ଦେଶ- ବିଦେଶରାଜନୀତି

‘ଅପରେସନ୍‌ ସିନ୍ଦୂର’ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ: ଡୋଭାଲ୍‌

‘ଅପରେସନ୍‌ ସିନ୍ଦୂର’ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ: ଡୋଭାଲ୍‌

‘ଅପରେସନ୍‌ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ପ୍ରଶଂସା କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତରେ ସମ୍ପତି କ୍ଷତିର ବିଦେଶୀ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୧-୦୭-୨୦୨୫(ଏସ .ଏମ ) : ‘ଅପରେସନ୍‌ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ପ୍ରଶଂସା କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତରେ ସମ୍ପତି କ୍ଷତିର ବିଦେଶୀ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରିଛନ୍ତି।ପାକିସ୍ତାନର ମିସାଇଲ୍ ମାଡ଼ରେ ଭାରତର ଅନେକ କ୍ଷତି ହୋଇଥିବା ନେଇ ବିଦେଶୀ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଅଜିତ୍ ଡୋଭାଲ ।

ଡୋଭାଲ୍‌ କହିଛନ୍ତି, ‘‘ମୋତେ ଭାରତୀୟ କ୍ଷତିର ଗୋଟିଏ ଫଟୋ ଦେଖାନ୍ତୁ – ଏପରିକି ଏକ କାଚ ଭାଙ୍ଗିଥିବାର ଦେଖାନ୍ତୁ,”।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପାକିସ୍ତାନ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଏହି ଅପରେସନରେ ଭାରତକୁ କୌଣସି କ୍ଷତି ହୋଇନାହିଁ । ଆଇଆଇଟି ମାଡ୍ରାସରେ ତାଙ୍କ ଭାଷଣରେ ଡୋଭାଲ କହିଛନ୍ତି, ବିଦେଶୀ ଗଣମାଧ୍ୟମ ‘ଅପରେସନ ସିନ୍ଦୂର’ ବିଷୟରେ ମିଥ୍ୟା ଖବର ପ୍ରସାରଣ କରିଛି । ମୋତେ ଏପରି ଗୋଟିଏ ଫଟୋ କି ଭିଡିଓ ଦେଖାଅ ଯେଉଁଥିରେ ଭାରତ କ୍ଷତି ସହିଛି ।

ଡୋଭାଲ ଆହୁରି କହିଛନ୍ତି, ଟେକ୍ନୋଲୋଜି ଏବଂ ୱାରଫେୟର ମଧ୍ୟରେ ସମ୍ପର୍କ ସର୍ବଦା ଗୁରୁତ୍ୱପୂର୍ଣ୍ଣ । ଆମେ ‘ଅପରେସନ୍ ସିନ୍ଦୂର’ ନେଇ ଗର୍ବିତ । ଆମେ ଗର୍ବିତ ଯେ ଏହି ଅପରେସନ୍ ସମୟରେ ଆମେ ସ୍ୱଦେଶୀ ଟେକ୍ନୋଲୋଜି ବ୍ୟବହାର କରିଥିଲୁ । ଆମେ ସୀମା ଆରପାରିରେ ନଅଟି ପାକିସ୍ତାନୀ ଘାଟି ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲୁ । ଆମର ସମସ୍ତ ଲକ୍ଷ୍ୟ ସଠିକ୍ ଥିଲା । ଆମେ କେବଳ ଆତଙ୍କବାଦୀ ଘାଟିଗୁଡ଼ିକୁ ଧ୍ୱଂସ କରିଥିଲୁ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *