍ଜାବର ରଫିକି, ମୁରିଦ, ନୁର ଖାନ, ଚୁନିଆନ ଏବଂ ସୁକୁରରେ ପାକିସ୍ତାନ ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲେ।ଭାରତ ମେ ୭ ତାରିଖରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଯାହା ପାକିସ୍ତାନ ଏବଂ ପାକ୍-ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ଥିଲା। ଜମ୍ମୁ ଏବଂ କଶ୍ମୀରରେ ହୋଇଥିବା ଘାତକ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ଅପରେସନ କରାଯାଇଥିଲା। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *